Posted inଫୁରସତ

୫୦ଥର ଇଣ୍ଟରଭ୍ୟୁରେ ଫେଲ୍‌ ପରେ ବଦଳିଲା ଯୁବତୀଙ୍କ ଭାଗ୍ୟ, ଗୁଗଲ ଦେଲା ୧.୧୦ କୋଟି ପ୍ୟାକେଜ୍‌ରେ ଚାକିରି

କୁହାଯାଏ, ଚେଷ୍ଟା କଲେ ସଫଳତା ନିଶ୍ଚେ ମିଳେ। ଏହାର ନିଚ୍ଛକ ଉଦାହରଣ ବିହାରର ୨୪ ବର୍ଷୀୟା ସମ୍ପ୍ରିତି ଯାଦବ। କଠିନ ପରିଶ୍ରମ ବଳରେ ସେ ଗୁଗଲରେ ଚାକିରି ପାଇଛନ୍ତି। ଏକ ସମୟ ଥିଲା ଯେତେବେଳେ ସମ୍ପ୍ରତି କ୍ରମାଗତ ୫୦ ସାକ୍ଷାତକାର ପରେ ଚାକିରି ପାଇବାରେ ବିଫଳ ହୋଇଥିଲେ। ତେବେ ଏଭଳି ବିଫଳତା ପରେ ମଧ୍ୟ ସମ୍ପ୍ରିତି ହାର ମାନି ନ ଥିଲେ। ଆଜି ତାଙ୍କୁ ଚାରୋଟି କମ୍ପାନୀରୁ ଅଫର୍‌ ଅଛି। କେବଳ ଏତିକି ନୁହେଁ, ଗୁଗଲ ତାଙ୍କୁ ବାର୍ଷିକ ୧.୧୦ କୋଟି ଟଙ୍କା ପ୍ୟାକେଜ ମଧ୍ୟ ଦେଇଛି। ସମ୍ପ୍ରିତ ଏହାକୁ ଗ୍ରହଣ କରିଛନ୍ତି। ଏହି ସଫଳତା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି । ସମ୍ପ୍ରିତି ଫେବୃୟାରୀ ୧୪ରୁ ଗୁଗଲରେ କାମ କରିବା ଆରମ୍ଭ କରିବେ। ସେ ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ ଡିଗ୍ରୀ ହାସଲ କରିଛନ୍ତି।
ଗୁଗଲରେ ଚାକିରି ପାଇବା ସମ୍ପ୍ରତିଙ୍କ ପାଇଁ ଏତେ ସହଜ ନ ଥିଲା। ଏଥିପାଇଁ ସେ ୯ ରାଉଣ୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ସମସ୍ତ ରାଉଣ୍ଡରେ ସମ୍ପ୍ରତି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ। ଏହା ପରେ ହିଁ ସମ୍ପ୍ରିତି ଗୁଗଲରୁ ଏତେ ବଡ ପ୍ୟାକେଜ ସହିତ ଏକ ଚାକିରି ଅଫର୍‌ ପାଇଲେ। ମାଇକ୍ରୋସଫ୍ଟ କମ୍ପାନୀରୁ ସମ୍ପ୍ରିତଙ୍କର ଏକ ଚାକିରି ଅଫର ମଧ୍ୟ ଥିଲା। ଗୁଗୁଲର ସାକ୍ଷାତକାର ପାଇଁ ସେ କଠିନ ପରିଶ୍ରମ କରିଛନ୍ତି ବୋଲି ସମ୍ପ୍ରିତି କହିଛନ୍ତି। ପ୍ରତ୍ୟେକ ରାଉଣ୍ଡରେ ତାଙ୍କ ଉତ୍ତରରେ ଅଧିକାରୀମାନେ ସନ୍ତୁଷ୍ଟ ହୋଇଥିଲେ। ସମ୍ପ୍ରିତି କୁହନ୍ତି,ଯଦି ତୁମେ କିଛି ବଡ କରିବାକୁ ଚାହୁଁଛ, ତେବେ ସର୍ବପ୍ରଥମେ ତୁମର ଲକ୍ଷ୍ୟ ସ୍ଥିର କର। ଏହା ପରେ, ସମାନ ଲକ୍ଷ୍ୟ ଅନୁଯାୟୀ ତୁମର ପ୍ରସ୍ତୁତି ସହିତ ଅଗ୍ରଗତି କର, ତୁମେ ନିଶ୍ଚିତ ଭାବରେ ସଫଳତା ପାଇବ। ସମ୍ପ୍ରିତି ପିଲାଦିନରୁ ଏକ ସ୍ବପ୍ନ ଦେଖିଥିଲେ ଯେ ସେ ଗୁଗଲର ଲଣ୍ଡନ ଅଫିସରେ କାମ କରିବାର ସୁଯୋଗ ପାଇବେ। ଏବେ ତାଙ୍କ ସ୍ବପ୍ନ ସତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri