FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ…

ଭୁବନେଶ୍ୱର,୧୭।୭: ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଲା ଶିକ୍ଷା ଅଧିକାରୀ (DEO) ମାନଙ୍କୁ ନିଜ ନିଜ ଜିଲାରେ ଥିବା ସ୍କୁଲମାନଙ୍କରେ ଏହି କମିଟି ଗଠନ କରିବାକୁ କୁହାଯାଇଛି। ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । କଡାକଡି ନିୟମ ଲାଗୁ ପାଇଁ ଗଣ ଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ପରେ ସଜାଗ ହୋଇଛି ଗଣଶିକ୍ଷା ବିଭାଗ ।

ଏହି ପଦକ୍ଷେପ ଦ୍ୱାରା ସ୍କୁଲ ପରିସରରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଯୌନ ନିର୍ଯାତନା କିମ୍ବା ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କିତ ମାମଲାଗୁଡିକୁ ସମାଧାନ ପାଇଁ ଏକ ସ୍ବଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଗଠନ କରାଯିବ। ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଯୌନ ନିର୍ଯାତନା ନିବାରଣ ଆଇନ, ୨୦୧୩ (POSH Act) ଅନୁଯାୟୀ ଗଠନ କରାଯିବ।

ସ୍ଵତନ୍ତ୍ର ଭାବେ ଛାତ୍ରୀ ଙ୍କ ସୁରକ୍ଷା ଉପରେ ଗୁରୁତ୍ବ ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ବତନ୍ତ୍ର ଭାବେ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରିକି ହେଲ୍ପ ଲାଇନ୍ ନମ୍ୱର୍ ସ୍କୁଲ୍ କାନ୍ଥରେ ଡିସ ପ୍ଲେ କରିବା ସହ ଲିଙ୍ଗଗତ ସମାନତା ନେଇ ବର୍ଣ୍ଣାଳି ପାଠ୍ୟକ୍ରମରେ ସାମିଲ୍ କରି ଛାତ୍ରଛାତ୍ରୀ ଙ୍କୁ ଉଚିତ୍ ଶିକ୍ଷା ଦେବା ଯୋଜନା କରିଛି ବିଭାଗ । ସମସ୍ତ ବିଦ୍ୟାଳୟରେ ଶିକ୍ଷୟିତ୍ରୀ, ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ଆପଣାଇଛି।

ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ସବୁ କଲେଜରେ ଆଭ୍ୟନ୍ତରୀଣ କମିଟି ଗଠନ ବାଧ୍ୟତାମୂଳକ ନେଇ ବଡ଼ ନିର୍ଦ୍ଦେଶ ଆସିଥିଲା। ସବୁ କଲେଜ, ବିଶ୍ବବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ । କେବଳ ସେତିକି ନୁହେଁ ଯୌନ ଉତ୍ପୀଡ଼ନ ରୋକିବା ଦିଗରେ କରାଯିବ କର୍ମଶାଳା । ବାଲେଶ୍ୱର ଅଘଟଣର ୩ ଦିନ ପରେ ଏଭଳି ନିୟମ ଲାଗୁ ନେଇ ସବୁ ଉଚ୍ଚଶିକ୍ଷାନୁ୍ଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?