ବିରୂପା, ଗେଙ୍ଗୁଟି ନଦୀରୁ ବେଆଇନ ବାଲି ଚାଲାଣ

ଚଣ୍ଡିଖୋଲ,୨୦ା୬(ଡି.ଏନ୍‌.ଏ): ଦର୍ପଣ ତହସିଲ ଅଧୀନରେ ବିରୂପା, ଗେଙ୍ଗୁଟି ଓ କେଲୁଅ ନଦୀ ରହିଛି। ମାତ୍ର ବିରୂପା ଓ ଗେଙ୍ଗୁଟି ନଦୀରୁ ଏବେ ବ୍ୟାପକ ଭାବେ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ବିରୂପା ନଦୀର ରାମଦାସପୁର-୧ ଓ ରାମଦାସପୁର-୨ ବାଲିଘାଟକୁ ସରକାରୀ ଭାବେ ବାଲି ଉତ୍ତୋଳନ ପାଇଁ ନିଲାମ ଦିଆଯାଇଛି। ତେବେ ଏହାବାଦ ୨ଟି ନଦୀର ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ଚାଲୁଛି। ହଳଧରପୁରଠାରେ ଦିନ ଦ୍ୱିପ୍ରହରେ ବାଲିଉଠାଣ କରି ବିକ୍ରୟ କରାଯାଉଛି। ସେହିପରି ବିରୂପା ନଦୀର ଚାରିନଙ୍ଗଳ, କଳାଶ୍ରୀ, ନାନପୁରଠାରେ ବେଆଇନ ବାଲିଘାଟ ଚାଲୁଥିବା ବେଳେ ଗେଙ୍ଗୁଟି ନଦୀର ରାଧାଦେଈପୁର, ବାଙ୍ଗିରିପୋଷି, ବଡ଼ଘୁମୁରି, ବେଣାପୁର ଓ ଖଡ଼ଇଙ୍ଗଠାରେ ବେଆଇନ ବାଲିଘାଟ ଚାଲୁଛି।
ତହସିଲ ତରଫରୁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଥିଲେ ମଧ୍ୟ ବାଲି ମାଫିଆ ରାସ୍ତାକଡ଼ରେ ଜଗିରହି ବାଲିଚାଲାଣ କରୁଛନ୍ତି। ଏହାଦ୍ୱାରା ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ରାମଦାସପୁରଠାରେ ଦିଆଯାଇଥିବା ନିଲାମୀ ଘାଟରୁ କେବଳ ସରୁ ବାଲି ମିଳୁଛି। ତେଣୁ ରାସ୍ତା ଓ ଘର କାମ ପାଇଁ ମୋଟା ବାଲିର ଆବଶ୍ୟକତା ଥିବା ହେତୁ ବହୁସଂଖ୍ୟାରେ ଟ୍ରାକ୍ଟର ଓ ଟ୍ରକ୍‌ ଯୋଗେ ରାତିରେ ଏହି ଚୋରା କାରବାର ଚାଲିଛି। ହଳଧରପୁର ଦର୍ପଣ ତହସିଲର ଶେଷ ମୁଣ୍ଡ ହୋଇଥିବା ଯୋଗୁ ଏଠାରେ ଧରପଗଡ଼ କମ ହେଉଛି। ଯେଉଁଥିପାଇଁ ଚୋରାବାଲି ମାଫିଆ ଦିନ ଦ୍ୱିପ୍ରହରରେ ଟ୍ରାକ୍ଟର ଲଗାଇ ବାଲି ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ବାଲି ଚାଲାଣ ସମ୍ପର୍କିତ ଖବର ମିଳିଲେ ସଙ୍ଗେସଙ୍ଗେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ ଆଗକୁ ଏହି ଚଢ଼ାଉ ଜୋରଦାର ହେବ। ଏବେ ଦେଖିବାକୁ ଅପେକ୍ଷା ତହସିଲ ପ୍ରଶାସନ ବାଲି ଚୋରାଚାଲାଣ ରୋକିବାରେ ସଫଳ ହେଉଛି ନା ବିଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି...

ଆର୍ଥତ୍କ କାରବାର, ଗୁପ୍ତ ତଥ୍ୟ ନେଇ ଖୋଳତାଡ଼

ବାଲେଶ୍ୱର ଅଫିସ,୨୭ା୨:ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରୁ ପ୍ରତିରକ୍ଷା ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ...

ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ...

ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ, ୧୧ା୪: ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ...

ଲୋଇସିଂହାରୁ ଆଉ ଜଣେ କରୋନା ପିଜିଟିଭ ଚିହ୍ନଟ: ସ୍ଥାନୀୟ ଅଞ୍ଚଳକୁ ୨୪ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଲୋଇସିଂହା,୫।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁର ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଥିଲା।...

ମଲ୍‌ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ...

କୁହୁଡ଼ି ପାଇଁ ବଦଳିଲା ଟ୍ରେନ୍‌ ସମୟ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଜାରି ରହିଛି। ଏଥିଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ସଂଯୋଗୀକାରୀ ଟ୍ରେନ୍‌ଗୁଡିକ ବିଳମ୍ବରେ ଚଳାଚଳ କରୁଥିବାରୁ ଗୁରୁବାର...

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ...

Advertisement
Archives

Model This Week