ବିବାହ ପରେ ରାଘବଙ୍କ ପ୍ରଥମ ଜନ୍ମଦିନ ପାଳିଲେ ପରିଣିତି

ମୁମ୍ବାଇ: ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍‌ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ ଅଭିନେତ୍ରୀ ତାଙ୍କ ଉପରେ ତାଙ୍କ ଭଲ ପାଇବା ଅଜାଡି ଦେଇଛନ୍ତି। ସ୍ବାମୀଙ୍କ ପାଇଁ ସେ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି।
ପସ୍‌ରିଣିତି ଚୋପ୍ରାଙ୍କ ସ୍ବାମୀ ତଥା ଆମ ଆଦମୀ ପାର୍ଟି ଏମପି ରାଘବ ଚଢାଙ୍କ ଜନ୍ମଦିନ। ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ୩୫ବର୍ଷ ବୟସ ହୋଇଛି। ଏଭଳି ସମୟରେ ସେ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଘବ ଚଢାଙ୍କ ସହ କିଛି ଅନସିନ ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କ ସ୍ବାମୀଙ୍କ ସହ ବିତାଇଥିବା ବିଶେଷ ମୁହୂର୍ତ୍ତର ଝଲକ ଦେଖାଯାଇଛି। ପ୍ରଥମ ଫଟୋରେ ପରିଣିତି ଏବଂ ରାଘବ ଏକ ବିଦେଶୀ ରାସ୍ତାରେ ପୋଜ ଦେଉଥିବା ନଜର ଆସିଛନ୍ତି। ଏହି ଫଟୋରେ, ଦମ୍ପତି କଳା ପୋଷାକରେ ନଜର ଆସିଛନ୍ତି।
ଦ୍ୱିତୀୟ ଫଟୋରେ ଏହି ଦମ୍ପତି ତାଙ୍କ ପାଦର ମେହେନ୍ଦୀକୁ ଦେଖାଉଥିବା ନଜର ଆସିଛି। ଏହି ଫଟୋରେ, ଅଭିନେତ୍ରୀଙ୍କ ପାଦ ରାଘରଙ୍କ ପାଦରେ କ୍ଲିକ କରାଯାଇଛି।
ଅନ୍ୟ ଏକ ଫଟୋରେ, ଉଭୟ ଏକ କାଫେରେ ବସିଥିବା ଦେଖିବାକୁ ମିଳିଛି। ସେ ରାଘବଙ୍କ କୋଳରେ ଆଉଜି ବସିଥିବାର ଦେଖାଯାଏ। ଏହି ଫଟୋଗୁଡ଼ିକ ସହିତ ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି।
କ୍ୟାପସନରେ ଲେଖିଛନ୍ତି- ତୁମେ ମୋର ଭଗବାନ, ଭଗବାନ ମୋତେ ଦେଇଥିବା ସର୍ବୋତ୍ତମ ଉପହାର! ତୁମର ମନ ଏବଂ ବୁଦ୍ଧି ମୋତେ ଆଶ୍ଚର୍ଯ୍ୟ କରେ। ତୁମର ମୂଲ୍ୟବୋଧ, ସଚ୍ଚୋଟତା ଏବଂ ବିଶ୍ୱାସ ମୋତେ ଜଣେ ଭଲ ମଣିଷ ହେବାକୁ ପ୍ରେରଣା ଦିଏ।
ଅଭିନେତ୍ରୀ ଆହୁରି ଲେଖିଛନ୍ତି- ପରିବାର ପ୍ରତି ତୁମର ପ୍ରତିବଦ୍ଧତା ମୋତେ ପ୍ରତିଦିନ ଆଶୀର୍ବାଦ ଭଳି ଅନୁଭବ କରେ। ତୁମର ଶାନ୍ତି ମୋର ମେଡିସିନ। ଆଜି ଆନୁଷ୍ଠାନିକ ଭାବରେ ମୋର ପ୍ରିୟ ଦିନ କାରଣ ମୋ ପାଇଁ ତୁମେ ଆଜି ଜନ୍ମ ହୋଇଛ। ଜନ୍ମଦିନର ଶୁଭେଚ୍ଛା! ମୋତେ ପସନ୍ଦ ଥିବାରୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri