ପୁଅ ଜୁନୈଦଙ୍କୁ ଡରନ୍ତି ଆମିର

ବମ୍ବେ: ପୁଅଙ୍କୁ ଡରନ୍ତି ବଲିଉଡର ପରଫେକ୍ସନାଲିଷ୍ଟ ଆମିର ଖାନ୍‌। ପ୍ରଥମ ପତ୍ନୀ ରୀନାଙ୍କଠାରୁ ଜନ୍ମିତ ପୁଅ ଜୁନୈଦ ଖାନ୍‌ ଏବଂ ଝିଅ ଇରା ଖାନ୍‌ଙ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ପୁଅଙ୍କୁ ତାଙ୍କର ସବୁଠାରୁ ବଡ଼ ଆଲୋଚକ ବୋଲି କହିଛନ୍ତି।

ଆମିରଙ୍କ ପୁଅ ହୋଇଥିବା ଯୋଗୁ ଜୁନୈଦ ଜଣେ ଷ୍ଟାର କିଡ୍‌। ହେଲେ ସେ ସାଧାରଣ ମଣିଷ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ପାଠପଢ଼ାରେ ସେ ବହୁତ ଭଲ ଥିଲେ। ହେଲେ ଶାନ୍ତ ସ୍ବଭାବ ଯୋଗୁ ସେ ବେଶି କଥା ହେବାକୁ ପସନ୍ଦ କରନ୍ତି ନାହିଁ। ଏବେ ତାଙ୍କ ପାଖରେ ନିଜର ଗାଡ଼ି(କାର୍‌)ନାହିଁ। ଏପରିକି ବାପା ହିସାବରେ ଦେବାକୁ ଚାହିଁଲେ ବି ସେ ସିଧାସିଧା ମନା କରିଦେଇଥାନ୍ତି ବୋଲି ଆମିର କହିଛନ୍ତି। ଏହା ବଦଳରେ ସେ ବସ୍‌ କିମ୍ବା ଟ୍ରେନ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ଏବେ ତାଙ୍କୁ ୩୦ ବର୍ଷ। ସେ ସମୟକୁ ନେଇ ବେଶ ଯତ୍ନବାନ। ଏଣୁ କେବେ ମିଟିଂରେ ବିଳମ୍ବରେ ପହଞ୍ଚିଲେ ଗାଳି ପଡ଼ିଥାଏ ବୋଲି ଆମିର କହିଛନ୍ତି।

ଅଭିନୟ ବିଷୟରେ କଥା ହେଲେ ଜୁନୈଦ ସିରିଜ ‘ମହାରାଜା’ରୁ ଅଭିନୟରେ ଡେବ୍ୟୁ କରିବେ। ଏଥିସହ ସେ ‘ପ୍ରିତମ ପ୍ୟାରେ’ ଜରିଆରେ ଫିଲ୍ମ ନିର୍ମାତା ଭାବେ ବଲିଉଡରେ ପାଦ ରଖିବେ। ଆମିର ନିଜେ ଏହି ଫିଲ୍ମରେ ଛୋଟ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri