Odisha Elections 2024
Posted inଫୁରସତ

ଭୂକମ୍ପ ସୂଚନା ଦେବ ଏଆଇ

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ମଣିଷ ତୁଳନାରେ କମ୍‌ ଭୁଲ୍‌, ଅଳ୍ପ ସମୟରେ ଅଧିକ କାମ ସହ ୨୪ ଘଣ୍ଟା ଉପଲବ୍ଧ ହୋଇପାରୁଥିବାରୁ ଏହା ସବୁଠି ଆଦୃତ ହେବାରେ ଲାଗିଛି। ହେଲେ ଆପଣ କେବେ ଭାବିଛନ୍ତି କି, ଭବିଷ୍ୟବାଣୀ ଦେବା ଲାଗି ବି ଏଆଇର ବ୍ୟବହାର କରାଯାଇପାରେ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଜାଣିବା ସେ ସମ୍ପର୍କରେ…

ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଏଆଇ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ମଧ୍ୟ ଭବିଷ୍ୟବାଣୀ ଦେଇପାରିବ। ଏକ ଗବେଷଣା ରିପୋର୍ଟ ମୁତାବକ ଭୂକମ୍ପ ସମ୍ପର୍କରେ ଏଆଇ ଏକ ସପ୍ତାହ ପୂର୍ବରୁ ସୂଚନା ଦେଇପାରୁଛି, ଯାହାକି ପ୍ରାୟ ୭୦ ପ୍ରତିଶତ ଠିକ୍‌ ମଧ୍ୟ ରହୁଛି।
ଅଷ୍ଟିନ୍‌ସ୍ଥିତ ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଏଭଳି ଏଆଇ ପ୍ରସ୍ତୁତ କରିଛନ୍ତି, ଯାହା ଠିକ୍‌ ସମୟରେ ଭୂକମ୍ପ ସମ୍ପର୍କରେ ସୂଚନା ଦେବା ଲାଗି ତାଲିମପ୍ରାପ୍ତ। ତାଲିମ ପୂର୍ବରୁ ଏହି ଏଆଇକୁ ପୂର୍ବରୁ ହୋଇଥିବା କେତୋଟି ଭୂକମ୍ପ ଡାଟା ପ୍ରଦାନ କରାଯାଇଥିଲା। ୭ ମାସ ପରୀକ୍ଷଣ କରାଯିବା ସମୟରେ ଦେଖାଯାଇଥିଲା ଯେ, ୨୦୦ ମାଇଲ ଦୂରତା ମଧ୍ୟରେ ହେବାକୁ ଥିବା ୧୪ଟି ଭୂକମ୍ପ ବିଷୟରେ ଏହି ଏଆଇ ସଠିକ ସୂଚନା ଏକ ସପ୍ତାହ ପୂର୍ବରୁ ସୂଚନା ଦେଇଥିଲା। ଯଦିଓ ଏହା ବ୍ୟତୀତ ଗୋଟିଏ ଭୂକମ୍ପ ବିଷୟରେ ତାହା ନ ଜାଣିପାରିବା ବେଳେ ଅନ୍ୟ ଆଠଟି ବିଷୟରେ ଭୁଲ ତଥ୍ୟ ଦେଇଥିଲା। ତଥାପି ଏହି ଏଆଇ ପ୍ରାୟ ୭୦ ପ୍ରତିଶତ ଠିକ୍‌ ତଥ୍ୟ ଦେଇ ପାରୁଥିବାରୁ ଭବିଷ୍ୟତରେ ଏହାଦ୍ୱାରା ଭୂକମ୍ପ ଟ୍ରାକିଂ କରିହେବା ସହ ଏହାଯୋଗୁ ହେଉଥିବା କ୍ଷୟ କ୍ଷତିକୁ କିଛି ମାତ୍ରାରେ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri