Posted inଫୁରସତ

କୁକୁରର ଜନ୍ମଦିନ ପାର୍ଟିରେ ଖର୍ଚ୍ଚ କରିଦେଲେ ୭ ଲକ୍ଷ; ୩ ଜଣଙ୍କୁ ବାନ୍ଧିନେଲା ପୋଲିସ

ଅହମ୍ମଦାବାଦ: ଦୁନିଆରେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ ଘରେ ପାଳିଥିବା ପଶୁମାନଙ୍କୁ ପରିବାରର ସଦସ୍ୟ ବୋଲି ମନେ କରନ୍ତି। ସେମାନେ ତାଙ୍କର ପ୍ରତ୍ୟେକ ଦିନକୁ ସ୍ବତନ୍ତ୍ର କରିବା ଲାଗି କିଛି ବି କରିବାକ ଦ୍ୱିଧା କରନ୍ତି ନାହିଁ। ଏବେ ଅହମ୍ମଦାବାଦର ଏକ ପରିବାର ଏହିପରି କାରଣକୁ ନେଇ ଚର୍ଚ୍ଚାରେ ରହିଛି। ସେମାନେ ପୋଷା କୁକୁର ‘ଏବି’ର ଜନ୍ମଦିନ ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭବ୍ୟ ପାର୍ଟିର ଆୟୋଜନ କରିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୁକୁର ଜନ୍ମଦିନ ପାଳିବାକୁ ଯାଇ କୋଭିଡ୍‌ କଟକଣା ଉଲ୍ଲଂଘନ କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଗତ ନିକୋଲ ଅଞ୍ଚଳରେ ପୋଷା କୁକୁର ‘ଏବି’ର ଜନ୍ମଦିନ ବେଶ ଆଡମ୍ବର ସହ ପାଳନ କରାଯାଇଥିଲା। ସାଜସଜ୍ଜା ଦେଖି ଏଥିରେ ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କ ହୋସ ଉଡିଯାଇଥିଲା। ଏହି ପାର୍ଟି ପାଇଁ ପ୍ରସିଦ୍ଧ ‘ମଧୁବନ ଗ୍ରିନ’ରେ ବିରାଟ ପ୍ଲଟ୍‌ ବୁକ୍‌ କରାଯାଇଥିଲା। ସେଥିରେ ସୁସଜ୍ଜିତ ଟେଣ୍ଟ (ତମ୍ବୁ) ଟଣାଯାଇ କୁକୁର ଏବିର ବଡ ବଡ ପୋଷ୍ଟର୍‌ ସବୁ ଲଗାଯାଇଥିଲା। ସେପଟେ ପାର୍ଟିର ମୁଖ୍ୟ ଆକର୍ଷଣ ପାଲଟିଥିବା କୁକୁର ମଧ୍ୟ ବେଶ ନିଆରା ଢଙ୍ଗରେ ସଜେଇ ହୋଇଥିଲା। ଜନ୍ମଦିନ ପାଳନ ଉପଲକ୍ଷେ ଆବି ଗୋଟାଏ କଳା ଗାଉନ ଏବଂ ଖଣ୍ଡେ ମଫଲର ପିନ୍ଧିଥିଲା ।

କୁକୁରର ଜନ୍ମଦିନ ପାର୍ଟିର ଭୋଜି ମଧ୍ୟ ଥିଲା ଖୁବ ବ୍ୟୟବହୁଳ ଏବଂ ସ୍ମରଣୀୟ। ଏସବୁ ଆୟୋଜନ ଗୋଟାଏ କୁକୁରର ଜନ୍ମଦିନ ପାଇଁ ହେଉଛି ଜାଣି ଅନେକେ ଲୋକେ ଚକିତ ହୋଇପଡିଥିଲେ। ଏତେ ବଡ ଗ୍ରାଣ୍ଡ ପାର୍ଟି ପାଇଁ କୁକୁରର ମାଲିକ ପାଖାପାଖି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ହେବା ପରେ ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଏହି ପାର୍ଟିରେ ଯୋଗଦେଇଥିବା ଅନେକ ବ୍ୟକ୍ତି ମାସ୍କ ପିନ୍ଧି ନଥିବା ଜାଣିବା ପରେ ପୁଲିସ ମହାମାରୀ ଆକ୍ଟ ଅନୁଯାୟୀ ୩ ଜଣଙ୍କୁ ଗିରଫ କରି ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri