Posted inଖେଳ

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ କରିଥିବାବେଳେ ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନକରି ଅଲଆଉଟ ହୋଇ ଯାଇଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ମୁମ୍ବାଇ ପୁଣି ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୮ ପଏଣ୍ଟ ପାଇଥିଲେ ହେଁ ରନ ହାରରେ ଉପରେ ରହିଛି ମୁମ୍ବାଇ। ଅନ୍ୟପକ୍ଷରେ ସ୍ଥିର ପ୍ରଦର୍ଶନ ଦେଇ ପାରି ନ ଥିବା ରାଜସ୍ଥାନ ୫ ମ୍ୟାଚରୁ ତୃତୀୟ ପରାଜୟ ସହ ୭ମ ସ୍ଥାନକୁ ଖସିଛି। ଏକାଧିକ ଖେଳାଳି ପରିବର୍ତ୍ତନ ସତ୍ତ୍ୱେ ଏହା ଦଳର ବିଜୟରେ ସହାୟକ ହୋଇ ପାରିନାହିଁ।
ବିଜୟ ଲକ୍ଷ୍ୟ ବଡ଼ ଥିବାବେଳେ ରାଜସ୍ଥାନର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା। ଦଳକୁ ଫେରିଥିବା ଯୁବ ଓପନର ଯଶସ୍ବି ଜୟସ୍ବାଲ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ ଅଧିନାୟକ ଷ୍ଟିଭେନ ସ୍ମିଥ ମାତ୍ର ୬ ରନ କରି ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ମିଡଲ ଅର୍ଡରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଡକ୍‌(୦)ରେ ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ୧୨ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରନ ଚେଜ୍‌ ଆଶା କ୍ରମେ ମଉଳି ଯାଉଥିବାବେଳେ ମହୀପାଲ ଲାମରୋର ମାତ୍ର ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋସ୍‌ ବଟଲର ସଂଘର୍ଷ ଜାରି ରଖିଥିଲେ ହେଁ ତାଙ୍କୁ ଉପଯୁକ୍ତ ସହଯୋଗ ମିଳି ନ ଥିଲା। ଟପ୍‌ ଅର୍ଡରରେ ବଡ଼ ପାର୍ଟନରଶିପ୍‌ର ଅଭାବ ମଧ୍ୟ ଦଳପାଇଁ ମହଙ୍ଗା ପଡ଼ିଥିଲା। ଫଳରେ ଆବଶ୍ୟକ ରନହାର କ୍ରମେ ବଢ଼ିଯାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଜେମ୍ସ ପ୍ୟାଟିନସନଙ୍କ ଓଭରରେ ବଡ଼ ଶଟ୍‌ ଖେଳିବା ଚକ୍କରରେ ବଟଲର ମିଡ୍‌ଅନ୍‌ରେ କିରନ ପୋଲାର୍ଡଙ୍କ ଚିତାକର୍ଷକ କ୍ୟାଚର ଶିକାର ହୋଇଥିଲେ। ସେ ୪୪ଟି ବଲ୍‌ ଖେଳି ୪ ଚୌକା ଓ ୫ ଛକା ସହ ୭୦ ରନ କରିଥିଲେ। ଶାରଜା ତୁଳନାରେ ଶେଖ୍‌ ଜାୟେଦ ଷ୍ଟାଡିୟମ ଅପେକ୍ଷାକୃତ ବଡ଼ ହୋଇଥିବାରୁ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଅଧିକାଂଶ ଶଟ୍‌ ବାହାକୁ ଯାଇପାରି ନ ଥିଲା। ଟମ୍‌ କୁରାନ ୧୫ ରନରେ ଆଉଟ ହୋଇଥିଲେ। ଶେଷ ଭାଗରେ ଜୋଫ୍ରା ଆର୍ଚର ୧୧ ବଲ୍‌ରୁ ୨୪ (୩ ଚୌକା, ୧ ଛକା) ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ଓ ଜେମ୍ସ ପ୍ୟାଟିନସନ ୨ଟି ଲେଖାଏ ଏବଂ ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ଦୁଇ ଓପନର କ୍ୱିଣ୍ଟନ ଡିକକ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରଥମ ଉଇକେଟରେ ୨୯ ବଲ୍‌ରୁ ୪୯ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଡିକକ୍‌ ୧୫ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୨୩ ରନ କରିଥିବାବେଳେ ନବାଗତ କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରୋହିତ ୨୩ ବଲ୍‌ରୁ ୩୫(୨ ଚୌକା, ୩ ଛକା) ରନ କରିଥିବାବେଳେ ଇଶାନ କିଶନ ଫେଲ୍‌ ମାରି ଡକ୍‌(୦)ରେ ଆଉଟ ହୋଇଥିଲେ। ପୂର୍ବ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବା କୃନାଲ ପାଣ୍ଡ୍ୟା ବ୍ୟାଟିଂ କ୍ରମରେ ଆଗରେ ଆସିଥିଲେ ହେଁ ୧୭ ବଲ୍‌ରୁ ମାତ୍ର ୧୨ ରନ କରି ପାରିଥିଲେ। ତେବେ ଦଳର ମୋଟ ସ୍କୋର ଉପରେ ଏହା ଫରକ ପକାଇ ନ ଥିଲା। ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ଦର୍ଶନୀୟ ଇନିଂସ। ସେ ୩୩ ବଲ୍‌ରୁ ଦ୍ରୁତ ଅର୍ଦ୍ଧଶତକ ପୂରଣ କରିଥିବାବେଳେ ମୋଟ ୪୭ଟି ବଲ୍‌ ଖେଳି ୧୧ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୭୯ ରନ ସ୍କୋର କରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୩୦(୨ ଚୌକା, ୧ ଛକା) ରନ କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୯୩/୪ରେ ପହଞ୍ଚତ୍ ଯାଇଥିଲା। ସୂର୍ଯ୍ୟକୁମାର ଓ ହାର୍ଦ୍ଦିକଙ୍କ ଅସମାପ୍ତ ୫ମ ଉଇକେଟ ଯୋଡ଼ିରୁ ୭୬ ରନ ସଂଗୃହୀତ ହୋଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଶ୍ରେୟାସ ଗୋପାଲ ୨ଟି ଏବଂ ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତା୍ୟାଗୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୩/୪(ସୂର୍ଯ୍ୟକୁମାର-୭୯*, ରୋହିତ-୩୫, ହାର୍ଦ୍ଦିକ-୩୦*, ଡିକକ୍‌-୨୩, ଗୋପାଳ-୨/୨୮, ଆର୍ଚର-୧/୩୪, ତ୍ୟାଗୀ-୧/୩୬)। ରାଜସ୍ଥାନ ରୟାଲ୍ସ ୧୮.୧ ଓଭରରେ ୧୩୬/ଅଲଆଉଟ (ବଟଲର-୭୦, ବୁମ୍‌ରା-୪/୨୦, ବୋଲ୍ଟ-୨/୨୬, ପ୍ୟାଟିନସନ-୨/୧୯, ରାହୁଲ ଚହର-୧/୨୪, ପୋଲାର୍ଡ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନେ ପ୍ରେମିକାଙ୍କୁ ମାଡ ମାରି ଏମିତି ଅବସ୍ଥା କରିଥିଲେ, ଏବେ ମିଳିଲା ‘ନାଇଟ୍‌ହୁଡ୍‌’ ଉପାଧି

କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ ଖେଳାଳି ଜେଫ୍ରି ବୟକଟ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଇଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଜେଫ୍ରି ବୟକଟଙ୍କୁ ‘ନାଇଟ୍‌ହୁଡ’ ସମ୍ମାନରେ...

ରୋହିତ ଶର୍ମାଙ୍କ ପରେ ଏହି କ୍ରିକେଟରଙ୍କୁ ଦିଲ୍‌ ଦେଇଛନ୍ତି ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ୍‌

କ୍ରିକେଟ୍‌ ଏବଂ ବଲିଉଡ୍‌ ସମ୍ପର୍କ ବହୁ ପୁରୁଣା। କ୍ରିକେଟର୍‌ଙ୍କ ସହ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗିରହିଥାଏ। ଏବେ ସିଂଘମ ଅଭିନେତ୍ରୀ କାଜଲ...

ପାକିସ୍ତାନରୁ ଡେଭିସ୍‌ କପ୍‌ ମ୍ୟାଚ୍‌ ସ୍ଥାନାନ୍ତର କରିବାକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୧।୮: ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ସ୍ଥାନାନ୍ତର ପାଇଁ ଏବେ ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌)କୁ...

ପ୍ରଥମ ଟେଷ୍ଟ: ବାଂଲାଦେଶ ୨୪୨/୫

ଚଟୋଗ୍ରାମ,୪।୨: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଆଭରେଜ ପ୍ରଦର୍ଶନ କରିଛି। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା...

ଉଦ୍‌ଘାଟନୀ ଉତ୍ସବରେ ହଜାରେରୁ କମ୍‌ ଭିଆଇପି

ଟୋକିଓ,୧୬।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଏଥର ୧୦୦୦ରୁ କମ୍‌ ସଂଖ୍ୟକ ଭିଆଇପି ଓ ବିଦେଶୀ ମାନ୍ୟଗଣ୍ୟ ଅତିଥି ଯୋଗଦେବେ। ଏ ନେଇ ଏକ ସ୍ଥାନୀୟ...

ବାହା ହେବେ ଜାମ୍ପା: ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେନି

ବେଙ୍ଗାଲୁରୁ, ୨୫।୩(ପି.ଟି.): ଅଷ୍ଟ୍ରେଲିଆ ଲେଗ୍‌- ସ୍ପିନର ଆଡାମ ଜାମ୍ପା ବିବାହ କରିବାକୁ ଯାଉଛନ୍ତି। ଫଳରେ ସେ ଏପ୍ରିଲ ୯ ତାରିଖରୁ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ...

୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ, ୧୩।୯: ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ବୋଲିଂ ପରାମର୍ଶଦାତା ଏରିକ୍‌ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି...

ଶର୍ଟ କଟ୍‌ ନେବାକୁ ଅର୍ଜୁନଙ୍କୁ ମନା କରିଛନ୍ତି ସଚିନ

ମୁମ୍ବାଇ,୨୭।୫(ପିଟି)- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାପା ସଫଳ ହେବା ପାଇଁ କୌଣସି ସହଜ ବାଟ ଆପଣେଇବାକୁ ମନା କରିଥିଲେ। ସମାନ କଥାକୁ ସେ ପୁଅ...

Advertisement
Archives

Model This Week