ସିଭି ଶିଳ୍ପରେ ଆଧୁନିକତା ଆଣୁଛି ଆଇଚର

ଭୁବନେଶ୍ୱର, ୧୪ା୧୦: ଭିଇ କମର୍ସିଆଲ ଭେଇକିଲ୍ସ (ଭିଇସିଭି)ର ଏକ ବିଜ୍‌ନେସ୍‌ ୟୁନିଟ୍‌ ଆଇଚର ଟ୍ରକ୍‌ସ ଆଣ୍ଡ ବସେସ୍‌ ଏହାର ସର୍ଭିସ୍‌ ଇକୋସିଷ୍ଟମକୁ ବୈପ୍ଳବିକ କରି ଏବଂ ଏହାର ଟ୍ରକ୍‌ ଓ ବସ୍‌ ଗ୍ରାହକଙ୍କ ପାଇଁ ଅପ୍‌ଟାଇମ୍‌ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣକରି ଭାରତୀୟ ଟ୍ରକ୍‌ ଶିଳ୍ପରେ ଉଲ୍ଲେଖନୀୟ ତରଙ୍ଗ ସୃଷ୍ଟି କରିଛି। ଆଇଚର ଟ୍ରକ୍‌ସ ଆଣ୍ଡ ବସେସ୍‌ ହେଉଛି ଭାରତର ପ୍ରଥମ ସିଭି ମାନୁଫ୍ୟାକ୍ଚରର୍‌ ଯାହା ଫ୍ଲିଟ୍‌ ଅପ୍‌ଟାଇମ୍‌କୁ ସର୍ବାଧିକ କରିବା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଶୀଘ୍ର ପୂରଣ କରିବାର ବର୍ଦ୍ଧିତ ମହତ୍ତ୍ୱକୁ ଚିହ୍ନଟ କରିଥିଲା। ଫଳରେ ଏହା ୨୦୨୦ରେ ଅପ୍‌ଟାଇମ୍‌ ସେଣ୍ଟରର ସ୍ଥାପନା କରିଥିଲା। ଏହି ଅଭିନବ ପଦକ୍ଷେପ ଆଇଚରର ସମଗ୍ର ବିଏସ୍‌-୬ ରେଞ୍ଜର ଟ୍ରକ୍‌ ଓ ବସ୍‌ଗୁଡିକୁ ମଧ୍ୟପ୍ରଦେଶର ପିଥମପୁରଠାରେ ଏକ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଅପ୍‌ଟାଇମ୍‌ ସେଣ୍ଟର ସହ କନେକ୍ଟ କରିଛି। ଶିଳ୍ପର ଆହ୍ବାନଗୁଡିକୁ ସମ୍ବୋଧିତ କରିବା ପାଇଁ ଆଇଚର ବହୁମାତ୍ରାରେ ନିବେଶ କରିଛି ଏବଂ ଏହାର ୨୪/୭ ଅପ୍‌ଟାଇମ୍‌ ସେଣ୍ଟର ମାଧ୍ୟମରେ ରିମୋଟ୍‌ ଓ ପ୍ରେଡିକ୍ଟିଭ୍‌ ଡାଇଗ୍ନୋଷ୍ଟିକ୍‌ସ ଭଳି ନେକ୍ସଟ୍‌-ଜେନ୍‌ ସର୍ଭିସ୍‌ ସଲ୍ୟୁଶନଗୁଡିକର ଆରମ୍ଭ କରିଛି। କମ୍ପାନୀ ବର୍ତ୍ତମାନ ଭାରତର ସମସ୍ତ ଅଂଶରେ ପ୍ରମୁଖ ପରିବହନ ବର୍ଗରେ ୯୮%ରୁ ଅଧିକ ଅପ୍‌ଟାଇମ୍‌ ପ୍ରଦାନ କରିବାକୁ ସକ୍ଷମ ହେଉଛି। ୧୫ ବର୍ଷ ପୂର୍ବେ ଭଲ୍‌ଭୋ ଗ୍ରୁପ୍‌ ଓ ଆଇଚର ମୋଟର୍ସ ମଧ୍ୟରେ ଭିଇ କମର୍ସିଆଲ ଭେଇକିଲ୍‌ସ ଜଏଣ୍ଟ ଭେଞ୍ଚର ଗଠନ ପରଠାରୁ ଆଇଚର ଟ୍ରକ୍‌ସ ଆଣ୍ଡ ବସେସ୍‌ ଭାରତର ପରିବହନ ଇକୋସିଷ୍ଟମରେ ଆଧୁନିକୀକରଣକୁ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେଉଛି ଏବଂ ବଜାରକୁ ଅନେକ ଶିଳ୍ପ ପ୍ରଥମ ଫିଚର ଓ ସେବା ଆଣିଛି। କମ୍ପାନୀର ଅପ୍‌ଟାଇମ ସେଣ୍ଟରର ୨୪/୭ କଣ୍ଟ୍ରୋଲ ରୁମ୍‌ଗୁଡିକ ଦୂରରୁ ଯାନଗୁଡିକୁ ତଦାରଖ କରିବା ଏବଂ ଦେଶବ୍ୟାପୀ ଆଇଚରର ଅପ୍‌ଟାଇମ୍‌ ସାର୍ଟିଫାଏଡ୍‌ ୱାର୍କଶପ୍‌ଗୁଡିକରେ ଥିବା ଯାନଗୁଡିକୁ ବାସ୍ତବ ସମୟର ସହାୟତା ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ସୁସଜ୍ଜିତ ରହିଛି। ଏହି ଅପ୍‌ଟାଇମ୍‌ ସେଣ୍ଟର ଆଇଚରର ବିକ୍ରି ପରବର୍ତ୍ତୀ ସେବା ନେଟ୍‌ୱର୍କର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି। ଏହା ବାଧାହୀନ ଭାବେ ଦେଶବ୍ୟାପୀ ଆଇଚର୍‌ର ଦ୍ରୁତ ସମ୍ପ୍ରସାରିତ ଡିଲରଶିପ୍‌ ଏବଂ ୮୫୦ ଟଚ୍‌ପଏଣ୍ଟ ସାମିଲ ଥିବା ୱାର୍କଶପ୍‌ ନେଟ୍‌ୱର୍କ ସହ ଜଡିତ ରହିଛି। ଏହି ସେଣ୍ଟର ଠିକ୍‌ ସମୟରେ ଯାନଗୁଡିକର ମରାମତି, ପାର୍ଟସର ଉପଲବ୍ଧତା ଓ ସର୍ଭିସ୍‌ ସପୋର୍ଟକୁ ସୁଗମ କରିଥାଏ। ଅପ୍‌ଟାଇମ୍‌ ସେଣ୍ଟରର ସ୍ଥାପନ ବହୁମାତ୍ରାରେ ସାମଗ୍ରିକ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବା ସହ ସେବା ପରିଦୃଶ୍ୟକୁ ରୂପାନ୍ତର କରିଛି। ଏହାର ଅଗ୍ରଗାମୀ ପଦକ୍ଷେପ ମାଧ୍ୟମରେ ଆଇଚର ଭାରତୀୟ ବାଣିଜି୍ୟକ ଯାନ ବର୍ଗରେ ନୂଆ ମାନକ ଧାର୍ଯ୍ୟ କରିବା, ଏକ ଶିଳ୍ପ ଲିଡର ଭାବେ ନିଜର ସ୍ଥିତି ସୁଦୃଢ କରିବା ଏବଂ ଭାରତୀୟ ସିଭି ବଜାରର ଆଧୁନିକୀକରଣକୁ ପରିଚାଳନା କରିବା ଜାରି ରଖିଛି। ମାଇଁ ଆଇଚର ଆପ୍‌ ମାଧ୍ୟମରେ କମ୍ପାନୀ ଏହାର ଗ୍ରାହକଙ୍କୁ ଅଧିକ ନିୟନ୍ତ୍ରଣ ଓ ସ୍ବଚ୍ଛତା ପ୍ରଦାନ କରୁଛି। ଏଫ୍‌ଏଡିଏ ଡିଲର ସାଟିସ୍‌ଫ୍ୟାକ୍ସନ ସର୍ଭେରେ କମ୍ପାନୀ କ୍ରମାଗତ ୨ ବର୍ଷ ହେବ ସିଭି ସେଗ୍‌ମେଣ୍ଟର ଶୀର୍ଷ ସ୍ଥାନ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri