ଅଣସରରେ ଲାଗିହୁଏନି ରନ୍ଧାଭୋଗ

ପୁରୀ ଅଫିସ,୨୦ା୬: ଅଣସରରେ ଏବେ ଚତୁର୍ଦ୍ଧାବିଗ୍ରହ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ତେବେ ଏହି ଗୁପ୍ତ ଲୀଳାରେ ରହିଛି କେତୋଟି ନିଷିଦ୍ଧ ନିୟମ। ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟିରେ ଏକ ଅସ୍ଥାୟୀ ଗୃହ କରାଯାଏ। ସେଠାରେ ଦାରୁଦିଅଁମାନଙ୍କ ଗୁପ୍ତ ସେବା କରାଯାଏ। ଏହି ଅସ୍ଥାୟୀ ଗୃହକୁ ଅଣସର ଗୃହ ଓ ଏହା ଚାଟିପଟେ ପରିବେଷ୍ଟିତ ତାଟିକୁ ଅଣସର ତାଟି କୁହାଯାଏ। ତାଟିରେ ଏକ ଦ୍ୱାର ଥାଏ। ଏହି ଦ୍ୱାର ଦେଇ ଦଇତାପତି ସେବକ ପ୍ରବେଶ କରନ୍ତି। ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ। କେବଳ ଦଇତା ଓ ପତିମହାପାତ୍ର ସେବକମାନେ ଅଣସର ଗୃହକୁ ପ୍ରବେଶ କରିଥାନ୍ତି। ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ। ଅଣସର ଘରେ ରାଶି ତେଲ ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକ ବ୍ୟବହାର କରାଯାଏ ନାହିଁ। ଅଣସର ପିଣ୍ଡିକୁ ଧଳାଫୁଲ ବ୍ୟତୀତ ଅନ୍ୟ ରଙ୍ଗର ଫୁଲ ନିଆଯାଏ ନାହିଁ। ଅଣସର ସମୟରେ ବ୍ୟବହାର ହେଉଥିବା ଫଳ ଚୋପା ଓ ବ୍ୟବହୃତ ପାତ୍ର ପଦାକୁ ଅଣାଯାଏ ନାହିଁ। ଅଣସର ଶେଷ ପର୍ଯ୍ୟନ୍ତ ସମସ୍ତ ଉଗୁରା ଫୁଲ, ଫଳଚୋପା, ବ୍ୟବହୃତ ପାତ୍ର ଆଦି ଗୃହର ଏକ କୋଣରେ ରଖାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କୁ ରନ୍ଧାଭୋଗ ଲାଗି ହୁଏ ନାହିଁ। ଅଣସର ସମୟରେ ପଣା ଓ ଚକଡ଼ା ଭୋଗ ଲାଗି କରାଯାଏ। ଏଥିସହ ଛେନା, ପଣସ, ଆମ୍ବ, ସପୁରି ଆଦି ଠାକୁରଙ୍କୁ ସର୍ମପଣ କରାଯିବାର ବିଧି ରହିଛି। ଅଣସର ସେବାକୁ ଯାଉଥିବା ଦଇତାପତିମାନେ ସମ୍ପୂର୍ଣ୍ଣ ଭାବେ ନୀତି ନିୟମରେ ରହିଥାନ୍ତି। ସେମାନେ କେବଳ ମହାପ୍ରଭୁଙ୍କୁ ସମର୍ପିତ ହୋଇଥିବା ଭୋଗ ଗ୍ରହଣ କରିଥାନ୍ତି। ଏଥିପାଇଁ ଯେଉଁ ପତ୍ର ଓ ପାତ୍ର ବ୍ୟବହାର କରାଯାଏ ତାହା ମଧ୍ୟ ଅଣସର ଘରୁ ବାହାରକୁ ଆସି ନ ଥାଏ। ଅଣସର ପିଣ୍ଡିରେ ଭୋଗ ସମର୍ପଣ ବେଳେ ବିଶେଷ ନୀତି ନିୟମ ପ୍ରତି ଗୁରୁତ୍ୱ ଦିଆଯାଏ। କୌଣସି ଘଣ୍ଟି ଘଣ୍ଟ, ବାଦ୍ୟ ବାଜି ନ ଥାଏ। ଦଶମୀ ପର୍ଯ୍ୟନ୍ତ କୌଣସି ଶବ୍ଦ କରାଯାଏ ନାହିଁ। ସେବା ସମୟରେ ପରସ୍ପର ମଧ୍ୟରେ କେହି କଥାବାର୍ତ୍ତା କରି ନ ଥାନ୍ତି। ଏହି ସମୟରେ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କି ଶବ୍ଦ କରାଯାଇ ନ ଥାଏ ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri