ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…

ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା, ଆସବାବପତ୍ର ଇତ୍ୟାଦିରେ ଲାଗି ଥାଏ। ପ୍ରମୁଖ ଭାକ୍ୟୁମ କ୍ଲିନର୍‌ ନିର୍ମାତା ଡାୟସନ ଲୋକମାନଙ୍କର ସଫେଇ ପ୍ରଣାଳୀ ସମ୍ବନ୍ଧରେ ଏକ ସର୍ଭେ କରିଛି। ଯେଉଁଥିରେ ପ୍ରକାଶ ପାଇଛି କରୋନା ମହାମାରୀ ପରେ ଭାରତୀୟ ଲୋକଙ୍କ ଘର ସଫା କରିବାର ପଦ୍ଧତି ବଦଳିଛି।

ଲୋକମାନେ ସଚେତନ ହୋଇ ପୂର୍ବ ଅପେକ୍ଷା ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । କିନ୍ତୁ ଏକ୍ଷେତ୍ରରେ ଲୋକମାନଙ୍କଠାରେ କେତେକ ତ୍ରୁଟି ରହିଛି। ଅନେକେ ସ୍ବଚ୍ଛତାକୁ ଗମ୍ଭୀରତାର ସହ ନେଉ ନ ଥାନ୍ତ।ି କାରଣ ଭାରତର ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ନିଜ ଘରକୁ ଭଲ ଭାବରେ ସଫା କରୁଛନ୍ତି। ଅନ୍ୟ ୬ ଜଣ କେବଳ ଦୀପାବଳି ଅବସରରେ ଅବା ଅନ୍ୟ କୌଣସି ପର୍ବପର୍ବାଣୀ ସମୟରେ ଘରଗୁଡ଼ିକୁ ଠିକ ଭାବରେ ସଫା କରୁଛନ୍ତି ।

ଏହି ସର୍ଭେରେ ୩୯ ଟି ଦେଶର ୩୯ ହଜାର ଲୋକ ଅଂଶଗ୍ରହଣ କରିଥିଲେ। ମହାମାରୀ ପରେ ଭାରତର ଲୋକମାନେ ଅଧିକ ସଚେତନ ହୋଇପଡିଛନ୍ତି। ତେବେ ମାତ୍ର ୩୨ ପ୍ରତିଶତ ଲୋକ ନିୟମିତ ଭାବରେ ରୋଷେଇ ଘର, ଶୋଇବା ଘର ଏବଂ ରହିବା ପ୍ରକୋଷ୍ଠକୁ ସଫା କରୁଛନ୍ତି।

ଏହି ସର୍ଭେରେ ଜଡିତ ୬୧ ପ୍ରତିଶତ ଭାରତୀୟ ସହମତ ହୋଇଛନ୍ତି ସେମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଅଧିକ ସଚେତନ ଅଛନ୍ତି। ସର୍ବେକ୍ଷଣ ଅନୁଯାୟୀ, ୪୨ ପ୍ରତିଶତ ଲୋକ ମଇଳା ଦେଖିଲେ ନିଜ ଘର ସଫା କରନ୍ତି। ସର୍ବେକ୍ଷଣ ଅନୁଯାୟୀ, ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି ସେମାନଙ୍କ ଘରେ ଅଧିକ ମଇଳା ମଧ୍ୟ ଥାଇପାରେ।

ଘରେ ଥିବା ଧୂଳି କଣିକା ଅଛି, ଏହା ବିଷୟରେ ସଚେତନତା କମ। ପୃଥିବୀରର ୫୫ ପ୍ରତିଶତ ପରିବାରରେ ଆଲର୍ଜି ଥିବା ବ୍ୟକ୍ତି ଅଛନ୍ତି, ତଥାପି ଧୂଳିରେ ସାଧାରଣ ଆଲର୍ଜେନ୍ସର ଉପସ୍ଥିତି ବିଷୟରେ ଅଳ୍ପ ଲୋକଙ୍କୁ ଜଣା ଅଛି। ସର୍ବେକ୍ଷଣ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ କେବଳ ୩୩ ପ୍ରତିଶତ କହିଛନ୍ତି ସେମାନେ ଜାଣିଛନ୍ତି ଧୂଳିରେ ବିପଜ୍ଜନକ ମାଇକ୍ରୋବସ ରହିପାରେ ଏବଂ ୩୨ ପ୍ରତିଶତ ଲୋକ ଜାଣିଛନ୍ତି ଘରର ଧୂଳିରେ ମଳରେ ଥିବା ପ୍ୟାଥୋଜେନ ମଧ୍ୟ ରହିପାରେ।

ସର୍ବେକ୍ଷଣରେ ଜଡିତ ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ମଇଳା ଶୌଚାଳୟରେ ଅଛି। ୪୫ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ରୋଷେଇ ଘରେ ପ୍ୟାଥୋଜେନ ରହିଥାନ୍ତି। ତେବେ ୭୦ ପ୍ରତିଶତରୁ ଅଧିକ ଭାରତୀୟ ରୋଷେଇ ଘର ସଫା କରିବା ସମୟରେ ପ୍ୟାଥୋଜେନ ସଫା କରିବାକୁ ବ୍ୟଗ୍ର ହୁଅନ୍ତି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri