Posted inଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୦।୩: ଜମ୍ମୁକଶ୍ମୀରରେ ଭାଜପା-ପିଡିପି ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୁଇଥର କଂଗ୍ରେସ ଏମ୍‌ପି ଚୌଧୁରୀ ଲାଲ ସିଂ ପ୍ରାୟ ୧୦ ବର୍ଷ ପରେ ବୁଧବାର କଂଗ୍ରେସକୁ ଫେରିଛନ୍ତି। ନୂଆଦିଲ୍ଲୀରେ ସେ କଂଗ୍ରେସ ନେତା ପୱନ ଖେଡା, ଭାରତ ସିଂ ସୋଲାଙ୍କି, କଂଗ୍ରେସ ରାଜ୍ୟ ସଭାପତି ବିକାଶ ରସୁଲ ୱାନିଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ।
କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ତରଫରୁ କଂଗ୍ରେସ ନେତା ପୱନ ଖେଡା ଲାଲ ସିଂଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଲାଲ ସିଂଙ୍କ ଦଳକୁ ଫେରିବା ରାଜ୍ୟରେ କଂଗ୍ରେସକୁ ମଜଭୁତ କରିବ। ଚୌଧୁରୀ ଲାଲ ସିଂ ଦଳକୁ ଫେରିବା ପରେ କଂଗ୍ରେସ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଇସାରାରେ ଉଧମପୁର ଆସନରୁ ଲଢିବାବିଷୟରେ ମଧ୍ୟ କହିଥିଲେ। ଲାଲ ସିଂ କହିଛନ୍ତି, ମୁଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ସେହି ଆସନରୁ ଭାଜପା ସ୍ବପ୍ନ ଦେଖୁଛି।ସ୍‌
ଚୌଧୁରୀ ଲାଲ ସିଂ ଛାତ୍ର ନେତା ଭାବରେ ରାଜନୀତି ଆରମ୍ଭ କରିଥିଲେ। ସେ ଦୁଇଥର ବିଧାୟକ ଏବଂ ଏମ୍‌ପି ହୋଇଛନ୍ତି। ୧୯୯୬ରେ ପ୍ରଥମ ଥର ପାଇଁ ସେ କଂଗ୍ରେସ ଟିକେଟରେ କାଥୁଆର ବସୋହଲି ଆସନରୁ ବିଧାୟକ ହୋଇଥିଲେ। ୨୦୦୨ରେ ମଧ୍ୟ ସେ ଏଠାରୁ ଜିତି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଏବଂ କଂଗ୍ରେସର ମିଳିତ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ।
ଏହା ପରେ ଲାଲ ସିଂ ୨୦୦୪ ଏବଂ ୨୦୦୯ରେ ଉଧମପୁର ଆସନରୁ ଜିତି ଲୋକ ସଭାରେ ପହଞ୍ଚିଥିଲେ। ୨୦୧୪ରେ କଂଗ୍ରେସରୁ ଟିକେଟ ନ ପାଇ ସେ କଂଗ୍ରେସ ସହ ସମ୍ପର୍କ ଭାଙ୍ଗିଥିଲେ। ଏହା ପରେ ସେ କାଥୁଆରେ ଏକ କାର୍ଯ୍ୟକ୍ରମରେ ତତ୍କାଳୀନ ଭାଜପା ସଭାପତି ଅମିତ ଶାହାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri