ଅଣସରରେ ଲାଗିହୁଏନି ରନ୍ଧାଭୋଗ

ପୁରୀ ଅଫିସ,୨୦ା୬: ଅଣସରରେ ଏବେ ଚତୁର୍ଦ୍ଧାବିଗ୍ରହ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ତେବେ ଏହି ଗୁପ୍ତ ଲୀଳାରେ ରହିଛି କେତୋଟି ନିଷିଦ୍ଧ ନିୟମ। ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟିରେ ଏକ ଅସ୍ଥାୟୀ ଗୃହ କରାଯାଏ। ସେଠାରେ ଦାରୁଦିଅଁମାନଙ୍କ ଗୁପ୍ତ ସେବା କରାଯାଏ। ଏହି ଅସ୍ଥାୟୀ ଗୃହକୁ ଅଣସର ଗୃହ ଓ ଏହା ଚାଟିପଟେ ପରିବେଷ୍ଟିତ ତାଟିକୁ ଅଣସର ତାଟି କୁହାଯାଏ। ତାଟିରେ ଏକ ଦ୍ୱାର ଥାଏ। ଏହି ଦ୍ୱାର ଦେଇ ଦଇତାପତି ସେବକ ପ୍ରବେଶ କରନ୍ତି। ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ। କେବଳ ଦଇତା ଓ ପତିମହାପାତ୍ର ସେବକମାନେ ଅଣସର ଗୃହକୁ ପ୍ରବେଶ କରିଥାନ୍ତି। ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ। ଅଣସର ଘରେ ରାଶି ତେଲ ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକ ବ୍ୟବହାର କରାଯାଏ ନାହିଁ। ଅଣସର ପିଣ୍ଡିକୁ ଧଳାଫୁଲ ବ୍ୟତୀତ ଅନ୍ୟ ରଙ୍ଗର ଫୁଲ ନିଆଯାଏ ନାହିଁ। ଅଣସର ସମୟରେ ବ୍ୟବହାର ହେଉଥିବା ଫଳ ଚୋପା ଓ ବ୍ୟବହୃତ ପାତ୍ର ପଦାକୁ ଅଣାଯାଏ ନାହିଁ। ଅଣସର ଶେଷ ପର୍ଯ୍ୟନ୍ତ ସମସ୍ତ ଉଗୁରା ଫୁଲ, ଫଳଚୋପା, ବ୍ୟବହୃତ ପାତ୍ର ଆଦି ଗୃହର ଏକ କୋଣରେ ରଖାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କୁ ରନ୍ଧାଭୋଗ ଲାଗି ହୁଏ ନାହିଁ। ଅଣସର ସମୟରେ ପଣା ଓ ଚକଡ଼ା ଭୋଗ ଲାଗି କରାଯାଏ। ଏଥିସହ ଛେନା, ପଣସ, ଆମ୍ବ, ସପୁରି ଆଦି ଠାକୁରଙ୍କୁ ସର୍ମପଣ କରାଯିବାର ବିଧି ରହିଛି। ଅଣସର ସେବାକୁ ଯାଉଥିବା ଦଇତାପତିମାନେ ସମ୍ପୂର୍ଣ୍ଣ ଭାବେ ନୀତି ନିୟମରେ ରହିଥାନ୍ତି। ସେମାନେ କେବଳ ମହାପ୍ରଭୁଙ୍କୁ ସମର୍ପିତ ହୋଇଥିବା ଭୋଗ ଗ୍ରହଣ କରିଥାନ୍ତି। ଏଥିପାଇଁ ଯେଉଁ ପତ୍ର ଓ ପାତ୍ର ବ୍ୟବହାର କରାଯାଏ ତାହା ମଧ୍ୟ ଅଣସର ଘରୁ ବାହାରକୁ ଆସି ନ ଥାଏ। ଅଣସର ପିଣ୍ଡିରେ ଭୋଗ ସମର୍ପଣ ବେଳେ ବିଶେଷ ନୀତି ନିୟମ ପ୍ରତି ଗୁରୁତ୍ୱ ଦିଆଯାଏ। କୌଣସି ଘଣ୍ଟି ଘଣ୍ଟ, ବାଦ୍ୟ ବାଜି ନ ଥାଏ। ଦଶମୀ ପର୍ଯ୍ୟନ୍ତ କୌଣସି ଶବ୍ଦ କରାଯାଏ ନାହିଁ। ସେବା ସମୟରେ ପରସ୍ପର ମଧ୍ୟରେ କେହି କଥାବାର୍ତ୍ତା କରି ନ ଥାନ୍ତି। ଏହି ସମୟରେ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କି ଶବ୍ଦ କରାଯାଇ ନ ଥାଏ ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?