Posted inଜାତୀୟ

ପେଗାସସ୍‌ ପରେ ଏବେ ହର୍ମିଟ୍‌ ଟାର୍ଗେଟରେ ରାଜନେତା…

ନୂଆଦିଲ୍ଲୀ, ୨୦।୬ : ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍‌ ପେଗାସସ ନେଇ ଉତ୍ତେଜନା ପରେ ସରକାର ପ୍ରଭାବଶାଳୀ ଲୋକମାନଙ୍କର ଅନୁସନ୍ଧାନ ବନ୍ଦ କରିନାହାଁନ୍ତି। କିନ୍ତୁ ଏହି କାର୍ଯ୍ୟ ପାଇଁ ଏବେ ନୂତନ ସଫ୍ଟୱେର୍‌ ବ୍ୟବହାର କରାଯାଉଛି।

ଅନ୍ୟ ଏକ ସଫ୍ଟୱେର୍‌ ଲୋକଙ୍କ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉଥିବା ନେଇ ସୂଚନା ପ୍ରକାଶ ପାଇଛି। ଏକ ସାଇବର ସୁରକ୍ଷା କମ୍ପାନୀ ପ୍ରକାଶ କରିଛି ଯେ ଅନେକ ଦେଶର ସରକାର ଗୁପ୍ତଚର କାର୍ଯ୍ୟରେ ହର୍ମିଟ ନାମକ ଏହି ଗୁପ୍ତଚର ସଫ୍ଟୱେର୍‌ ବ୍ୟବହାର କରୁଛନ୍ତି। ରାଜନେତା, ବରିଷ୍ଠ ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ମାନବାଧିକାର କର୍ମୀ, ଶିକ୍ଷାନୁଷ୍ଠାନ ସହ ଜଡିତ ବ୍ୟକ୍ତି ଏବଂ ବ୍ୟବସାୟୀମାନଙ୍କୁ ଏହି ସଫ୍ଟୱେର୍‌ ଦ୍ୱାରା ଟାର୍ଗେଟ କରାଯାଉଛି।

ଲୁକଆଉଟ ଥ୍ରେଟ ଲ୍ୟାବ ନାମକ ଏହି କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ କାଜାଖସ୍ତାନରେ ଏହାର ବ୍ୟବହାର ଦେଖିବାକୁ ମିଳିଥିଲା। କାଜାଖସ୍ତାନରେ ଲୋକମାନେ ସରକାରୀ ନୀତି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନକୁ ସରକାର ଜବରଦସ୍ତ ଦମନ କରିଥିଲେ। ସେବେଠାରୁ କାଜାଖସ୍ତାନ ସରକାର ଲୋକମାନଙ୍କ ଉପରେ ଗୁପ୍ତଚରୀ କରିବା ପାଇଁ ହର୍ମିଟ ସ୍ପାଏୱେୟାର ସଫ୍ଟଓ୍ବେର ବ୍ୟବହାର କରି ଥିଲେ। ଏହା ବ୍ୟତୀତ ସିରିଆ ଏବଂ ଇଟାଲୀର ଉପଭୋକ୍ତାମାନଙ୍କ ଫୋନରେ ମଧ୍ୟ ଏହି ଆଣ୍ଡ୍ରଏଡ ଆଧାରିତ ସଫ୍ଟୱେର୍‌ ଦେଖିବାକୁ ମିଳିଥିଲା।

ଅନୁସନ୍ଧାନକାରୀ ଦଳ ପକ୍ଷରୁ ତାଙ୍କ ବ୍ଲଗରେ କହିଛନ୍ତି ଯେ ଇଟାଲୀର ସ୍ପାଏୱେୟାର ବିକ୍ରେତା ଆରସିଏସ ଲ୍ୟାବ ଏବଂ ଟେଲିକମ୍ୟୁନିକେଶନ ସଲ୍ୟୁଶନ କମ୍ପାନୀ ଟାଇକେଲାବ ଏସଆରଏଲ ଦ୍ୱାରା ହର୍ମିଟ ସ୍ପାଏୱେୟାର ବିକଶିତ କରାଯାଇଛି। ବ୍ଲଗ ଅନୁଯାୟୀ, ଇଟାଲୀ ସରକାର ଏହାକୁ୨୦୧୯ରେ ଦୁର୍ନୀତି ବିରୋଧୀ ଅଭିଯାନରେ ବ୍ୟବହାର କରିଥିଲେ। ଆରସିଏସ ଲ୍ୟାବ ପ୍ରାୟ ୩୦ ବର୍ଷ ଧରି ସକ୍ରିୟ ଅଛି ଏବଂ ଇସ୍ରାଏଲ ଫାର୍ମ ଏନଏନଓ ଗ୍ରୁପର ଡୋମେନ ମଧ୍ୟରେ କାର୍ଯ୍ୟ କରୁଛି। ପାକିସ୍ତାନ, ଚିଲି, ମୋଙ୍ଗୋଲିଆ, ବାଂଲାଦେଶ, ଭିଏତନାମ, ମ୍ୟାନମାର ଏବଂ ତୁର୍କମେନିସ୍ତାନର ସାମରିକ ଏବଂ ଗୁପ୍ତଚର ଏଜେନ୍ସି ସହିତ ଆରସିଏସ ଲ୍ୟାବର ଲିଙ୍କ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri