ଟଙ୍କା ପାଇବା ପାଇଁ ଶଶ୍ମାନରୁ ଭଉଣୀଙ୍କ କଙ୍କାଳ ଖୋଳି ନେଇଥିଲେ ବ୍ୟାଙ୍କ, ଘଟଣା ପରେ ତତ୍ପରତା ଦେଖାଇଲା ପ୍ରଶାସନ, ଜିତୁଙ୍କ ଘରେ ପହଞ୍ଚି…

ପାଟଣା,୨୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମରେ ଭଉଣୀ କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରେ ଥିବା ୧୯ହଜାର ୫ଶହ ଟଙ୍କା ଉଠାଇବାକୁ ଭାଇ ଜିତୁ ବାରମ୍ବାର ବ୍ୟାଙ୍କ ଯାଇ ନିରାଶ ହୋଇଥିଲେ। ଫଳରେ ମୃତ ଭଉଣୀର ୩ ମାସ ତଳର କଙ୍କାଳକୁ ଖୋଳି ଘର ଠାରୁ ୪ କିଲୋମିଟର ରାଜ ରାସ୍ତାରେ ଅମାନବୀୟ ଭାବେ କାନ୍ଧରେ ବୋହି ସୋମବାର ମଲ୍ଲି ପୋଷି ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଗ୍ରିଲ ସମ୍ମୁଖରେ ପହଞ୍ଚାଇ ଟଙ୍କା ଦାବି କରିଥିଲେ।

ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବା ପରେ ମଙ୍ଗଳବାର ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୃତ କାଲା ମୁଣ୍ଡାଙ୍କ ଭାଇ ଜିତୁଙ୍କ ଡିଆନାଳି ସ୍ଥିତ ଘରେ ପ୍ରଶାସନ ପହଞ୍ଚି ରେଡ କ୍ରସ ତରଫରୁ ୨୦ହଜାର ଟଙ୍କା ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଜମା ବହିରେ ଥିବା ୧୯ହଜାର ୪୦୩ ଟଙ୍କା ସ୍ଥାନୀୟ ଏରେଣ୍ଡେ ସରପଞ୍ଚ ପାର୍ବତୀ ଦେହୁରୀ, ୨୩ ନମ୍ବର ଜିଲା ପରିଷଦ ସଦସ୍ୟ ରୁନୁ ମହାନ୍ତ, ବିଡ଼ିଓ ମାନସ କୁମାର୍‌ ଦଣ୍ଡପାଟ, ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା,ବ୍ୟାଙ୍କ ପକ୍ଷରୁ ଏଲ ଡି ଏମ ହୀରାଲାଲ ମହାମଲ୍ଲିକ , ଏଚ ଆର ମ୍ୟାନେଜର ଅଭିମନ୍ୟୁ ବେହେରା, ମ୍ୟାନେଜର ସୁଧାଂଶୁ ଶେଖର ସେଠୀ,ଆଞ୍ଚଳିକ ପ୍ରବନ୍ଧକ ସତ୍ୟବ୍ରତ ନନ୍ଦ ଉପସ୍ଥିତ ରହି ପ୍ରଦାନ କରିଥିଲେ। ଜିତୁ ଟଙ୍କା ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି।

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri