ଜଙ୍ଗଲ ପରେ ରାସ୍ତାପାର୍ଶ୍ୱ ବୃକ୍ଷ ଉପରେ ମାଫିଆଙ୍କ ନଜର

ଓଡ଼ଗାଁ,୧୯ା୫(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷଣ ଜଙ୍ଗଲ କାଠ ମାଫିଆ ସଫା କରିବା ପରେ ଏବେ ରାସ୍ତା ପାର୍ଶ୍ୱ ବୃକ୍ଷ ଉପରେ ସେମାନଙ୍କ ନଜର ପଡିଛି। ମାଫିଆମାନେ ଅଭିନବ ଉପାୟରେ ଗଛ କାଟୁଥିବା ବେଳେ ବନ ବିଭାଗ ସବୁ ଜାଣି ନୀରବ ରହୁଥିବାରୁ ଲୋକେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏପରି ଏକ ଘଟଣା କୁରାଳ -ପାଣ୍ଡେରୀପଡା ପ୍ରଧାନମନ୍ତ୍ରୀ ସଡ଼କରେ ଦେଖିବାକୁ ମିଳିଛି। ପ୍ରାୟ ୧୦ ବର୍ଷ ପୂର୍ବେ ଏହି ରାସ୍ତାରେ ଆଭିମନ୍ୟୁ ବୃକ୍ଷରୋପଣ ପ୍ରକଳ୍ପ ଜରିଆରେ ରାସ୍ତା ପାର୍ଶ୍ୱରେ ହଜାରେରୁ ଊର୍ଦ୍ଧ୍ୱ ଚାକୁଣ୍ଡା ଗଛ ଲଗାଯାଇଥିଲା। ହେଲେ ମାତ୍ର ଦୁଇ ମାସରେ ଏହି ରାସ୍ତାରେ ଶତାଧିକ ଗଛକୁ ମାଫିଆ ସଫା କରି ନେଇ ସାରିଲେଣି। ଏଥିପାଇଁ ସେମାନେ ଗଛ ଗଣ୍ଡିର ଚାରି ପାର୍ଶ୍ୱରୁ ବକଳା (ଛେଲି ) ଛଡାଇ ଦେଉଛନ୍ତି। ଫଳରେ ଅଳ୍ପ ଦିନରେ ଜିଅନ୍ତା ଗଛ ଶୁଖିଲା ପରେ ଦୁର୍ବୃତ୍ତମାନେ ଅନାୟାସରେ ଦିନ ଦ୍ୱିପ୍ରହରରେ ଗଛକାଟି ନେଉଥିବା ଆଲୋଚନା ହେଉଛି। ଗ୍ରାମବାସୀ ସବୁ ଦେଖି ନୀରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ଏ ନେଇ ପରିବେଶପ୍ରେମୀ ସୁକାନ୍ତ କୁମାର ଚୌଧୁରୀ ଚିନ୍ତା ପ୍ରକଟ କରିବା ସହ ବିଭାଗୀୟ ବନପାଳଙ୍କୁ ଅବଗତ କରିଛନ୍ତି। ହେଲେ ଏସବୁର ସୁରକ୍ଷା ପାଇଁ ସେମାନେ ଆଦୌ ଆଗ୍ରହୀ ନ ଥିବା ଜଣାଯାଇଛି। ବେଳ ଥାଉ ଥାଉ ଏହି ଭଳିଆ ଜିଅନ୍ତା ଗଛର ସୁରକ୍ଷା ଅର୍ନିବାର୍ଯ୍ୟ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri