ହଜାରେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମଧ୍ୟରୁ ବଛା ହୋଇଛନ୍ତି ଅହିଲ୍ୟା

ମୁମ୍ବାଇ: ପରିୟଡ ଡ୍ରାମା ‘ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାବାଇ’ ଜାନୁୟାରୀ ୪ ଅର୍ଥାତ୍ ମଙ୍ଗଳବାରଠାରୁ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି । ଏହି ଧାରାବାହିକରେ ଅଦିତି ଜଲତରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅହିଲ୍ୟାବାଇ ଭୂମିକାରେ ଦେଖିବାକୁ ମିଳିବ ଅଦିତିଙ୍କୁ । ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ଶିଶୁକନ୍ୟାଙ୍କ ମଧ୍ୟରୁ ଅଦିତିଙ୍କୁ ଏହି ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି । ହେଲେ କିଏ ଏହି ଅଦିତି । ଅଦିତି ୨୦୧୯ରେ ମରାଠି ଶୋ’ ସିନ୍ଧୁରୁ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି । କିଛି ବିଜ୍ଞାପନରେ ବି ସେ ନଜର ଆସିଛନ୍ତି ।

୧୦ ବର୍ଷୀୟା ମହାରାଷ୍ଟ୍ର୍ର ବାସିନ୍ଦା ଅଦିତି ‘ମେରେ ସାଇ’ ରେ ଗେଷ୍ଟ ଆପିୟରାନ୍ସରେ ନଜର ଆସି ସାରିଛନ୍ତି । ଅହିଲ୍ୟାବାଇ ପାଇଁ ୧ହଜାରରୁ ଊର୍ଦ୍ଧ୍ୱ ଶିଶୁକନ୍ୟା ଅଡିଶନ ଦେଇଥିବା ବେଳେ ଅଦିତି ଶେଷରେ ଏଥିପାଇଁ ମନୋନୀତ ହୋଇଛନ୍ତି । ଅଡିଶନ ପ୍ରୋସେସ ପାଖାପାଖି ୮ ମାସ ଚାଲିଥିଲା । ଏହା ଖୁବ୍ ଟଫ୍ ଥିଲା । ସର୍ଟଲିଷ୍ଟ ସହ ମକ୍ ଫଟୋଶୁଟ୍ ବି କରାଯାଇଥିଲା । ଅହିଲ୍ୟାବାଇ ଧାରାବାହିକର ନିର୍ଦ୍ଦେଶକ ଜ୍ୟାକସନ ସେଠି କୁହନ୍ତି ଅହିଲ୍ୟାବାଇଙ୍କ କ୍ୟାରେକ୍ଟର ଖୁବ୍ ଚ୍ୟାଲେଞ୍ଜିଙ୍ଗ । ଏଥିପାଇଁ ଏକ ନିର୍ବୋଧ ଶିଶୁର ଚରିତ୍ର ଆବଶ୍ୟକ ଯାହା ଏହି ଚରିତ୍ରକୁ ଅଧିକ ପ୍ରମାଣିତ କରିବ । ଅଦିତି ଜଲତରେଙ୍କ ନିକଟରେ ଏହା ରହିଛି ବୋଲି ସେ କହିଛନ୍ତି ।

ଅହିଲ୍ୟାବାଇଙ୍କ ପିଲାଦିନ ଭୂମିକାରେ ଅଭିନୟ କରିବାକୁ ଅଦିତି ପରଫେକ୍ଟ ଅଛନ୍ତି ବୋଲି ନିର୍ଦ୍ଦେଶକ କହିଛନ୍ତି । ଶୋରେ ଅହିଲ୍ୟା ଓ ତାଙ୍କ ଶ୍ୱଶୁରଙ୍କ ମଧ୍ୟରେ ଥିବା ନିବିଡ ବନ୍ଧନକୁ ଦେଖାଇବାକୁ ପ୍ରୟାସ କରାଯାଇଛି । ଏହି ଧାରାବାହିକରେ ଅହିଲ୍ୟାଙ୍କ କାହାଣୀ ଦୃଶ୍ୟମାନ ହେବ, ଜଣେ ଗାଉଁଲି ଝିଅର ମରାଠା ସମ୍ରାଟଙ୍କ ରାଣୀ ହେବା କଥା ଦର୍ଶାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri