ଅବ୍ୟବସ୍ଥାରେ କୃଷି ଜିଲା କାର୍ଯ୍ୟାଳୟ

ସିମୁଳିଆ, ୮।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଖଇରା ନିର୍ବାଚନମଣ୍ଡଳୀର ‘କୃଷି ଜିଲା କାର୍ଯ୍ୟାଳୟ’ କିରାଣି ଓ ପିଅନଙ୍କ ପରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଲୋକପ୍ରତିନିଧି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ବ୍ଲକର କୃଷି ବିଭାଗ କେବଳ କାଗଜକଲମରେ ସୀମିତି ରହିଛି।
ବ୍ଲକର ସଦରମହକୁମା ମାର୍କୋଣା ଷ୍ଟେଶନ ରୋଡ ପାର୍ଶ୍ୱରେ ଓଡ଼ିଶା ସରକାରଙ୍କ ସିମୁଳିଆ ବ୍ଲକ କୃଷି ବିଭାଗର ‘କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର’ ଓ ନିର୍ବାଚନମଣ୍ଡଳୀର ‘କୃଷି ଜିଲା ଅଧିକାରୀଙ୍କ କାର୍ଯ୍ୟାଳୟ’ ରହିଛି। ଏହି ଦୁଇଟି କାର୍ଯ୍ୟାଳୟ ମଧ୍ୟରେ ଖୋଲା ଆକାଶ ତଳେ ପାଣିପାଗ ସୂଚନା କେନ୍ଦ୍ର ରହିଛି। ତେବେ ଗତ ଜୁନ୍‌ରୁ ଜିଲା କୃଷି ଅଧିକାରୀ ପଦବୀ ଖାଲି ରହିବା ପରେ ଅଗଷ୍ଟ ୧ରେ ଲିପ୍ଟି ପଟ୍ଟନାୟକଙ୍କୁ କୃଷି ଅଧିକାରୀ ରୂପେ ନିଯୁକ୍ତି ମିଳିଛି। ବିଭାଗୀୟଙ୍କ ଅନୁପସ୍ଥିତିରେ ପିଅନ ଡମ୍ବରୁଧର ମହାନ୍ତି, କନିଷ୍ଠ କିରାଣି ରଞ୍ଜନ କୁମାର ଓଝା ଓ ସହାୟକ ମିହରି କୁମାର ଦେ ଏବେ ଏହି କାର୍ଯ୍ୟାଳୟ ସମ୍ଭାଳିଛନ୍ତି। ଏଠାରେ ବରିଷ୍ଠ କିରାଣି, କନିଷ୍ଠ କିରାଣି ଓ ମୁଖ୍ୟ କିରାଣିଙ୍କ ପଦବୀ ଫାଙ୍କା ପଡିଛି। ସିମୁଳିଆ ବ୍ଲକ ମୋଟ ୧୫ହଜାର ୬୩୭ହେକ୍ଟର ଚାଷଜମିରୁ ୧୩ହଜାର ୭ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେହିପରି ଖଇରା ବ୍ଲକର ୨୩ ହଜାର ୯୬୩ହେକ୍ଟର ଜମି ମଧ୍ୟରୁ ୨୧୪୫୩ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ତେବେ ସିମୁଳିଆ ଓ ଖଇରା ବ୍ଲକର ଚାଷୀଙ୍କ ପାଇଁ ସିମୁଳିଆ ବ୍ଲକ ମାର୍କୋଣାରେ ଥିବା ଜିଲା କୃଷି କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି।
ସେହିପରି ସିମୁଳିଆ ବ୍ଲକର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ୧୨ଜଣ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲ୍ୟୁ)ଙ୍କ ପରିବର୍ତ୍ତେ ୯ଜଣ ଅଛନ୍ତି। ଗତ ୬ବର୍ଷ ହେଲା ସହକାରୀ କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀ କୃଷି ଦାୟିତ୍ୱ ପରିଚାଳନା କରିବା ପରେ ଗତ ୪ମାସ ହେଲା କୃଷି ଅଧିକାରୀ ରୂପେ ବିଶ୍ୱଜିତ ପଣ୍ଡା ନିଯୁକ୍ତ ହୋଇଛନ୍ତି। ଗତ ୨୦୦୬ରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମତ୍ସ୍ୟ ଚାଷ ଓ ପ୍ରାଣୀ ବିଭାଗକୁ ନେଇ କୃଷି ବିଭାଗ ପରିସରରେ କେନ୍ଦ୍ର ସରକାରଙ୍କ ‘ଆମତ୍ା’ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ଏହା ମଧ୍ୟ ବାଟବଣା ହୋଇଛି। ସରକାରୀ ନୀୟମ ଅନୁସାରେ ଆତ୍ମାର ଚେୟାରମ୍ୟାନଙ୍କ ସମେତ ୨୨ଜଣ ଏହି କମିଟିରେ ରହି କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବାର ଯୋଜନା ଥିବା ବେଳେ କମିଟିରେ ଚାଷୀଙ୍କ ପରିବର୍ତ୍ତେ ବିଭିନ୍ନ ଦଳୀୟ ନେତାମାନେ ଅଛନ୍ତି। ପ୍ରତ୍ୟେକ ଦୁଇବର୍ଷରେ କମିଟିର ଏକ ତୃତୀୟାଂଶ ସଭ୍ୟ ବଦଳିବା ସହିତ ଚେୟାରମ୍ୟାନ ବଦଳିବାର ନିୟମ ଥିବା ବେଳେ ଯୋଜନା ଆରମ୍ଭରୁ ଅଦ୍ୟାବଧି ଚେୟାରମ୍ୟାନ ବଦଳି ନାହାନ୍ତି। ଏ ସମ୍ପର୍କରେ ଆରମ୍ଭରୁ ଆତ୍ମାର ଚେୟାରମ୍ୟାନ ଥିବା ଗୋବର୍ଦ୍ଧନ ମହାପାତ୍ରଙ୍କୁ ପଚାରିବାରୁ କୃଷି ଅଧିକାରୀମାନେ କିଛି କରୁ ନ ଥିବାର ସେ କହିଛନ୍ତି।
ଅପରପକ୍ଷେ ଗତବର୍ଷରୁ କୌଣସି ଫଣ୍ଡ ନ ଆସିବା ସହିତ ଗତ ୭ମାସ ହେଲା ଆମତ୍ାର କର୍ମଚାରୀମାନଙ୍କୁ ଦରମା ମଧ୍ୟ ମିଳି ନ ଥିବା ସମ୍ପର୍କରେ ଆମତ୍ାର ସହକାରୀ ବୈଷୟିକ ପରିଚାଳକ ବିଶ୍ୱରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଜଳବାୟୁ ସମ୍ପର୍କରେ ସୂଚନା ଦେବା ପାଇଁ କୃଷି ବିଭାଗ ପରିସରରେ ଥିବା ବିଭିନ୍ନ ଯନ୍ତ୍ରପାତି, ସୋଲାର ପ୍ଲେଟ ଉପରେ ଅନାବନା ଗଛଲତା ମାଡିଯାଇଛି।
ଏ ସମ୍ପର୍କରେ ସହକାରୀ କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀ କହିଛନ୍ତି ଏହାର ଦାୟିତ୍ୱ ଅନ୍ୟ ଏକ ସଂସ୍ଥା ନେଇଛି। ତେବେ ଏହାର ରକ୍ଷଣାବେକ୍ଷଣ କରାଯାଉ ନ ଥିବା ସେ କହିଛନ୍ତି। ଅପରପକ୍ଷେ ସାର, କୀଟନାଶକ ଓ ଅସାଧୁ ଧାନ ବ୍ୟବସାୟୀଙ୍କ ଉପରେ କୃଷି ବିଭାଗର କୌଣସି ଅଙ୍କୁଶ ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଗ୍ରଣୀ ଚାଷୀ ଗଜେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?