Posted inଜାତୀୟ

ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ତାମିଲନାଡୁ ଭାଜପା ସଭାପତି ଆନ୍ନାମଲାଇଙ୍କୁ ଏଥିପାଇଁ ଏଆଇଏଡିଏମ୍‌କେ ଦାୟୀ କରିଛି। ଭାଜପା କ୍ୟାଡରମାନେ ମେଣ୍ଟ ସପକ୍ଷରେ ଥିବାବେଳେ ଆନ୍ନାମଲାଇ ଏହା ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।
ଦୀର୍ଘଦିନ ଧରି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅଂଶବିଶେଷ ରହିଥିଲା। ଗତ ଜୁଲାଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏନ୍‌ଡିଏ ବୈଠକରେ ଏହି ଦଳ ଯୋଗ ଦେଇଥିଲା। ତେବେ ଆନ୍ନାମଲାଇ ମେଣ୍ଟ ଚାହୁଁ ନାହାନ୍ତି। ସେ ସବୁବେଳେ ଆମ ନେତାମାନଙ୍କୁ ସମାଲୋଚନା କରୁଛନ୍ତି। ସେ ଭାଜପା ରାଜ୍ୟ ସଭାପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି ବରିଷ୍ଠ ଏଆଇଏଡିଏମ୍‌କେ ନେତା ଡି. ଜୟକୁମାର କହିଛନ୍ତି। ସେ ଆମ ନେତ୍ରୀ ଜୟଲଳିତାଙ୍କୁ ସମାଲୋଚନା କରିଆସୁଛନ୍ତି। ସେତେବେଳେ ଆମେ ଆନ୍ନାମଲାଇଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ କରାଇଥିଲୁ। ନେତାମାନଙ୍କୁ ସମାଲୋଚନାକୁ ଆମେ ବରଦାସ୍ତ କରିପାରିବୁ ନାହିଁ ବୋଲି ଜୟକୁମାର କହିଛନ୍ତି। ଭାଜପା ସହ ମେଣ୍ଟ ଭାଙ୍ଗିବାର କୌଣସି ପ୍ରଭାବ ରାଜ୍ୟରେ ଦଳର ନିର୍ବାଚନୀ ଫଳାଫଳ ଉପରେ ପଡ଼ିବ ନାହିଁ। ଆଗାମୀ ନିର୍ବାଚନରେ ଏଆଇଏଡିଏମ୍‌କେ ନିଶ୍ଚୟ ଜିତିବ, ଭାଜପା ଖାତା ଖୋଲିପାରିବ ନାହିଁ ବୋଲି ଜୟକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୩।୬: ପୁଣି ଘୁଞ୍ଚିଲା OTET ପରୀକ୍ଷା। ଜୁନ୍‌ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚାଯାଇଛି। ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ପରୀକ୍ଷା।…

ଶିକ୍ଷକଙ୍କ ପାଇଁ ବଡ଼ ଖବର: ଏଣିକି TET ପାସ ବାଧ୍ୟତାମୂଳକ

ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri