Posted inଫୁରସତ

କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି ହେଉ

ପ୍ରତିବର୍ଷ ଡିସେମ୍ବର ୨କୁ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଭାବେ ପାଳନ କରାଯାଇଥାଏ। ମାନବ ଚାଲାଣ ରୋକିବା, ଶ୍ରମ, ବେଶ୍ୟାବୃତ୍ତି ଆଦି କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଗୋଲାମ କରି ରଖିବାର କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଥର ପାଇଁ ୧୯୮୬ରେ ମିଳିତ ଜାତସଂଘର ସାଧାରଣ ପରିଷଦରେ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଅନୁମୋଦନ ଲାଭ କରିଥିଲା ।
ସେବେଠାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି ଦିବସ ଉପଲକ୍ଷେ ଦାସତ୍ୱ ପ୍ରଥାର ବିଲୋପ ନିମନ୍ତେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଆନ୍ତର୍ଜାତିକ ସ୍ତରରେ ଦାସତ୍ୱକୁ ବେଆଇନ ଘୋଷଣା କରାଯାଇଛି।
ଏବେ ସାରା ବିଶ୍ୱରେ ୩କୋଟିରୁ ଅଧିକ କ୍ରୀତଦାସ ଥିବାବେଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଭାରତରେ ଅଛନ୍ତି। ଭାରତରେ ଏବେ ବି ୧କୋଟି ୪୦ ଲକ୍ଷ କ୍ରୀତଦାସ ଅଛନ୍ତି। କ୍ରୀତଦାସ ପ୍ରଥା ବିରୋଧରେ କାର୍ଯ୍ୟ କରୁଥିବା ‘ୱାକ୍‌ ଫ୍ରି ଫାଉଣ୍ଡେଶନ’ ନିକଟରେ ରିପୋର୍ଟରେ ପ୍ରକାଶ କରିଥିବାବେଳେ ସାରା ବିଶ୍ୱରେ କେତେ କ୍ରୀତଦାସ ଅଛନ୍ତି ତା’ର ତାଲିକା ପ୍ରଦାନ କରିଛି। ଏଥିରେ ୧୬୨ଟି ଦେଶରେ କେତେ କ୍ରୀତଦାସ ରହୁଛନ୍ତି, କ୍ରୀତଦାସ ପ୍ରଥାର ପ୍ରମୁଖ କାରଣ ତଥା ଏହାକୁ ରୋକିବାରେ ସରକାରଙ୍କ ସାମର୍ଥ୍ୟ ଉପରେ ସବିଶେଷ ଅଧ୍ୟୟନ କରାଯାଇଛି । ଯୌନକର୍ମୀ କିମ୍ବା ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଅନେକ ସମୟରେ ହେଉଥିବା ମାନବ ଚାଲାଣ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ସାରା ବିଶ୍ୱରେ ୨.୯୮କୋଟି କ୍ରୀତଦାସ ରହୁଥିବାବେଳେ ଏଥିରୁ ପ୍ରାୟ ୭୬ ପ୍ରତିଶତ କେବଳ ୧୦ଟି ଦେଶରେ ରହୁଛନ୍ତି । ସେଗୁଡ଼ିକ ହେଲା ଭାରତ (୧କୋଟି ୩୯ ଲକ୍ଷ), ଚାଇନା (୨୯ଲକ୍ଷ), ପାକିସ୍ତାନ (୨୧ଲକ୍ଷ), ନାଇଜେରିଆ (୭ଲକ୍ଷ), ଇଥିଓପିଆ (୬ଲକ୍ଷ ୫୧ ହଜାର), ରୁଷିଆ (୫ଲକ୍ଷ ୧୬ ହଜାର), ଥାଇଲାଣ୍ଡ (୪ଲକ୍ଷ ୭୨ ହଜାର), ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (୪ଲକ୍ଷ ୬୨ ହଜାର), ମ୍ୟାନ୍‌ମାର (୩ଲକ୍ଷ ୮୪ ହଜାର) ଓ ବାଂଲାଦେଶରେ ୩ଲକ୍ଷ ୪୩ ହଜାର। ଆଧୁନିକ ସମୟରେ କ୍ରୀତଦାସର ଅର୍ଥ ବଦଳି ଯାଇଥିବାବେଳେ ମାନବ ଚାଲାଣ, ଗୋତି ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଓ ଜୋରଜବରଦସ୍ତ ବିବାହ ଆଦିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବିଶ୍ୱସ୍ତରରେ କ୍ରୀତଦାସଙ୍କ ତାଲିକା ପ୍ରକାଶ କରିବା ଉଦ୍ଦେଶ୍ୟ ହେଉଛି ଏହା ବିରୋଧ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ଦେଶର ସରକାରଙ୍କ ଉପରେ ଚାପ ପକାଇବା। କାରଣ ସାରା ବିଶ୍ୱରେ ଏବେ ଯେତିକି ସଂଖ୍ୟକ କ୍ରୀତଦାସ ଅଛନ୍ତି ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ଗବେଷକ କେଭିନ୍‌ ବେଲ୍ସ ପ୍ରକାଶ କରିଛନ୍ତି। ଦାରିଦ୍ର୍ୟ କ୍ରୀତଦାସ ପ୍ରଥାର ପ୍ରମୁଖ କାରଣ ହୋଇଥିବାବେଳେ ଦୁର୍ନୀତି ଏହାର ଅନ୍ୟ ଏକ କାରଣ।
ଚାଇନାରେ ମଧ୍ୟ ମହିଳା, ପୁରୁଷ ତଥା ଶିଶୁମାନଙ୍କୁ କ୍ରୀତଦାସ ହେବା ପାଇଁ ବାଧ୍ୟ କରାଯାଉଛି ।
ଆଇସ୍‌ଲାଣ୍ଡ, ଆୟର୍ଲାଣ୍ଡ ଓ ବ୍ରିଟେନ ପରି ପାଶ୍ଚାତ୍ୟ ଦେଶ ମଧ୍ୟ କ୍ରୀତଦାସ ମୁକ୍ତ ନୁହନ୍ତି ବୋଲି ବେଲ୍ସ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଧନୀ ରାଷ୍ଟ୍ରଗୁଡ଼ିକ ପାଇଁ ମଧ୍ୟ ଚେତାବନୀ ସଦୃଶ ହୋଇଛି।
-ଶେଖ୍‌ ଫରିଦ୍‌ଉଦ୍ଦିନ
ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri