Posted inଜାତୀୟ

ବନ୍ଦ ହୋଇଯିବ କି ଅଗ୍ନିବୀର ଯୋଜନା, ସଂସଦରୁ ମିଳିଲା ସଙ୍କେତ

ନୂଆଦିଲ୍ଲୀ,୨୮।୬: ସଂସଦର ମିଳିତ ଅଧିବେଶନକୁ ଗତକାଲି ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ସେ ନିଜ ଅଭିଭାଷଣରେ ସରକାରଙ୍କ ସଫଳତାକୁ ଉପସ୍ଥାପନ କରିଛନ୍ତି। ପ୍ରାୟ ଘଣ୍ଟେ ଧରି ରାଷ୍ଟ୍ରପତି ସରକାରଙ୍କର ଗତ ୧୦ବର୍ଷ ମଧ୍ୟରେ କେଉଁ କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟ କରିଛନ୍ତି ସେ ନେଇ କହିଛନ୍ତି। ଭାରତୀୟ ସେନାର ଅନେକ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ରାଷ୍ଟ୍ରପତି ଅଗ୍ନିବୀର ଯୋଜନା ନାଁ ସୁଦ୍ଧା ଉଠାଇ ନାହାନ୍ତି। ରାଷ୍ଟ୍ରପତି ସରକାରଙ୍କ ସବୁ ବଡ଼ ବଡ଼ ପଦକ୍ଷେପ ଉଠାଇବା ସହ ବିରୋଧୀଙ୍କୁ ଏମରାଜନ୍ସିକୁ ନେଇ ମଧ୍ୟ ସମାଲୋଚନା କରିଥିଲେ। ହେଲେ ଅଗ୍ନିବୀର ସମ୍ପର୍କରେ ପଦୁଟିଏ ବି କହି ନ ଥିଲେ। ଏହି ଯୋଜନାକୁ ଆଣିବାବେଳେ ସରକାର ଏହାକୁ ଦେଶ ପାଇଁ ବୈପ୍ଳବିକ ପଦକ୍ଷେପ ବୋଲି କହିଥିଲେ। ଏଥିସହ ଭବିଷ୍ୟତ ପାଇଁ ସେନା ପ୍ରସ୍ତୁତ ରଖିବାର ଏକ ମାଷ୍ଟର ଷ୍ଟ୍ରୋକ ବୋଲି ମଧ୍ୟ କହି ଆସୁଥିଲେ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଅଗ୍ନିବୀରଙ୍କ ନାମ ନିଅନ୍ତୁ କି ନ ନିଅନ୍ତୁ ଏହା ସରକାରଙ୍କ ଇଚ୍ଛା। କିନ୍ତୁ ଯେତେବେଳେ ସରକାରଙ୍କ ସଫଳତା ଏବଂ ଦୂରଦୃଷ୍ଟି ବିଷୟରେ ଆଲୋଚନା କରାଯାଏ ସେତେବେଳେ ଅଗ୍ନିବୀର ଯୋଜନାକୁ କିପରି ବାଦ୍‌ ଦିଆଯାଇଛି ତାହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରଶ୍ନ ଉଠିବାର କାରଣ ଏହା ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟତ ସହିତ ସିଧାସଳଖ ଜଡିତ। ମୋଦି ସରକାର ଏହାକୁ କାର୍ଯ୍ୟକାରୀ କରିବା ଦିନଠାରୁ ସେନାର ସ୍ବଳ୍ପକାଳୀନ ସେବା ଉପରେ ପ୍ରଶ୍ନ ଉଠିଛି। ଯେତେବେଳେ ଅଗ୍ନିବୀର ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ସରକାର ଏହି ଯୋଜନା ବିଷୟରେ ଅନେକ ପ୍ରଚାର କରିଥିଲେ, କିନ୍ତୁ ବର୍ତ୍ତମାନ ସରକାରଙ୍କ ସଫଳତା ତାଲିକାରେ ଏହାର ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳୁନାହିଁ।

ରାଷ୍ଟ୍ରପତି ଲୋକ ସଭାରେ ୫୧ମିନିଟର ଲମ୍ବା ଭାଷଣ ଦେଇଛନ୍ତି। ସମଗ୍ର ଅଭିଭାଷଣରେ କୃଷି ସଂସ୍କାର, ମହିଳା ସଶକ୍ତିକରଣ, ଅର୍ଥନୀତି, ଜରୁରୀକାଳୀନ ପରିସ୍ଥିତି, ଜନସାଧାରଣ ପରିବହନ, ପେପର୍‌ ଲିକ ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ନିଜର ୨ ମିନିଟ ୫୦ ସେକେଣ୍ଡ ଭାଷଣରେ ମଧ୍ୟ ସେନା ଉପରେ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ସଫଳତା ବିଷୟରେ ମଧ୍ୟ କହିଛନ୍ତି। ହେଲେ ସେହି ୨ ମିନିଟ ୫୦ ସେକେଣ୍ଡରେ ଅଗ୍ନିବୀର ନାମ ଥରେ ମଧ୍ୟ ଉଲ୍ଲେଖ କରିନାହାନ୍ତି।

ତେବେ ଆଲୋଚନା ହେଉଛି କି, ଯୁବପିଢିଙ୍କ ଅସନ୍ତୋଷ ଏବଂ ବିରୋଧୀଙ୍କ ବିରୋଧ ଯୋଗୁଁ ସରକାର ଅଗ୍ନିବୀରକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି କି? ସରକାର ନିଜକୁ ଅଗ୍ନିବୀର ଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି କି? ଏହି ପ୍ରସଙ୍ଗକୁ ନେଇ ସରକାର ଙ୍କ ସହଯୋଗୀମାନେ ଚାପରେ ଅଛନ୍ତି କି? କିମ୍ବା ସରକାର ଅଗ୍ନବୀର ଯୋଜନାରେ କୌଣସି ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?