୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି ଏକ ଚମତ୍କାରୀ ଉପାୟ ବାହାର କରିଛନ୍ତି, ଯାହାକୁ ଆପଣାଇବା ଦ୍ୱାରା ଜଣେ ବ୍ୟକ୍ତି ୨୫ ବର୍ଷ ପଛକୁ ଫେରିପାରିବେ। ତେଲ ଆଭିଭ୍‌ ୟୁନିଭର୍ସିଟି ଓ ଶାମିର ମେଡିକାଲ୍‌ ସେଣ୍ଟର ପକ୍ଷରୁ ମିଳିତ ଭାବେ କରାଯାଇଥିବା ଗବେଷଣାରୁ ଏହି ସଫଳତା ମିଳିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ହାଇପର୍‌ବରିକ୍‌ ଅକ୍ସିଜେନ୍‌ ଟ୍ରିଟମେଣ୍ଟ (ଏଚ୍‌ବିଓଟି) ଜରିଆରେ ବାର୍ଦ୍ଧକ୍ୟ ରୋକାଯିବା ସହ ରୋଗ ମଧ୍ୟ ନିୟନ୍ତ୍ରଣ କରାଯାଇପାରୁଛି ବୋଲି ଗବେଷକମାନେ କହିଛନ୍ତି । ଏହି ଉଦ୍ଭାବନ ବିଶ୍ୱର ଯୁବ ବୈଜ୍ଞାନିକଙ୍କୁ ଅଧିକ ଗବେଷଣା ପାଇଁ ଖୋରାକ୍‌ ଯୋଗାଇଥିବାବେଳେ ବୟସାଧିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମନରେ ନୂଆ ଆଶାର କିରଣ ଜଗାଇଛି।

ଯାହା କେହି କରିପାରି ନ ଥିଲେ ଇସ୍ରାଏଲ୍‌ର ବୈଜ୍ଞାନିକମାନେ ତାହା କରିଦେଖାଇଛନ୍ତି। ସେମାନେ ବୟସକୁ ପଛକୁ ୨୫ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇବାର ଉପାୟ ବାହାର କରିଛନ୍ତି। ଗବେଷଣା ବେଳେ ଏକ ଚାମ୍ବରରେ ଉଚ୍ଚ ଚାପରେ ଅମ୍ଳଜାନ ପ୍ରୟୋଗ କରାଯାଇଥିଲା। ଏପରି କରିବା ଦ୍ୱାରା ସେମାନେ ଜାଣିବାକୁ ପାଇଲେ ଯେ, ବୟସ ବୃଦ୍ଧିକୁ ରୋକି ରୋଗକୁ ମଧ୍ୟ ଛଡ଼ାଯାଇପାରୁଛି। ଏଜିଂ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଧ୍ୟୟନରେ ୬୪ ବର୍ଷରୁ ଅଧିକ ବୟସ ହୋଇଥିତ୍ବା ୩୫ ଜଣଙ୍କୁ ନିଆଯାଇଥିଲା। ଗବେଷଣାର ବିଷୟବସ୍ତୁ ଥିଲା ହାଇପରବରିକ୍‌ ଅକ୍ସିଜେନ୍‌ ଟ୍ରିଟମେଣ୍ଟ (ଏଚ୍‌ବିଓଟି)। ଭାଗ ନେଇଥିବା ଲୋକଙ୍କୁ ସପ୍ତାହକୁ ୫ ଥର ଲେଖାଏ ଏଚ୍‌ବିଓଟି ଚିକିତ୍ସା କରାଯାଉଥିଲା। ଦିନକୁ ୯୦ ମିନିଟ ଧରି ଏହି ଉପଶମ ବ୍ୟବସ୍ଥା କରାଯାଉଥିଲା। ଏହିପରି ଭାବେ ୩ ମାସ ଧରି ଅକ୍ସିଜେନ୍‌ ଟ୍ରିଟ୍‌ମେଣ୍ଟ କରାଯିବା ପରେ ଜଣାପଡ଼ିଥିଲା ଯେ, ଏହି ଚିକିତ୍ସା ଯୋଗୁ ଗୁଣସୂତ୍ର (ଟେଲୋମର୍ସ) ନିୟନ୍ତ୍ରଣ ଜରିଆରେ ବୟସ୍କ ଶରୀରର କୋଷିକାଗୁଡ଼ିକୁ ବିକଶିତ କରାଯାଇ ପାରୁଛି। ଏଥିରେ ବୁଢ଼ା ହେବାକୁ ରୋକାଯାଇ ପାରୁଛି ଓ ରୋଗ ମଧ୍ୟ ଉପଶମ ହେଉଛି। ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ଶାଇ ଏଫ୍ରାଟି କହିଛନ୍ତି, ବୟସ ବୃଦ୍ଧି ରୋକିବା କ୍ଷେତ୍ରରେ ଟେଲୋମିଟର ଶର୍ଟେନିଂ ହେଉଛି ଜୈବବିଜ୍ଞାନର ହୋଲି ଗ୍ରେଲ୍‌ (ଯିଶୁଖ୍ରୀଷ୍ଟଙ୍କ ଶେଷ ନୈଶ ଭୋଜନରେ ବ୍ୟବହୃତ ଥାଳି) ସଦୃଶ। ଏହାକୁ ପ୍ରୟୋଗ କରି ଲୋକଙ୍କୁ ସେମାନଙ୍କ ବର୍ତ୍ତମାନ ବୟସଠାରୁ ୨୫ ବର୍ଷ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଇ ପାରୁଛି। ସାରା ବିଶ୍ୱର ଗବେଷକମାନେ ଟେଲୋମର ବିସ୍ତାର ପାଇଁ ସକ୍ଷମ କରୁଥିବା ଫାର୍ମାଲୋଜିକାଲ ଓ ପରିବେଶଗତ ଉପାୟ ଉଦ୍ଭାବନ ପାଇଁ ଉଦ୍ୟମ ଚଳାଇଥିବାବେଳେ ଆମ ଏଚ୍‌ବିଓଟି ପ୍ରୋଟୋକଲ୍‌ ଏହି ସଫଳତା ହାସଲ କରିଛି।
ନିକଟରେ ଏକ ଅନୁରୂପ ଗବେଷଣାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଆଭ୍ୟନ୍ତରୀଣ ପ୍ରୋଟିନ୍‌ ବୟସ ବୃଦ୍ଧିକୁ ଅଟକାଇପାରେ। କେତେକ ମୂଷା ଶରୀରରେ ଏହାକୁ ପ୍ରୟୋଗ କରାଯାଇଥିଲା। ପରେ ସେହି ମୂଷାମାନଙ୍କୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ପଠାଯାଇଥିଲା। ଜାପାନ ସ୍ପେସ୍‌ ଏଜେନ୍ସି ଜେଏଏକ୍ସଏ ଏବଂ ତୋହୋକୁ ୟୁନିଭର୍ସିଟିର ମିଳିତ ଉଦ୍ୟମରେ କରାଯାଇଥିବା ଏହି ଗବେଷଣାରେ ଆଇଏସ୍‌ଏସ୍‌ରେ ନ୍ୟୁକ୍ଲିୟର ଫ୍ୟାକ୍ଟର ଏରିଥ୍ରୋଇଡ୍‌ ୨ ବା ଏନ୍‌ଆର୍‌ଏଫ୍‌୨ ପ୍ରୋଟିନ ବିନା ସମ ପରିମାଣର ଖାଦ୍ୟ ଖାଇବା ଓ ପାଣି ପିଇବା ପରେ ମଧ୍ୟ ମୂଷାଗୁଡ଼ିକର ଓଜନ ବଢ଼ି ନ ଥିଲା। ଆଭ୍ୟନ୍ତରୀଣ ପ୍ରୋଟିନ ବୟସ ବୃଦ୍ଧି ପ୍ରକ୍ରିୟାକୁ ଧୀର କରିବା ସମ୍ଭାବନା ବହନ କରେ ବୋଲି ମୂଷାଙ୍କ ଶାରୀରିକ ପରିବର୍ତ୍ତନରୁ ଜଣାପଡ଼ିଥିଲା। ଆଲ୍‌ଜାଇମର୍‌ ଭଳି ଅକ୍ଷମତା ଯୋଗୁ ସୃଷ୍ଟି ହେଉଥିବା ବାର୍ଦ୍ଧକ୍ୟ ଅବସ୍ଥାର ଦୂରୀକରଣ ପାଇଁ ଔଷଧ ପ୍ରସ୍ତୁତିରେ ଏହି ଅଧ୍ୟୟନ ସହାୟକ ହେବ ବୋଲି କୁହାଯାଉଛି।
ଏଚ୍‌ବିଓଟି କ’ଣ
ହାଇପରବରିକ୍‌ ଅକ୍ସିଜେନ ଟ୍ରିଟ୍‌ମେଣ୍ଟ (ଏଚ୍‌ବିଓଟି) ହେଉଛି ଏପରି ଏକ ଚିକିତ୍ସା, ଯାହା କରାଯିବାବେଳେ ଜଣେ ରୋଗୀଙ୍କୁ ପ୍ରେସରାଇଜ୍‌ଡ ଚାମ୍ବରରେ ରଖାଯାଏ। ଉକ୍ତ ଚାମ୍ବରରେ ଅମ୍ଳଜାନ ସ୍ତରକୁ ସ୍ବାଭାବିକଠାରୁ ୩ରୁ ୪ ଗୁଣ ବୃଦ୍ଧି କରାଯାଇଥାଏ। ଶରୀରକୁ ଅତିରିକ୍ତ ଅମ୍ଳଜାନ ଦିଆଗଲେ ଗ୍ରୋଥ୍‌ ଫ୍ୟାକ୍ଟର ବା ଅଭିବୃଦ୍ଧି କ୍ଷେତ୍ର ଏବଂ ଉପଶମକାରୀ ଷ୍ଟେମ୍‌ ସେଲ୍‌ ବିକଶିତ ହୋଇଥାଏ। ଏଚ୍‌ବିଓଟିରେ ଡାକ୍ତରମାନେ ଶରୀରରେ ଥିବା ରକ୍ତର ପରିମାଣକୁ ଅସ୍ଥାୟୀ ଭାବେ ବଢ଼ାଇଥାଆନ୍ତି। ଏହା ତନ୍ତୁଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ସେଥିରେ ଅମ୍ଳଜାନ ସ୍ତରକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ସଙ୍କୋଚନ, ମସ୍ତିଷ୍କ ବଥ ଓ ଗମ୍ଭୀର ରକ୍ତହୀନତାରେ ଆକ୍ରାନ୍ତ ରୋଗୀଙ୍କଠାରେ ଏଚ୍‌ବିଓଟି ଚିକିତ୍ସା କରାଯାଇଥାଏ। ରକ୍ତକଣିକାରେ ବାୟୁ ଫୋଟକା ଉଠିବା, ଉପଶମ ହେଉ ନ ଥିବା ଘା, ବିକିରଣ କ୍ଷତ ଓ ଦୃଷ୍ଟିହୀନତା ଆଦି ପାଇଁ ଏହି ଚିକିତ୍ସା ଫଳପ୍ରଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri