ରୁଷିଆ ଭୂକମ୍ପ ପରେ ଆଉ ୪୪ ଦେଶରେ ଆସିପାରେ ସୁନାମି, ଲୋକେ ଭୟଭିତ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ,୩୦।୭: ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି। ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାମିର ତରଙ୍ଗ ୪ ମିଟର ପର୍ଯ୍ୟନ୍ତ ହୋଇପାରେ। ସୁନାମିର ତରଙ୍ଗ ପୂର୍ବରୁ ରୁଷିଆର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ଉତ୍ତର ଦ୍ୱୀପ ହୋକାଇଡୋର କିଛି ଅଂଶରେ ପହଞ୍ଚିସାରିଛି। ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି।
ଏହି ଭୂକମ୍ପର ପ୍ରଭାବରେ ରୁଷିଆ, ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜରେ ୩ ମିଟରରୁ ଅଧିକ ଉଚ୍ଚତାର ଲହଡ ଆସିପରେ ବୋଲି ଅନୁମାନ କରାଯାଇଛି।
ଇକ୍ୱେଡର, ଚିଲି, କୋଷ୍ଟାରିକା, ଫରାସୀ ପଲିନେସିଆ, ଗୁଆମ, ହାୱାଇ, ଜାପାନ, ଜାର୍ଭିସ ଦ୍ୱୀପ, ଜନଷ୍ଟନ ଆଟଲ, କିରିବାଟି, ମିଡୱେ ଦ୍ୱୀପ, ପାଲମିରା ଦ୍ୱୀପପୁଞ୍ଜ, ପେରୁ, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜରେ ୧ ରୁ ୩ ମିଟର ଉଚ୍ଚତାର ସୁନାବି ଆସିବାର ସମ୍ଭବନା ରହିଛି।
ମିଟର ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଚୁକ, କଲମ୍ବିଆ, କୁକ ଦ୍ୱୀପପୁଞ୍ଜ, ଏଲ ସାଲଭାଡୋର, ଫିଜି, ଗୁଆଟେମାଲା, ହାଓଲାଣ୍ଡ ଏବଂ ବେକର ଦ୍ୱୀପପୁଞ୍ଜ, ଇଣ୍ଡୋନେସିଆ, କେରମାଡେକ ଦ୍ୱୀପପୁଞ୍ଜ, କୋସରେ, ମାର୍ଶାଲ ଦ୍ୱୀପପୁଞ୍ଜ, ମେକ୍ସିକୋ, ନାଉରୁ, ନ୍ୟୁ କାଲେଡୋନିଆ, ନ୍ୟୁଜିଲ୍ୟାଣ୍ଡ, ନିୟୁ, ଉତ୍ତର ମାରିଆନା ଦ୍ୱୀପପୁଞ୍ଜ, ପାଲାଉ, ପାନାମା, ପପୁଆ ନ୍ୟୁ ଗିନି, ଫିଲିପାଇନ୍ସ, ପିଟକେର୍ଣ୍ଣ ଦ୍ୱୀପପୁଞ୍ଜ, ପୋହନପେଇ, ତାଇୱାନ, ଟୋକେଲାଉ, ଟୋଙ୍ଗା, ଟୁଭାଲୁ, ଭାନୁଆଟୁ, ୱେକ ଦ୍ୱୀପପୁଞ୍ଜ, ୱାଲିସ ଏବଂ ଫୁଟୁନା, ଆମେରିକୀୟ ସାମୋଆ, ୟାପ ଆଦିରେ ୦.୩ରୁ ୧ ମିଟର ଉଚ୍ଚତାର ସୁନାମି ଆସିପାରେ।
ସେହିପରି ବ୍ରୁନେଇ, ଚାଇନା, ଉତ୍ତର କୋରିଆ (ଡିପିଆରକେ), ମାଲେସିଆ, ଦକ୍ଷିଣ କୋରିଆ (କୋରିଆ ଗଣରାଜ୍ୟ), ଭିଏତନାମରେ ୦.୩ ମିଟରରୁ କମଉଚ୍ଚତାର ସୁନାମି ଆସିପାରେ ବୋଲି ଅନୁମାନ କରାଯାଇଛି। ତେବେ ଭାରତ ପାଇଁ ସୁନାମି ଭୟ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri