ସିଭି ଶିଳ୍ପରେ ଆଧୁନିକତା ଆଣୁଛି ଆଇଚର

ଭୁବନେଶ୍ୱର, ୧୪ା୧୦: ଭିଇ କମର୍ସିଆଲ ଭେଇକିଲ୍ସ (ଭିଇସିଭି)ର ଏକ ବିଜ୍‌ନେସ୍‌ ୟୁନିଟ୍‌ ଆଇଚର ଟ୍ରକ୍‌ସ ଆଣ୍ଡ ବସେସ୍‌ ଏହାର ସର୍ଭିସ୍‌ ଇକୋସିଷ୍ଟମକୁ ବୈପ୍ଳବିକ କରି ଏବଂ ଏହାର ଟ୍ରକ୍‌ ଓ ବସ୍‌ ଗ୍ରାହକଙ୍କ ପାଇଁ ଅପ୍‌ଟାଇମ୍‌ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣକରି ଭାରତୀୟ ଟ୍ରକ୍‌ ଶିଳ୍ପରେ ଉଲ୍ଲେଖନୀୟ ତରଙ୍ଗ ସୃଷ୍ଟି କରିଛି। ଆଇଚର ଟ୍ରକ୍‌ସ ଆଣ୍ଡ ବସେସ୍‌ ହେଉଛି ଭାରତର ପ୍ରଥମ ସିଭି ମାନୁଫ୍ୟାକ୍ଚରର୍‌ ଯାହା ଫ୍ଲିଟ୍‌ ଅପ୍‌ଟାଇମ୍‌କୁ ସର୍ବାଧିକ କରିବା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଶୀଘ୍ର ପୂରଣ କରିବାର ବର୍ଦ୍ଧିତ ମହତ୍ତ୍ୱକୁ ଚିହ୍ନଟ କରିଥିଲା। ଫଳରେ ଏହା ୨୦୨୦ରେ ଅପ୍‌ଟାଇମ୍‌ ସେଣ୍ଟରର ସ୍ଥାପନା କରିଥିଲା। ଏହି ଅଭିନବ ପଦକ୍ଷେପ ଆଇଚରର ସମଗ୍ର ବିଏସ୍‌-୬ ରେଞ୍ଜର ଟ୍ରକ୍‌ ଓ ବସ୍‌ଗୁଡିକୁ ମଧ୍ୟପ୍ରଦେଶର ପିଥମପୁରଠାରେ ଏକ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଅପ୍‌ଟାଇମ୍‌ ସେଣ୍ଟର ସହ କନେକ୍ଟ କରିଛି। ଶିଳ୍ପର ଆହ୍ବାନଗୁଡିକୁ ସମ୍ବୋଧିତ କରିବା ପାଇଁ ଆଇଚର ବହୁମାତ୍ରାରେ ନିବେଶ କରିଛି ଏବଂ ଏହାର ୨୪/୭ ଅପ୍‌ଟାଇମ୍‌ ସେଣ୍ଟର ମାଧ୍ୟମରେ ରିମୋଟ୍‌ ଓ ପ୍ରେଡିକ୍ଟିଭ୍‌ ଡାଇଗ୍ନୋଷ୍ଟିକ୍‌ସ ଭଳି ନେକ୍ସଟ୍‌-ଜେନ୍‌ ସର୍ଭିସ୍‌ ସଲ୍ୟୁଶନଗୁଡିକର ଆରମ୍ଭ କରିଛି। କମ୍ପାନୀ ବର୍ତ୍ତମାନ ଭାରତର ସମସ୍ତ ଅଂଶରେ ପ୍ରମୁଖ ପରିବହନ ବର୍ଗରେ ୯୮%ରୁ ଅଧିକ ଅପ୍‌ଟାଇମ୍‌ ପ୍ରଦାନ କରିବାକୁ ସକ୍ଷମ ହେଉଛି। ୧୫ ବର୍ଷ ପୂର୍ବେ ଭଲ୍‌ଭୋ ଗ୍ରୁପ୍‌ ଓ ଆଇଚର ମୋଟର୍ସ ମଧ୍ୟରେ ଭିଇ କମର୍ସିଆଲ ଭେଇକିଲ୍‌ସ ଜଏଣ୍ଟ ଭେଞ୍ଚର ଗଠନ ପରଠାରୁ ଆଇଚର ଟ୍ରକ୍‌ସ ଆଣ୍ଡ ବସେସ୍‌ ଭାରତର ପରିବହନ ଇକୋସିଷ୍ଟମରେ ଆଧୁନିକୀକରଣକୁ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେଉଛି ଏବଂ ବଜାରକୁ ଅନେକ ଶିଳ୍ପ ପ୍ରଥମ ଫିଚର ଓ ସେବା ଆଣିଛି। କମ୍ପାନୀର ଅପ୍‌ଟାଇମ ସେଣ୍ଟରର ୨୪/୭ କଣ୍ଟ୍ରୋଲ ରୁମ୍‌ଗୁଡିକ ଦୂରରୁ ଯାନଗୁଡିକୁ ତଦାରଖ କରିବା ଏବଂ ଦେଶବ୍ୟାପୀ ଆଇଚରର ଅପ୍‌ଟାଇମ୍‌ ସାର୍ଟିଫାଏଡ୍‌ ୱାର୍କଶପ୍‌ଗୁଡିକରେ ଥିବା ଯାନଗୁଡିକୁ ବାସ୍ତବ ସମୟର ସହାୟତା ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ସୁସଜ୍ଜିତ ରହିଛି। ଏହି ଅପ୍‌ଟାଇମ୍‌ ସେଣ୍ଟର ଆଇଚରର ବିକ୍ରି ପରବର୍ତ୍ତୀ ସେବା ନେଟ୍‌ୱର୍କର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି। ଏହା ବାଧାହୀନ ଭାବେ ଦେଶବ୍ୟାପୀ ଆଇଚର୍‌ର ଦ୍ରୁତ ସମ୍ପ୍ରସାରିତ ଡିଲରଶିପ୍‌ ଏବଂ ୮୫୦ ଟଚ୍‌ପଏଣ୍ଟ ସାମିଲ ଥିବା ୱାର୍କଶପ୍‌ ନେଟ୍‌ୱର୍କ ସହ ଜଡିତ ରହିଛି। ଏହି ସେଣ୍ଟର ଠିକ୍‌ ସମୟରେ ଯାନଗୁଡିକର ମରାମତି, ପାର୍ଟସର ଉପଲବ୍ଧତା ଓ ସର୍ଭିସ୍‌ ସପୋର୍ଟକୁ ସୁଗମ କରିଥାଏ। ଅପ୍‌ଟାଇମ୍‌ ସେଣ୍ଟରର ସ୍ଥାପନ ବହୁମାତ୍ରାରେ ସାମଗ୍ରିକ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବା ସହ ସେବା ପରିଦୃଶ୍ୟକୁ ରୂପାନ୍ତର କରିଛି। ଏହାର ଅଗ୍ରଗାମୀ ପଦକ୍ଷେପ ମାଧ୍ୟମରେ ଆଇଚର ଭାରତୀୟ ବାଣିଜି୍ୟକ ଯାନ ବର୍ଗରେ ନୂଆ ମାନକ ଧାର୍ଯ୍ୟ କରିବା, ଏକ ଶିଳ୍ପ ଲିଡର ଭାବେ ନିଜର ସ୍ଥିତି ସୁଦୃଢ କରିବା ଏବଂ ଭାରତୀୟ ସିଭି ବଜାରର ଆଧୁନିକୀକରଣକୁ ପରିଚାଳନା କରିବା ଜାରି ରଖିଛି। ମାଇଁ ଆଇଚର ଆପ୍‌ ମାଧ୍ୟମରେ କମ୍ପାନୀ ଏହାର ଗ୍ରାହକଙ୍କୁ ଅଧିକ ନିୟନ୍ତ୍ରଣ ଓ ସ୍ବଚ୍ଛତା ପ୍ରଦାନ କରୁଛି। ଏଫ୍‌ଏଡିଏ ଡିଲର ସାଟିସ୍‌ଫ୍ୟାକ୍ସନ ସର୍ଭେରେ କମ୍ପାନୀ କ୍ରମାଗତ ୨ ବର୍ଷ ହେବ ସିଭି ସେଗ୍‌ମେଣ୍ଟର ଶୀର୍ଷ ସ୍ଥାନ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?