Posted inଜାତୀୟ

ଭୋଜନ ପରେ କ୍ୟାଣ୍ଡି କ୍ରସ୍‌ ଖେଳନ୍ତି ମୁଖ୍ୟମନ୍ତ୍ରୀ

ରାୟପୁର,୧୧।୧୦: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିକଟରେ କ୍ୟାଣ୍ଡି କ୍ରସ ଖେଳୁଥିବା ଫଟୋ ଶେୟାର କରି ସୋସିଆଲ ମିଡିଆରେ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ଏହା ପରେ ବାଘେଲ ଭାଜପାକୁ କଡ଼ା ଜବାବ ଦେଇ କହିଛନ୍ତି, ମୁଁ ଆମ ରାଜ୍ୟର ପାରମ୍ପରିକ ଖେଳ ଏବଂ କ୍ୟାଣ୍ଡି କ୍ରସ ଖେଳିବା ଜାରି ରଖିବି। କାରଣ ମୁଁ ଜାଣିଛି ଛତିଶଗଡର ଲୋକମାନେ କାହାକୁ ଚୟନ କରିବାକୁ ଯାଉଛନ୍ତି। ବାଘେଲ ଏଠାରେ ଅଟକି ନାହାଁନ୍ତି ବରଂ ଗୋଟିଏ ପରେ ଗୋଟିଏ ଟୁଇଟ କରି ଭାଜପାକୁ ଜବାବ ଦେଇଛନ୍ତି।
ବାଘେଲ କହିଛନ୍ତି, କ୍ୟାଣ୍ଡି କ୍ରସ ଖେଳିବା ଅପରାଧ କି? ମୁଁ ଚାପରେ ରହେ ନାହିଁ। ନିର୍ବାଚନ ଆସିବା ମାତ୍ରେ ଭାଜପା ଲୋକ ସକ୍ରିୟ ହୋଇଯାଆନ୍ତି। ମୁଁ ପାଞ୍ଚ ବର୍ଷ କାର୍ଯ୍ୟ କଲି ଏବଂ ଜନସାଧାରଣଙ୍କ ମଧ୍ୟରେ ରହିଲି, ଯେହେତୁ ନିର୍ବାଚନ ଆସୁଛି ମୋର ଚାପ ଆହୁରି ହ୍ରାସ ପାଇବ। ଖାଇବା ପରେ ମୁଁ କ୍ୟାଣ୍ଡି କ୍ରସ ଖେଳେ। ମହାରାଜ ଜୀ (ଟି.ଏସ ସିଂ ଦେବ) ମୋତେ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ସେଠାରୁ ଆମେ ବୈଠକକୁ ଗଲୁ। ମୁଁ କାରରେ କ୍ୟାଣ୍ଡି କ୍ରସ ଖେଳୁଥିଲ। ବୈଠକ ପୂର୍ବରୁ ଖେଳୁଥିଲି ଏବଂ ଏହା ଆରମ୍ଭ ହେବା ମାତ୍ରେ ବନ୍ଦ କରିଦେଇଥିଲି। କ୍ୟାଣ୍ଡି କ୍ରସ ଖେଳିବାରେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ଭୁପେଶ ବାଘେଲ ପୂର୍ବରୁ ଟୁଇଟରରେ କ୍ୟାଣ୍ଡି କ୍ରସ ଖେଳିବାର ଫଟୋ ଶେୟାର କରି ଭାଜପା ଉପରେ ଆକ୍ରମଣ କରିଥିଲେ। ସେ କ୍ୟାପସନରେ ଲେଖିଛନ୍ତି, ପୂର୍ବରୁ ଭାଜପାର ଆପତ୍ତି ଥିଲା ଯେ ମୁଁ କାହିଁକି ଗାଡି ଚଳାଉଛି, ମୁଁ କାହିଁକି ଗିଲି ଦଣ୍ଡା ଖେଳୁଛି, ଗତକାଲି ଏକ ବୈଠକ ପୂର୍ବରୁ କ୍ୟାଣ୍ଡି କ୍ରସ ଖେଳୁଥିବା ମୋର ଏକ ଫଟୋ ମିଳିଛି। ଏହାକୁ ନେଇ ମଧ୍ୟ ଭାଜପାର ଆପତ୍ତି ରହିଛି। କ୍ୟାଣ୍ଡି କ୍ରସ ମଧ୍ୟ ମୋର ପ୍ରିୟ ଖେଳ। ମୁଁ ଏହି ଖେଳରେ ବିଭିନ୍ନ ସ୍ତରକୁ ଭଲ ଅତିକ୍ରମ କରିଛି, ତାହା ମଧ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri