ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…

ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା, ଆସବାବପତ୍ର ଇତ୍ୟାଦିରେ ଲାଗି ଥାଏ। ପ୍ରମୁଖ ଭାକ୍ୟୁମ କ୍ଲିନର୍‌ ନିର୍ମାତା ଡାୟସନ ଲୋକମାନଙ୍କର ସଫେଇ ପ୍ରଣାଳୀ ସମ୍ବନ୍ଧରେ ଏକ ସର୍ଭେ କରିଛି। ଯେଉଁଥିରେ ପ୍ରକାଶ ପାଇଛି କରୋନା ମହାମାରୀ ପରେ ଭାରତୀୟ ଲୋକଙ୍କ ଘର ସଫା କରିବାର ପଦ୍ଧତି ବଦଳିଛି।

ଲୋକମାନେ ସଚେତନ ହୋଇ ପୂର୍ବ ଅପେକ୍ଷା ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । କିନ୍ତୁ ଏକ୍ଷେତ୍ରରେ ଲୋକମାନଙ୍କଠାରେ କେତେକ ତ୍ରୁଟି ରହିଛି। ଅନେକେ ସ୍ବଚ୍ଛତାକୁ ଗମ୍ଭୀରତାର ସହ ନେଉ ନ ଥାନ୍ତ।ି କାରଣ ଭାରତର ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ନିଜ ଘରକୁ ଭଲ ଭାବରେ ସଫା କରୁଛନ୍ତି। ଅନ୍ୟ ୬ ଜଣ କେବଳ ଦୀପାବଳି ଅବସରରେ ଅବା ଅନ୍ୟ କୌଣସି ପର୍ବପର୍ବାଣୀ ସମୟରେ ଘରଗୁଡ଼ିକୁ ଠିକ ଭାବରେ ସଫା କରୁଛନ୍ତି ।

ଏହି ସର୍ଭେରେ ୩୯ ଟି ଦେଶର ୩୯ ହଜାର ଲୋକ ଅଂଶଗ୍ରହଣ କରିଥିଲେ। ମହାମାରୀ ପରେ ଭାରତର ଲୋକମାନେ ଅଧିକ ସଚେତନ ହୋଇପଡିଛନ୍ତି। ତେବେ ମାତ୍ର ୩୨ ପ୍ରତିଶତ ଲୋକ ନିୟମିତ ଭାବରେ ରୋଷେଇ ଘର, ଶୋଇବା ଘର ଏବଂ ରହିବା ପ୍ରକୋଷ୍ଠକୁ ସଫା କରୁଛନ୍ତି।

ଏହି ସର୍ଭେରେ ଜଡିତ ୬୧ ପ୍ରତିଶତ ଭାରତୀୟ ସହମତ ହୋଇଛନ୍ତି ସେମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଅଧିକ ସଚେତନ ଅଛନ୍ତି। ସର୍ବେକ୍ଷଣ ଅନୁଯାୟୀ, ୪୨ ପ୍ରତିଶତ ଲୋକ ମଇଳା ଦେଖିଲେ ନିଜ ଘର ସଫା କରନ୍ତି। ସର୍ବେକ୍ଷଣ ଅନୁଯାୟୀ, ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି ସେମାନଙ୍କ ଘରେ ଅଧିକ ମଇଳା ମଧ୍ୟ ଥାଇପାରେ।

ଘରେ ଥିବା ଧୂଳି କଣିକା ଅଛି, ଏହା ବିଷୟରେ ସଚେତନତା କମ। ପୃଥିବୀରର ୫୫ ପ୍ରତିଶତ ପରିବାରରେ ଆଲର୍ଜି ଥିବା ବ୍ୟକ୍ତି ଅଛନ୍ତି, ତଥାପି ଧୂଳିରେ ସାଧାରଣ ଆଲର୍ଜେନ୍ସର ଉପସ୍ଥିତି ବିଷୟରେ ଅଳ୍ପ ଲୋକଙ୍କୁ ଜଣା ଅଛି। ସର୍ବେକ୍ଷଣ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ କେବଳ ୩୩ ପ୍ରତିଶତ କହିଛନ୍ତି ସେମାନେ ଜାଣିଛନ୍ତି ଧୂଳିରେ ବିପଜ୍ଜନକ ମାଇକ୍ରୋବସ ରହିପାରେ ଏବଂ ୩୨ ପ୍ରତିଶତ ଲୋକ ଜାଣିଛନ୍ତି ଘରର ଧୂଳିରେ ମଳରେ ଥିବା ପ୍ୟାଥୋଜେନ ମଧ୍ୟ ରହିପାରେ।

ସର୍ବେକ୍ଷଣରେ ଜଡିତ ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ମଇଳା ଶୌଚାଳୟରେ ଅଛି। ୪୫ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ରୋଷେଇ ଘରେ ପ୍ୟାଥୋଜେନ ରହିଥାନ୍ତି। ତେବେ ୭୦ ପ୍ରତିଶତରୁ ଅଧିକ ଭାରତୀୟ ରୋଷେଇ ଘର ସଫା କରିବା ସମୟରେ ପ୍ୟାଥୋଜେନ ସଫା କରିବାକୁ ବ୍ୟଗ୍ର ହୁଅନ୍ତି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri