ଉଗ୍ର ମରଦପଣିଆ

ଏହି କିଛିଦିନ ହେବ ଘଟିଥିବା କିଛି ଘଟଣା ମଣିଷର ହୃଦୟକୁ ଦୋହଲାଇଦେବା ସହ ଆମେ ସତରେ କ’ଣ ଏକ ସଭ୍ୟ ସମାଜରେ ରହିଛନ୍ତି କି ବୋଲି ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିହାରର ଏକ ସ୍ଥାନରେ କୋଚିଂ ସେଣ୍ଟରରେ ପଢ଼ା ସରିଲା ପରେ ନିକଟସ୍ଥ ପାହାଡ଼କୁ ବୁଲିବାକୁ ଝିଅଟିଏ, ପୁଅଟିଏ ଯାଇଥିଲେ। ଫେରିଲା ବେଳକୁ ମୁହଁ ଅନ୍ଧାର ହୋଇଯାଇଥିଲା। ଫେରିବା ବାଟରେ ସେମାନଙ୍କୁ ସ୍ଥାନୀୟ ଯୁବକମାନେ ଅଟକାଇଥିଲେ ଓ ଅସଦାଚରଣ କରିବା ସହ ସେମାନଙ୍କୁ ଶାରୀରିକ ଆଘାତ ଦେଇଥିଲେ। ପୁଅ, ଝିଅ ୨ଜଣ ସେମାନଙ୍କୁ ଚିହ୍ନନ୍ତି ନାହିଁ ବା ସେମାନଙ୍କର କୌଣସି କ୍ଷତି ମଧ୍ୟ କରି ନ ଥିଲେ। କିନ୍ତୁ ସ୍ଥାନୀୟ ଯୁବକ ଆପଣା ଗଳିରେ କୁତା ସେର୍‌ ଭଳି ନିଜର ଅନାବଶ୍ୟକ ଉଗ୍ର ମରଦପଣିଆକୁ ସେମାନଙ୍କ ଉପରେ ଲଦି ଦେଇଥିଲେ। ଝିଅଟି ପ୍ରତି ସେମାନଙ୍କର ଯେଭଳି ବ୍ୟବହାର ଥିଲା, ସାମାଜିକ ଗଣମାଧ୍ୟମରୁ ତାହା ଜାଣି ସାରା ଦେଶର ଜନସାଧାରଣ ଲଜ୍ଜା ଅନୁଭବ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଅଭିଯୁକ୍ତଙ୍କୁ ଗିରଫ କରିଛି, ଆଉ ମୁଖ୍ୟ ଅଭିଯୁକ୍ତ ମଧ୍ୟ ପୋଲିସ ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି। ଉଦାହରଣମୂଳକ ଶାସ୍ତି ପାଇଁ ସବୁଆଡ଼ୁ ଦାବି ହେଲା।
ଏ ଘଟଣା ପରେ ପରେ ଏମିତି ମରଦପଣିଆ ମଧ୍ୟ ଆମ ଓଡ଼ିଶାରେ ଦେଖାଦେଇଛି। ଜଣେ ଦମ୍ପତି ଏକ ପ୍ରସିଦ୍ଧ ଶୈବପୀଠ ବୁଲି ଫେରିଲା ବେଳେ ସ୍ଥାନୀୟ କେତେଜଣ ନିଶାସକ୍ତ ଯୁବକ ମହିଳାଙ୍କ ପ୍ରତି ଅସଦାଚରଣ ତଥା ଶାରୀରିକ ଆଘାତ ଦେଇ ସେମାନେ ମୋବାଇଲରେ ଚଳମାନ ଚିତ୍ରକରି ତାହାର ପ୍ରସାର କରିଥିଲେ। କିଛିଦିନ ତଳେ ଅନ୍ୟ ଏକ ସ୍ଥାନରେ ଜଣେ ଯୁୁବକଙ୍କୁ ମଧ୍ୟ କେତେଜଣ ଲୋକ ସାମାନ୍ୟ ଅଭିଯୋଗରେ ଆକ୍ରମଣକରି ଦିନ ଦ୍ୱିପ୍ରହରରେ ଜୀବନ ନେଇଗଲେ। ଅଭିଯୋଗର ସତ୍ୟତା କେତେ କେହି ବୁଝିବାକୁ ନାରାଜ। ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ପିତାମାତା ବେସାହାରା ହୋଇଗଲେ।
ଆମେ ଦେଖୁଛେ କେହି କେହି କୌଣସି ଅଜଣା ଲୋକଙ୍କୁ ପରିଚୟ ପତ୍ର ମାଗି ନାନାଦି ଆକ୍ରମଣ କରୁଛନ୍ତିି। କୌଣସି ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସ ହାତରେ ଦେବା ଉଚିତ। କିନ୍ତୁ ପୋଲିସକୁ ବିଶ୍ୱାସକୁ ନ ନେବା ଦୁର୍ଭାଗ୍ୟର ବିଷୟ। ସେମାନଙ୍କ ମରଦପଣିଆ ସମସ୍ତ ତଦନ୍ତକାରୀ ସଂସ୍ଥାର ଊର୍ଦ୍ଧ୍ୱରେ ମନେହୁଏ। ଏପରିକି ଶିକ୍ଷାନବୀସ ପୁଅଝିଅ ବାଟ ଭୁଲି ଏକ ଗଁା ମଧ୍ୟ ଦେଇ ସନ୍ଧ୍ୟା ସମୟରେ ଫେରୁଥିବା ବେଳେ, ନିଜର ପରିଚୟପତ୍ର ଦେଖାଇଲା ପରେ ମଧ୍ୟ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଅସଦାଚରଣ ତଥା ଶାରୀରିକ ଆକ୍ରମଣର ଶିକାର ହେଲେ। ଝିଅଟିର ପୋଷାକକୁ ଚିରି ଆକ୍ରମଣକଲେ। ଏହାର ଚଳମାନ ଚିତ୍ର କରି ମଧ୍ୟ ପ୍ରସାରଣ କରିଥିଲେ। ଏଭଳି ଘଟଣା, ପାଠପଢ଼ା ପାଇଁ ନିଜ ପୁଅଝିଅଙ୍କୁ ବାହାରକୁ ଛାଡ଼ୁଥିବା ଅନେକ ବାପାମାଆଙ୍କ ମନରେ ଅନେକ ଭୟ ସୃଷ୍ଟିକଲା। ପୋଲିସ ଏହି ଘଟଣାକୁ ବିରଳରୁ ବିରଳତର ତାଲିକାଭୁକ୍ତ କରିବା ସହ ୨୧ ଜଣଙ୍କୁ ଗିରଫ କଲା।
ଏଭଳି ଲୋକ ଯେ କୁହାଯାଇଥିବା ଜାଗାରେ ଅଛନ୍ତି ତାହା ନୁହେଁ। ଏଭଳି ବ୍ୟକ୍ତିତ୍ୱ ସବୁ ସ୍ଥାନରେ, ସବୁ ଗଁାଗଣ୍ଡା, ଗଳିକନ୍ଦି, ସହରବଜାରରେ ପାଇବା। ନିଜ ଗଳିରେ ସେମାନେ ନିଜର ମରଦପଣିଆ ଜାହିରକରି ଅନେକଙ୍କ କ୍ଷତି ଘଟାଇଥାନ୍ତି। ନିଜକୁ ନିଶାଗ୍ରସ୍ତ ରଖିବା ସହ ନିଶା କାରବାରରେ ମଧ୍ୟ ଲିପ୍ତ ଥାଆନ୍ତି। ସମସ୍ତଙ୍କ ବିଶ୍ୱାସ ଭାଜନ ହେବା ପାଇଁ ନିଜକୁ ସାଧୁସନ୍ଥଙ୍କ ପରି ସଜାଇଥାନ୍ତି। ଟିକେ ଟିକେ କଥାରେ ଏମାନଙ୍କଠାରୁ ଭକ୍ତିଭାବ, ଉଗ୍ର ଦେଶପ୍ରେମ କଥା ପାଇବେ। କୌଣସି ବିକାଶରେ ଏମାନଙ୍କ ଅବଦାନ ନ ଥାଏ। କୌଣସି ଘଟଣାରେ ପୋଲିସ ଯେତେବେଳେ କାର୍ଯ୍ୟାନଷ୍ଠାନ ଗ୍ରହଣକରେ ଏମାନଙ୍କ ମରଦପଣିଆ କେତେ ସେତେବେଳେ ଜଣାପଡ଼ିଯାଏ। କିଏ ପୋଲିସ ଭୟରେ ଲୁଚି ବୁଲେ ତ କିଏ ପୋଲିସ ହାତରେ ଧରା ପଡ଼ିଲେ ଶୃଗାଳ ପରି ହେବା ସହ କାହାର ଦେହ,ମୁଣ୍ଡ ଖରାପ ହୋଇଯାଏ। ନିଜ ଉପରେ ନିଜର ବିଶ୍ୱାସ ଏମାନଙ୍କର ନ ଥାଏ। ଏମାନେ ସମାଜ ପାଇଁ ଘାତକ ନିଶ୍ଚୟ।
ଟିଭି ଷ୍ଟୁଡିଓରେ ବସିଥିବା କେତେଜଣ ବିଜ୍ଞବ୍ୟକ୍ତି ପରସ୍ପରକୁ ପ୍ରଶ୍ନ କରୁଥିଲେ, କାହିଁକି ଏପରି ଘଟୁଛି? ସରକାରୀ ସ୍ତରରେ ଅନେକ ସଚେତନତା ତ ସୃଷ୍ଟି କରାଯାଉଛି। ‘ଆମ ଗଁା, ଆମ ପୋଲିସ’ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ଅଚିହ୍ନା ଶିକ୍ଷାନବୀସ କେଉଁଠି ଆକ୍ରୋଶର ଶିକାର ହେଲେ, ସେମାନେ କହିବା ପାଇଁ କୁହାଯାଇଛି, ‘ମୁଁ ସରକାରୀ କାମରେ ଆସିଛି, ସରପଞ୍ଚଙ୍କୁ ଡାକି ଦିଅ’ ଆଦି। ଅଭିଯୁକ୍ତମାନଙ୍କ ପାଇଁ ଅନେକ କଠୋର ଦଣ୍ଡବିଧାନ ମଧ୍ୟ ହେଉଛି। କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟୁଛି। ଲୋକେ ଆଇନ ନିଜ ହାତକୁ ନେଉଛନ୍ତି। କେହି କିଛି ବୁଝିବାକୁ ନାରାଜ। ଭିଡ଼ହିଂସା ହେଉ ବା କାହା ଉପରେ ଆକ୍ରମଣ ହେଉ କେହି ବୁଝିବା ବଦଳରେ, ସେଥିରେ ସେ ସାମିଲ ହୋଇଯାଉଛି। ସବୁ ବିଜ୍ଞଜନ ଖୋଜୁଥିଲେ ଏହାର ସମାଧାନର ପଥ।
କିନ୍ତୁ ଏସବୁ ଘଟଣା ଘଟିବାରେ ଆମେ ସଭିଏଁ ବୋଧେ ଦାୟୀ। ମଣିଷର ମନ ସ୍ବାଭାବିକ ଭାବେ ପ୍ରଥମେ ନକାରାତ୍ମକ ଚିନ୍ତା କରିଥାଏ, ପରେ ସକାରାତ୍ମକ ଚିନ୍ତା। ଆମେ ଗୀତା, ବାଇବେଲ, କୋରାନ, ଗ୍ରନ୍ଥସାହେବ ଆଦି ଅନେକ ଧର୍ମଗ୍ରନ୍ଥ ପଢ଼ୁ ନିଜକୁ ବିଜ୍ଞ କରିବା ପାଇଁ। ଆଉ ଟିକେ ବିଜ୍ଞହେବା ପାଇଁ ଦୀକ୍ଷା ନେଉ, କୌଣସି ଗୁରୁଙ୍କ ଶରଣାପନ୍ନ ହେଉ। କିନ୍ତୁ ସମାଜରେ ଆମେ ସକାରାତ୍ମକ ଚିନ୍ତା ପରିବର୍ତ୍ତେ ଅଧିକ ନକାରାତ୍ମକ ଚିନ୍ତା ସର୍ବଦା ଅଜାଡ଼ିଦେଉ। କଳାଧନ ରୋଜାଗାର କରୁଥିବା ଲୋକକୁ ପ୍ରଶଂସା କରୁ। ଖଟିଖାଇ ବଞ୍ଚୁଥିବା ମଣିଷକୁ ସେତେଟା ସମ୍ମାନ ଦେଉନାହଁୁ। ନିଶା କାରବାର ବଢ଼ିବାରେ ସହଯୋଗ ନ କଲେ ମଧ୍ୟ ନୀରବ ରହୁ। କଳାଧନ ରୋଜଗାରରେ ଆସକ୍ତି ବଢ଼ାଉଛୁ। ସମାଜରେ ଭଲ କାର୍ଯ୍ୟ କରୁଥିବା ଲୋକଙ୍କୁୁ ପ୍ରଶଂସା କରିବା ପରିବର୍ତ୍ତେ ବିଦ୍ରୂପ କରୁଛେ। ଏହି କାରଣରୁ ସମାଜର ତଥା ପିଲାମାନଙ୍କ ଚିନ୍ତା କରିବା ଶକ୍ତି ଦିନକୁ ଦିନ କ୍ଷୀଣହୋଇ ତାହା ଆପରାଧିକ ମାନସିକତା ଆଡ଼କୁ ଗତି କରୁଛି।
ସବୁ ଜୀବ ନାରୀ ଆଉ ପୁରୁଷର ଅଂଶରେ ତିଆରି। ସବୁ ଜୀବଙ୍କ ଦେହରେ ଅଛି ଦୁର୍ଗା ଆଉ ଶିବଙ୍କ ଶକ୍ତି। ନାରୀ, ପୁରୁଷର ସେହି ମରଦପଣିଆକୁ ଜାଗ୍ରତ କରିବାକୁ ହେବ। ଖାଲି କୋର୍ଟ, କଚେରି ବଢ଼ିଗଲେ ଅପରାଧ କମିବ ନାହିଁ। ସରକାରୀ ସ୍ତରରେ କଠୋର ଦଣ୍ଡବିଧାନ ସହ ସେହି ମରଦପଣିଆ ଲୋଡ଼ା। ମଣିଷର ଶିକ୍ଷାରେ ତଥା ସମାଜରେ ନୀତିନୈତିକତାର ଊର୍ଦ୍ଧ୍ୱଗତି ପାଇଁ ସଭିଏଁ ଚେଷ୍ଟା କରିବା ଜରୁରୀ, ନଚେତ୍‌ ଆମେ ସଭିଏଁ ସେଥିରେ ଦିନେନା ଦିନେ ପଡ଼ି କ୍ଷତିଗ୍ରସ୍ତ ହେବା।
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?