Posted inଫୁରସତ

ଭୂକମ୍ପ ସୂଚନା ଦେବ ଏଆଇ

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ମଣିଷ ତୁଳନାରେ କମ୍‌ ଭୁଲ୍‌, ଅଳ୍ପ ସମୟରେ ଅଧିକ କାମ ସହ ୨୪ ଘଣ୍ଟା ଉପଲବ୍ଧ ହୋଇପାରୁଥିବାରୁ ଏହା ସବୁଠି ଆଦୃତ ହେବାରେ ଲାଗିଛି। ହେଲେ ଆପଣ କେବେ ଭାବିଛନ୍ତି କି, ଭବିଷ୍ୟବାଣୀ ଦେବା ଲାଗି ବି ଏଆଇର ବ୍ୟବହାର କରାଯାଇପାରେ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଜାଣିବା ସେ ସମ୍ପର୍କରେ…

ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଏଆଇ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ମଧ୍ୟ ଭବିଷ୍ୟବାଣୀ ଦେଇପାରିବ। ଏକ ଗବେଷଣା ରିପୋର୍ଟ ମୁତାବକ ଭୂକମ୍ପ ସମ୍ପର୍କରେ ଏଆଇ ଏକ ସପ୍ତାହ ପୂର୍ବରୁ ସୂଚନା ଦେଇପାରୁଛି, ଯାହାକି ପ୍ରାୟ ୭୦ ପ୍ରତିଶତ ଠିକ୍‌ ମଧ୍ୟ ରହୁଛି।
ଅଷ୍ଟିନ୍‌ସ୍ଥିତ ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଏଭଳି ଏଆଇ ପ୍ରସ୍ତୁତ କରିଛନ୍ତି, ଯାହା ଠିକ୍‌ ସମୟରେ ଭୂକମ୍ପ ସମ୍ପର୍କରେ ସୂଚନା ଦେବା ଲାଗି ତାଲିମପ୍ରାପ୍ତ। ତାଲିମ ପୂର୍ବରୁ ଏହି ଏଆଇକୁ ପୂର୍ବରୁ ହୋଇଥିବା କେତୋଟି ଭୂକମ୍ପ ଡାଟା ପ୍ରଦାନ କରାଯାଇଥିଲା। ୭ ମାସ ପରୀକ୍ଷଣ କରାଯିବା ସମୟରେ ଦେଖାଯାଇଥିଲା ଯେ, ୨୦୦ ମାଇଲ ଦୂରତା ମଧ୍ୟରେ ହେବାକୁ ଥିବା ୧୪ଟି ଭୂକମ୍ପ ବିଷୟରେ ଏହି ଏଆଇ ସଠିକ ସୂଚନା ଏକ ସପ୍ତାହ ପୂର୍ବରୁ ସୂଚନା ଦେଇଥିଲା। ଯଦିଓ ଏହା ବ୍ୟତୀତ ଗୋଟିଏ ଭୂକମ୍ପ ବିଷୟରେ ତାହା ନ ଜାଣିପାରିବା ବେଳେ ଅନ୍ୟ ଆଠଟି ବିଷୟରେ ଭୁଲ ତଥ୍ୟ ଦେଇଥିଲା। ତଥାପି ଏହି ଏଆଇ ପ୍ରାୟ ୭୦ ପ୍ରତିଶତ ଠିକ୍‌ ତଥ୍ୟ ଦେଇ ପାରୁଥିବାରୁ ଭବିଷ୍ୟତରେ ଏହାଦ୍ୱାରା ଭୂକମ୍ପ ଟ୍ରାକିଂ କରିହେବା ସହ ଏହାଯୋଗୁ ହେଉଥିବା କ୍ଷୟ କ୍ଷତିକୁ କିଛି ମାତ୍ରାରେ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?