Posted inଖେଳ

ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଲେ ଓପନର, ପାଣି ପୂରାଇ ଦେଲେ ଆଣ୍ଡରସନ

ଟ୍ରେଣ୍ଟ ବ୍ରିଜ୍‌,୫।୮: ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୯୭ ରନ୍‌। ଲାଗୁଥିଲା ଟିମ୍‌ ଇଣ୍ଡିଆ ସହଜରେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବ।

କିନ୍ତୁ ରୋହିତ(୩୬)ଙ୍କୁ ଆଉଟ୍‌ କରି ଭାରତୀୟ ଦଳକୁ ପ୍ରଥମ ଝଟକା ଦେଇଥିଲେ ଓଲି ରବିନସନ। ତା’ ପରେ ଜିମ୍ମି ଆଣ୍ଡରସନ କ୍ରମାଗତ ବଲରେ ଚେତେଶ୍ୱର ପୂଜାରା (୪) ଓ ଅଧିନାୟକ ବିରାଟ କୋହଲି (୦)ଙ୍କୁ ଆଉଟ୍‌ କରି ଭାରତୀୟ ଦଳର ପ୍ରୟାସରେ ପାଣି ପୁରାଇ ଦେଇଥିଲେ। ଏହାପରେ ଉପଅଧିନାୟକ ଅଜିଙ୍କ୍ୟ ରାହାନେ (୫) ରନ୍‌ଆଉଟ୍‌ ହେବା ସହ ମ୍ୟାଚ୍‌କୁ ଫେରିଥିଲା ଘରୋଇ ଦଳ। ବର୍ଷା କାରଣରୁ ଦ୍ୱିତୀୟ ଦିନର ଖେଳକୁ ଯଥେଷ୍ଟ ପୂର୍ବରୁ ସମାପ୍ତି ଘୋଷଣା କରାଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୪୬.୪ ଓଭରରେ ୪ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରିଛି। ଫଳରେ ହାତରେ ୬ ଉଇକେଟ ଥାଇ ଭାରତ ୫୮ ରନ ପଛରେ ରହିଛି। ଓପନର ଲୋକେଶ ରାହୁଲ ୫୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୭ ରନ କରି ଅପରାଜିତ ରହିଛନ୍ତି। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୮୩ ରନ କର ଅଲ୍‌ଆଉଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ଫେରିଲେ ଧୋନୀ

ନୂଆଦିଲ୍ଲୀ,୮।୯: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏଥର ଖେଳାଳି ଭାବେ ନୁହେଁ। ସପୋର୍ଟ...

ଭାରତର ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଏପ୍ରିଲ୍‌ରେ

ଲାଉସାନେ, ୧୦ା୭ (ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ...

କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରଖିପାରେ ଆରସିବି

ବାଙ୍ଗାଲୋର,୨୫।୧୧: ଆଇପିଏଲର ମେଗା ଅକଶନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରିଟେନ କରିବା ନିଶ୍ଚିତ। କିନ୍ତୁ କୋହଲିଙ୍କ...

ପୁଅର ଭିଜା ପାଇଁ କ୍ରୀଡ଼ା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାନିଆ

ନୂଆଦିଲ୍ଲୀ,୩।୬: ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ସାନିଆ ମିର୍ଜା ୟୁକେରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥି ଲାଗି ସେ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ...

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବଢ଼ିବା ସହ ବଡ଼ ଟୁର୍ନାମେଣ୍ଟମାନ ଆୟୋଜନ ହେଉଛି। ଏହାର ପୁରସ୍କାର ମଧ୍ୟ ରାଜ୍ୟକୁ ମିଳିବାରେ ଲାଗିଛି। କ୍ରୀଡ଼ା...

କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ

ନଟିଂହାମ୍‌(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍‌ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...

ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର

ସିଡ୍‌ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍‌ସ ରେଡିଓ...

ଶୁବମନ ଗିଲ୍‌ ଆହତ

ଚେନ୍ନାଇ, ୧୭।୨(ପି.ଟି.)- ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଫିଲ୍ଡିଂ ଅବସରରେ ସେ...

Advertisement
Archives

Model This Week