
ଥୁଆମୂଳ ରାମପୁର,୨୩ା୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ସଭା ଗୃହଠାରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥୁଆମୂଳ ରାମପୁର ତହସିଲଦାର ନିରୋଜ କୁମାର ଭତ୍ରା, ବ୍ଲକ ଅବକାରୀ ବିଭାଗ ଅଧିକାରିଣୀ ପ୍ରଶାନ୍ତି ସ୍ବାଇଁ, ଥୁଆମୂଳ ରାମପୁର ଥାନା ଏଏସ୍ଆଇ ଭାସ୍କର ଖୋସ୍ଲା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ସୁଧାଂଶୁ ଶେଖର ପଣ୍ତା ପ୍ରମୁଖ ଯୋଗଦେଇ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅବକାରୀ ବିଭାଗ କନଷ୍ଟେବଲ ପୃଥିରାଜ ବାଗ, ସିଦ୍ଧାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ତଥା ଓଏଲ୍ଏମ୍, ଏମ୍ବିକେ, ସ୍ବୟଂସହାୟକ ଗୋଷ୍ଠୀ ମହିଳାଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।