୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି ଏକ ଚମତ୍କାରୀ ଉପାୟ ବାହାର କରିଛନ୍ତି, ଯାହାକୁ ଆପଣାଇବା ଦ୍ୱାରା ଜଣେ ବ୍ୟକ୍ତି ୨୫ ବର୍ଷ ପଛକୁ ଫେରିପାରିବେ। ତେଲ ଆଭିଭ୍‌ ୟୁନିଭର୍ସିଟି ଓ ଶାମିର ମେଡିକାଲ୍‌ ସେଣ୍ଟର ପକ୍ଷରୁ ମିଳିତ ଭାବେ କରାଯାଇଥିବା ଗବେଷଣାରୁ ଏହି ସଫଳତା ମିଳିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ହାଇପର୍‌ବରିକ୍‌ ଅକ୍ସିଜେନ୍‌ ଟ୍ରିଟମେଣ୍ଟ (ଏଚ୍‌ବିଓଟି) ଜରିଆରେ ବାର୍ଦ୍ଧକ୍ୟ ରୋକାଯିବା ସହ ରୋଗ ମଧ୍ୟ ନିୟନ୍ତ୍ରଣ କରାଯାଇପାରୁଛି ବୋଲି ଗବେଷକମାନେ କହିଛନ୍ତି । ଏହି ଉଦ୍ଭାବନ ବିଶ୍ୱର ଯୁବ ବୈଜ୍ଞାନିକଙ୍କୁ ଅଧିକ ଗବେଷଣା ପାଇଁ ଖୋରାକ୍‌ ଯୋଗାଇଥିବାବେଳେ ବୟସାଧିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମନରେ ନୂଆ ଆଶାର କିରଣ ଜଗାଇଛି।

ଯାହା କେହି କରିପାରି ନ ଥିଲେ ଇସ୍ରାଏଲ୍‌ର ବୈଜ୍ଞାନିକମାନେ ତାହା କରିଦେଖାଇଛନ୍ତି। ସେମାନେ ବୟସକୁ ପଛକୁ ୨୫ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇବାର ଉପାୟ ବାହାର କରିଛନ୍ତି। ଗବେଷଣା ବେଳେ ଏକ ଚାମ୍ବରରେ ଉଚ୍ଚ ଚାପରେ ଅମ୍ଳଜାନ ପ୍ରୟୋଗ କରାଯାଇଥିଲା। ଏପରି କରିବା ଦ୍ୱାରା ସେମାନେ ଜାଣିବାକୁ ପାଇଲେ ଯେ, ବୟସ ବୃଦ୍ଧିକୁ ରୋକି ରୋଗକୁ ମଧ୍ୟ ଛଡ଼ାଯାଇପାରୁଛି। ଏଜିଂ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଧ୍ୟୟନରେ ୬୪ ବର୍ଷରୁ ଅଧିକ ବୟସ ହୋଇଥିତ୍ବା ୩୫ ଜଣଙ୍କୁ ନିଆଯାଇଥିଲା। ଗବେଷଣାର ବିଷୟବସ୍ତୁ ଥିଲା ହାଇପରବରିକ୍‌ ଅକ୍ସିଜେନ୍‌ ଟ୍ରିଟମେଣ୍ଟ (ଏଚ୍‌ବିଓଟି)। ଭାଗ ନେଇଥିବା ଲୋକଙ୍କୁ ସପ୍ତାହକୁ ୫ ଥର ଲେଖାଏ ଏଚ୍‌ବିଓଟି ଚିକିତ୍ସା କରାଯାଉଥିଲା। ଦିନକୁ ୯୦ ମିନିଟ ଧରି ଏହି ଉପଶମ ବ୍ୟବସ୍ଥା କରାଯାଉଥିଲା। ଏହିପରି ଭାବେ ୩ ମାସ ଧରି ଅକ୍ସିଜେନ୍‌ ଟ୍ରିଟ୍‌ମେଣ୍ଟ କରାଯିବା ପରେ ଜଣାପଡ଼ିଥିଲା ଯେ, ଏହି ଚିକିତ୍ସା ଯୋଗୁ ଗୁଣସୂତ୍ର (ଟେଲୋମର୍ସ) ନିୟନ୍ତ୍ରଣ ଜରିଆରେ ବୟସ୍କ ଶରୀରର କୋଷିକାଗୁଡ଼ିକୁ ବିକଶିତ କରାଯାଇ ପାରୁଛି। ଏଥିରେ ବୁଢ଼ା ହେବାକୁ ରୋକାଯାଇ ପାରୁଛି ଓ ରୋଗ ମଧ୍ୟ ଉପଶମ ହେଉଛି। ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ଶାଇ ଏଫ୍ରାଟି କହିଛନ୍ତି, ବୟସ ବୃଦ୍ଧି ରୋକିବା କ୍ଷେତ୍ରରେ ଟେଲୋମିଟର ଶର୍ଟେନିଂ ହେଉଛି ଜୈବବିଜ୍ଞାନର ହୋଲି ଗ୍ରେଲ୍‌ (ଯିଶୁଖ୍ରୀଷ୍ଟଙ୍କ ଶେଷ ନୈଶ ଭୋଜନରେ ବ୍ୟବହୃତ ଥାଳି) ସଦୃଶ। ଏହାକୁ ପ୍ରୟୋଗ କରି ଲୋକଙ୍କୁ ସେମାନଙ୍କ ବର୍ତ୍ତମାନ ବୟସଠାରୁ ୨୫ ବର୍ଷ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଇ ପାରୁଛି। ସାରା ବିଶ୍ୱର ଗବେଷକମାନେ ଟେଲୋମର ବିସ୍ତାର ପାଇଁ ସକ୍ଷମ କରୁଥିବା ଫାର୍ମାଲୋଜିକାଲ ଓ ପରିବେଶଗତ ଉପାୟ ଉଦ୍ଭାବନ ପାଇଁ ଉଦ୍ୟମ ଚଳାଇଥିବାବେଳେ ଆମ ଏଚ୍‌ବିଓଟି ପ୍ରୋଟୋକଲ୍‌ ଏହି ସଫଳତା ହାସଲ କରିଛି।
ନିକଟରେ ଏକ ଅନୁରୂପ ଗବେଷଣାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଆଭ୍ୟନ୍ତରୀଣ ପ୍ରୋଟିନ୍‌ ବୟସ ବୃଦ୍ଧିକୁ ଅଟକାଇପାରେ। କେତେକ ମୂଷା ଶରୀରରେ ଏହାକୁ ପ୍ରୟୋଗ କରାଯାଇଥିଲା। ପରେ ସେହି ମୂଷାମାନଙ୍କୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ପଠାଯାଇଥିଲା। ଜାପାନ ସ୍ପେସ୍‌ ଏଜେନ୍ସି ଜେଏଏକ୍ସଏ ଏବଂ ତୋହୋକୁ ୟୁନିଭର୍ସିଟିର ମିଳିତ ଉଦ୍ୟମରେ କରାଯାଇଥିବା ଏହି ଗବେଷଣାରେ ଆଇଏସ୍‌ଏସ୍‌ରେ ନ୍ୟୁକ୍ଲିୟର ଫ୍ୟାକ୍ଟର ଏରିଥ୍ରୋଇଡ୍‌ ୨ ବା ଏନ୍‌ଆର୍‌ଏଫ୍‌୨ ପ୍ରୋଟିନ ବିନା ସମ ପରିମାଣର ଖାଦ୍ୟ ଖାଇବା ଓ ପାଣି ପିଇବା ପରେ ମଧ୍ୟ ମୂଷାଗୁଡ଼ିକର ଓଜନ ବଢ଼ି ନ ଥିଲା। ଆଭ୍ୟନ୍ତରୀଣ ପ୍ରୋଟିନ ବୟସ ବୃଦ୍ଧି ପ୍ରକ୍ରିୟାକୁ ଧୀର କରିବା ସମ୍ଭାବନା ବହନ କରେ ବୋଲି ମୂଷାଙ୍କ ଶାରୀରିକ ପରିବର୍ତ୍ତନରୁ ଜଣାପଡ଼ିଥିଲା। ଆଲ୍‌ଜାଇମର୍‌ ଭଳି ଅକ୍ଷମତା ଯୋଗୁ ସୃଷ୍ଟି ହେଉଥିବା ବାର୍ଦ୍ଧକ୍ୟ ଅବସ୍ଥାର ଦୂରୀକରଣ ପାଇଁ ଔଷଧ ପ୍ରସ୍ତୁତିରେ ଏହି ଅଧ୍ୟୟନ ସହାୟକ ହେବ ବୋଲି କୁହାଯାଉଛି।
ଏଚ୍‌ବିଓଟି କ’ଣ
ହାଇପରବରିକ୍‌ ଅକ୍ସିଜେନ ଟ୍ରିଟ୍‌ମେଣ୍ଟ (ଏଚ୍‌ବିଓଟି) ହେଉଛି ଏପରି ଏକ ଚିକିତ୍ସା, ଯାହା କରାଯିବାବେଳେ ଜଣେ ରୋଗୀଙ୍କୁ ପ୍ରେସରାଇଜ୍‌ଡ ଚାମ୍ବରରେ ରଖାଯାଏ। ଉକ୍ତ ଚାମ୍ବରରେ ଅମ୍ଳଜାନ ସ୍ତରକୁ ସ୍ବାଭାବିକଠାରୁ ୩ରୁ ୪ ଗୁଣ ବୃଦ୍ଧି କରାଯାଇଥାଏ। ଶରୀରକୁ ଅତିରିକ୍ତ ଅମ୍ଳଜାନ ଦିଆଗଲେ ଗ୍ରୋଥ୍‌ ଫ୍ୟାକ୍ଟର ବା ଅଭିବୃଦ୍ଧି କ୍ଷେତ୍ର ଏବଂ ଉପଶମକାରୀ ଷ୍ଟେମ୍‌ ସେଲ୍‌ ବିକଶିତ ହୋଇଥାଏ। ଏଚ୍‌ବିଓଟିରେ ଡାକ୍ତରମାନେ ଶରୀରରେ ଥିବା ରକ୍ତର ପରିମାଣକୁ ଅସ୍ଥାୟୀ ଭାବେ ବଢ଼ାଇଥାଆନ୍ତି। ଏହା ତନ୍ତୁଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ସେଥିରେ ଅମ୍ଳଜାନ ସ୍ତରକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ସଙ୍କୋଚନ, ମସ୍ତିଷ୍କ ବଥ ଓ ଗମ୍ଭୀର ରକ୍ତହୀନତାରେ ଆକ୍ରାନ୍ତ ରୋଗୀଙ୍କଠାରେ ଏଚ୍‌ବିଓଟି ଚିକିତ୍ସା କରାଯାଇଥାଏ। ରକ୍ତକଣିକାରେ ବାୟୁ ଫୋଟକା ଉଠିବା, ଉପଶମ ହେଉ ନ ଥିବା ଘା, ବିକିରଣ କ୍ଷତ ଓ ଦୃଷ୍ଟିହୀନତା ଆଦି ପାଇଁ ଏହି ଚିକିତ୍ସା ଫଳପ୍ରଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?