Posted inଜାତୀୟ

ଭାରତ ମଣ୍ଡପମ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି, ଆଉ କିଛି ସମୟ ପରେ ଆରମ୍ଭ ହେବ ଡିନର ପ୍ରୋଗ୍ରାମ

ନୂଆଦିଲ୍ଲୀ,୯ା୯: ଜି -୨୦ ଶିଖର ସମ୍ମିଳନୀରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ପ୍ରସ୍ତାବ ଉପରେ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନେତାଙ୍କ ଘୋଷଣାରେ ସହମତ ହୋଇଛନ୍ତି। ଏହା ଭାରତ ପାଇଁ ଏକ ପ୍ରମୁଖ କୂଟନୈତିକ ସଫଳତା ଭାବରେ ବିବେଚନା କରାଯାଉଛି। ଜି-୨୦ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଶେଷ ହୋଇଛି। ଏହା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାର ଗୁରୁତ୍ୱପୂର୍ଣ୍ଣ ବିଷୟ ଶେୟାର କରିଛନ୍ତି।

ଜି -୨୦ଶିଖର ସମ୍ମିଳନୀ ଶେର୍‌ପା ଅମିତାଭ କାଣ୍ଟ କହିଛନ୍ତି, ଏହି ଘୋଷଣାପତ୍ରରେ ସମସ୍ତ ୨୦ଟି ଦେଶ ଶତପ୍ରତିଶତ ସହମତ ହୋଇଛନ୍ତି। ‘ଦ ଓ୍ବାଲର୍‌ଡ’ର ସମାପ୍ତି ପରେ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଜାପାନର ପ୍ରଧାନମନ୍ତ୍ରୀ କିଶିଡୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ  ଅନ୍ୟ ଦେଶର ମୁଖ୍ୟମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଇତିମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତ ମଣ୍ଡପରେ ପହଞ୍ଚିସାରିଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ସମସ୍ତ ବିଦେଶୀ ଅତିଥି ଯୋଗଦେବେ। ଏଥିରେ ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଛି ହୋଟେଲ, ପୁରୀରେ….

ଭୁବନେଶ୍ୱର,୧୧।୮(ରବିନାରାୟଣ ଜେନା): ପୁରୀ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି। ଏହାବ୍ୟତୀତ…

କଲମ୍ବିଆ ଭୂମିକମ୍ପରେ ଭୟଙ୍କର କ୍ଷତି; ଏପର୍ଯ୍ୟନ୍ତ ୧୩୨ ଜଣଙ୍କ ମୃତ୍ୟୁ, ୧୫୦୦ ରୁ ଅଧିକ ଘର ନଷ୍ଟ

ବୋଗୋଟା,୧୧।୮: ରିକ୍ଟର ସ୍କେଲରେ ୭.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ କଲମ୍ବିଆରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପର୍ଯ୍ୟନ୍ତ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୦ରୁ ଅଧିକ…

ବର୍ଷାରେ ଭାଙ୍ଗିଗଲା କୋଟିଏ ଟଙ୍କାର ଶେଡ୍, ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ରାଉରକେଲା,୧୧।୮(ସଙ୍ଗୀତା ଜେନା): ରାଉରକେଲା ରେଲଓ୍ବେ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍‌ ସୋମବାର ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଫଳରେ ଶେଡ୍‌ ତଳେ ଥିବା ଏକ…

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri