ହଜାରେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମଧ୍ୟରୁ ବଛା ହୋଇଛନ୍ତି ଅହିଲ୍ୟା

ମୁମ୍ବାଇ: ପରିୟଡ ଡ୍ରାମା ‘ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାବାଇ’ ଜାନୁୟାରୀ ୪ ଅର୍ଥାତ୍ ମଙ୍ଗଳବାରଠାରୁ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି । ଏହି ଧାରାବାହିକରେ ଅଦିତି ଜଲତରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅହିଲ୍ୟାବାଇ ଭୂମିକାରେ ଦେଖିବାକୁ ମିଳିବ ଅଦିତିଙ୍କୁ । ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ଶିଶୁକନ୍ୟାଙ୍କ ମଧ୍ୟରୁ ଅଦିତିଙ୍କୁ ଏହି ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି । ହେଲେ କିଏ ଏହି ଅଦିତି । ଅଦିତି ୨୦୧୯ରେ ମରାଠି ଶୋ’ ସିନ୍ଧୁରୁ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି । କିଛି ବିଜ୍ଞାପନରେ ବି ସେ ନଜର ଆସିଛନ୍ତି ।

୧୦ ବର୍ଷୀୟା ମହାରାଷ୍ଟ୍ର୍ର ବାସିନ୍ଦା ଅଦିତି ‘ମେରେ ସାଇ’ ରେ ଗେଷ୍ଟ ଆପିୟରାନ୍ସରେ ନଜର ଆସି ସାରିଛନ୍ତି । ଅହିଲ୍ୟାବାଇ ପାଇଁ ୧ହଜାରରୁ ଊର୍ଦ୍ଧ୍ୱ ଶିଶୁକନ୍ୟା ଅଡିଶନ ଦେଇଥିବା ବେଳେ ଅଦିତି ଶେଷରେ ଏଥିପାଇଁ ମନୋନୀତ ହୋଇଛନ୍ତି । ଅଡିଶନ ପ୍ରୋସେସ ପାଖାପାଖି ୮ ମାସ ଚାଲିଥିଲା । ଏହା ଖୁବ୍ ଟଫ୍ ଥିଲା । ସର୍ଟଲିଷ୍ଟ ସହ ମକ୍ ଫଟୋଶୁଟ୍ ବି କରାଯାଇଥିଲା । ଅହିଲ୍ୟାବାଇ ଧାରାବାହିକର ନିର୍ଦ୍ଦେଶକ ଜ୍ୟାକସନ ସେଠି କୁହନ୍ତି ଅହିଲ୍ୟାବାଇଙ୍କ କ୍ୟାରେକ୍ଟର ଖୁବ୍ ଚ୍ୟାଲେଞ୍ଜିଙ୍ଗ । ଏଥିପାଇଁ ଏକ ନିର୍ବୋଧ ଶିଶୁର ଚରିତ୍ର ଆବଶ୍ୟକ ଯାହା ଏହି ଚରିତ୍ରକୁ ଅଧିକ ପ୍ରମାଣିତ କରିବ । ଅଦିତି ଜଲତରେଙ୍କ ନିକଟରେ ଏହା ରହିଛି ବୋଲି ସେ କହିଛନ୍ତି ।

ଅହିଲ୍ୟାବାଇଙ୍କ ପିଲାଦିନ ଭୂମିକାରେ ଅଭିନୟ କରିବାକୁ ଅଦିତି ପରଫେକ୍ଟ ଅଛନ୍ତି ବୋଲି ନିର୍ଦ୍ଦେଶକ କହିଛନ୍ତି । ଶୋରେ ଅହିଲ୍ୟା ଓ ତାଙ୍କ ଶ୍ୱଶୁରଙ୍କ ମଧ୍ୟରେ ଥିବା ନିବିଡ ବନ୍ଧନକୁ ଦେଖାଇବାକୁ ପ୍ରୟାସ କରାଯାଇଛି । ଏହି ଧାରାବାହିକରେ ଅହିଲ୍ୟାଙ୍କ କାହାଣୀ ଦୃଶ୍ୟମାନ ହେବ, ଜଣେ ଗାଉଁଲି ଝିଅର ମରାଠା ସମ୍ରାଟଙ୍କ ରାଣୀ ହେବା କଥା ଦର୍ଶାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri