Posted inଫୁରସତ

ପିଜା ପାଇଁ ‘ଆଫ୍‌ଟର ଲାଇଫ୍‌ ପେ’ ବିକଳ୍ପ

ୱେଲିଂଟନ: ଅନ୍‌ଲାଇନ୍‌ରେ ଜିନିଷ କିଣିବାବେଳେ ବର୍ତ୍ତମାନ ସେଥିରେ ‘ବାଏ ନାଓ ପେ ଲ୍ୟାଟର’ ଭଳି ବିକଳ୍ପ ରହିଛି। ଲୋକେ ଏହି ଫାଇଦା ଉଠାଇ ବହୁତ ଜିନିଷ କିଣି ପରେ ଟଙ୍କା ଦେଉଛନ୍ତି। ଏହା ମଧ୍ୟ ସେମାନଙ୍କୁ ସୁବିଧା ହେଉଛି। ତେବେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯିଏକି ତା’ ଅଜବ ଅଫର ପାଇଁ ଚର୍ଚ୍ଚାକୁ ଆସିଛି। ରିପୋର୍ଟ ମୁତାବକ, ନ୍ୟୁଜିଲାଣ୍ଡର ଏକ ପିଜା ଚେନ୍‌ ପିଜା ଅର୍ଡର ପରେ ଟଙ୍କା ଦେବାକୁ କିଛି ଅଜବ ନିୟମ ରଖିଛି, ଯେଉଁଥିରେ ଲେଖାହୋଇଛି ‘ଆଫ୍‌ଟର ଲାଇଫ୍‌ ପେ’। ଏକ ୱେବ୍‌ସାଇଟ୍‌ ଅନୁସାରେ କେବଳ ୬୬୬ ଗ୍ରାହକଙ୍କ ପାଇଁ ଏହି ସୁବିଧା ରହିଛି। ଏଥିରେ ଗ୍ରାହକଙ୍କୁ ଏଗ୍ରିମେଣ୍ଟରେ ଦସ୍ତଖତ କରିବାକୁ ହେବ, ଯେଉଁଥିରେ ସେ ପିଜାର ଦାମ୍‌ ମରିବା ପରେ ମଧ୍ୟ ଦେଇପାରିବେ। ଏହା ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏପରି କରିବା ପଛରେ ‘ବାଏ ନାଓ ପେ ଲ୍ୟାଟର’ ଭଳି ସମସ୍ୟାରୁ ବଞ୍ଚିହେବ ବୋଲି ଜଣାପଡ଼ିଛି। ସେହି ରେଷ୍ଟୁରାଣ୍ଟର ସିଇଓ ବେନ୍‌ କୁମିଂ କହିଛନ୍ତି, ଏହି ଏଗ୍ରିମେଣ୍ଟ ଜରିଆରେ ତାଙ୍କ ଘର କାଗଜପତ୍ରରେ କିଛି ବଦଳାଯିବ, ଯେଉଁଥିରେ କି ପିଜାର ମୂଲ୍ୟ ସାମିଲ ରହିବ। ଏଥିରେ କୌଣସି ଅନ୍ୟ ଚାର୍ଜ ଲାଗିବନି। ନ୍ୟୁଜିଲାଣ୍ଡ କଷ୍ଟମର ପ୍ରୋଟେକ୍ସନ ଅଥରିଟି ତାହା ଯାଞ୍ଚକରି ଲୋକଙ୍କୁ ଏକ ଚେତାବନୀ ଦେଇଛି। ସେ କହିଛି କି, ମାଗଣା ପିଜା ଖାଇ ପରେ ଟଙ୍କା ଦେବା ସୁଯୋଗରେ ତାଙ୍କୁ କରଜରେ ବୁଡ଼ିବାକୁ ପଡ଼ିପାରେ। ଏପରି ଯୋଜନା କେବଳ ନ୍ୟୁଜିଲାଣ୍ଡବାସୀଙ୍କ ପାଇଁ ଉପଲବ୍ଧ ରହିଛି। ଏଥିପାଇଁ ସେମାନେ ୱେବ୍‌ସାଇଟ୍‌କୁ ଯାଇ ରେଜିଷ୍ଟ୍ରି କରିପାରିବେ। ବଛାଯାଇଥିବା ଲୋକଙ୍କୁ ତାଙ୍କ ଘର କାଗଜପତ୍ରରେ କିଛି ସଂଶୋଧନ କରାଯାଇ ସେଥିରେ ଦସ୍ତଖତ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri