Posted inଜାତୀୟ

ପେସିଏମ୍‌ ପରେ ଏବେ ସେସିଏମ୍‌, ବୋମ୍ମାଇଙ୍କୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୦ : ‘ପେସିଏମ’ ଅଭିଯାନର ସଫଳତା ପରେ କର୍ନାଟକରେ କଂଗ୍ରେସ ଏବେ ‘ସେସିଏମ’ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କଂଗ୍ରେସ ଶାସକଦଳକୁ ଘେରିବା ଆରମ୍ଭ କରିଛି। ୨୦୧୮ ରେ ଦିଆଯାଇଥିବା ୬୦୦ ନିର୍ବାଚନୀ ପ୍ରତିଶ୍ରୁତିର ୯୦ ପ୍ରତିଶତ ପୂରଣ କରିବାରେ ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସ ବୁଧବାର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ଭାଜପା ସରକାରଙ୍କୁ ଟାର୍ଗେଟ କରି SayCM.com ୱେବସାଇଟ ଉନ୍ମୋଚନ କରିଛି। ୱେବସାଇଟରେ ସମସ୍ତ ପ୍ରଶ୍ନ ରହିଛି ଯାହା କଂଗ୍ରେସ ଏପର୍ଯ୍ୟନ୍ତ ଭାଜପାକୁ ପଚାରିଛି। କଂଗ୍ରେସ କହିଛି ଯେ ଏପର୍ଯ୍ୟନ୍ତ ୫୦ ଟି ପ୍ରଶ୍ନର କୌଣସି ଉତ୍ତର ଦେଇ ନ ଥିବା ଭାଜପା ଏହାର ନିରବତା ଦ୍ୱାରା ଦୋଷ ସ୍ବୀକାର କରିଛି।

ମଙ୍ଗଳବାର ଏକ ଗଣମାଧ୍ୟମ ସମ୍ମିଳନୀରେ କର୍ନାଟକ କଂଗ୍ରେସ ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରିୟଙ୍କା ଖାର୍ଗେ ଶାସକ ଭାଜପାକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି କେବଳ ପେସିଏମ ଆପଣଙ୍କୁ କହିବାକୁ ପ୍ରେରଣା ଦିଏ, ତେବେ ଆପଣଙ୍କ ବିଫଳତାର ଉତ୍ତର ଦେବା ପାଇଁ ଆମେ ସେସିଏମ ଆରମ୍ଭ କରିବୁ। ଏହାର ଗୋଟିଏ ଦିନ ପରେ ବୁଧବାର

କଂଗ୍ରେସ କ୍ୱ୍ୟୁଆର କୋଡ ଲଞ୍ଚ କରିଛି, ଯାହା ପେସିଏମ ପରି ଦେଖାଯାଉଛି, କିନ୍ତୁ ଏହା ଲୋକଙ୍କୁ SayCm.com କୁ ନେଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌,୧୩ ମୃତ

ଭୋପାଲ,୧୮।୭: ମଧ୍ୟପ୍ରଦେଶର ଧାର ଜିଲାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ସୋମବାର ନର୍ମଦା ନଦୀକୁ ଖସି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା...

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଚାଇନା-ପାକିସ୍ତାନ ତିକ୍ତତା ମଧ୍ୟରେ ପଞ୍ଜାବ ସୀମାରେ ଭାରତ ନିୟୋଜିତ କଲା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ,୨୧ ।୧୨: ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ତା’ର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବ ସୀମାରେ ନିୟୋଜିତ କରିଛି । ଭାରତୀୟ...

ଦେଶରେ ୬୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୮।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩୭ ନୂଆ...

ଦେଶରେ ବାଘ ସଂଖ୍ୟାରେ ମଧ୍ୟପ୍ରଦେଶ ଶୀର୍ଷରେ…

ନୂଆଦିଲ୍ଲୀ,୨୯।୭ : ବାଘ ସଂଖ୍ୟା ଗଣନା ଆକଳନକୁ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ତାଲିକାରେ ମଧ୍ୟପ୍ରଦେଶ ୭୮୫ ବାଘ ସହିତ ଶୀର୍ଷରେ ରହିଛି। ଏହିପରି ଭାବରେ...

ଘରର ପୁଅ ଘରକୁ ଫେରିଲେ: ମମତା

କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...

ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍‌ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ...

ପୁଣି ସାବରମତି ଜେଲ୍‌ ଫେରିଯିବେ ଅତିକ

ପ୍ରୟାଗରାଜ,୨୮।୩: ୪୪ ବର୍ଷ ଧରି ଅପରାଧ ଜଗତରେ ଆତଙ୍କ ଚଳାଇଥିବା ଅତିକ ଅହମ୍ମଦଙ୍କୁ ପ୍ରଥମ ଥର ପାଇଁ ଦଣ୍ଡିତ କରାଯାଇଛି। ୨୦୦୬ ଉମେଶ ପାଲ ଅପହରଣ...

Advertisement
Archives

Model This Week