Advertisement

କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଲେ ପତ୍ନୀ

ଜବଲପୁର,୨୪।୭: ଦେଶରେ ମହାମାରୀ କରୋନା ଯୋଗୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଛି। ଏପରିକି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ମଧ୍ୟପ୍ରଦେଶରୁ ସମ୍ପର୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ତାଙ୍କ ସ୍ତ୍ରୀ ପିପିଇ କିଟ୍‌ ପିନ୍ଧି ତାଙ୍କର ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି। ଏହି ଦୃଶ୍ୟକୁ ଦେଖିଲେ ଯାକାହାର ବି ଆଖିରେ ଲୁହ ଆସିଯିବ। ସୂଚନାଯୋଗ୍ୟ, ଜବଲପୁରର ବିଜୟନଗରରେ ରହୁଥିବା ୬୨ ବର୍ଷୀୟ ଜଣେ ବୃଦ୍ଧ ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଜବଲପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବୁଧବାର ଦେହାନ୍ତ ହୋଇଛି। ଉକ୍ତ ବୃଦ୍ଧଙ୍କ ନିଜର କେହି ସନ୍ତାନ ନ ଥିବା ବେଳେ କରୋନାଜନିତ ମୃତ୍ୟୁ ହୋଇଥିବାରୁ ତାଙ୍କର ଶେଷକୃତ୍ୟ ପାଇଁ କେହି ସମ୍ପର୍କୀୟ ମଧ୍ୟ ଆସି ନ ଥିଲେ। ଶେଷରେ ବାଧ୍ୟ ହୋଇ ମୃତ ବୃଦ୍ଧଙ୍କ ସ୍ତ୍ରୀ କରୋନାର ସମସ୍ତ ପ୍ରୋଟୋକଲକୁ ପାଳନ କରିବା ସହ ପିପିଇ କିଟ୍‌ ପିନ୍ଧି ସ୍ବାମୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ଆଉ ଏହି କାର୍ଯ୍ୟରେ ତାଙ୍କୁ ହସ୍ପିଟାଲର ସ୍ବାସ୍ଥ୍ୟକର୍ମଚାରୀ ସାହାଯ୍ୟ କରିଥିଲେ। ସେହି ମୁହୂର୍ତ୍ତ ଅତ୍ୟନ୍ତ ଭାବପ୍ରବଣ ଥିଲା। କରୋନା କାଳରେ ଯେଉଁଠି ନିଜ ଲୋକ ହାତ ଛାଡ଼ି ଦେଉଛନ୍ତି ସେଇଠି ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ ପ୍ରଂଶସାଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଛାପିଲାନି ଚାଇନା ସରକାରଙ୍କ ମୁଖପତ୍ର

ନୂଆଦିଲ୍ଲୀ, ୧୪।୮:କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ପ୍ରତିନିଧିଙ୍କ ସାକ୍ଷାତ୍‌କାରକୁ ବେଜିଂରେ ଥିବା ଭାରତୀୟ ଦୂତାବାସ ଖଣ୍ଡନ କରିଥିବାବେଳେ ଏହାକୁ ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଛାପିବାକୁ...

ମନୋଜ ସିହ୍ନା ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ...

୯ ବର୍ଷରେ ବିଶ୍ୱ ରେକର୍ଡ

ହାଇଦ୍ରାବାଦ: ହାଇଦ୍ରାବାଦର ବାଳକ ଏସ୍‌.ପି. ଶଙ୍କର। ମାତ୍ର ୯ ବର୍ଷ ବୟସରେ ସେ ବିଭିନ୍ନ ଶୈଳୀରେ ରୁବିକ୍ସ କ୍ୟୁବ୍‌ ସମାଧାନ କରି ଆନ୍ତର୍ଜାତୀୟ ସ୍ତରର ପୁରସ୍କାର...

ଭାରତରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ନୂଆଦିଲ୍ଲୀ,୯।୧: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ବନ୍ୟାବେଳେ ଦୋସା ଭିଡିଓ କରି ତେଜସ୍ବୀ ସୂର୍ଯ୍ୟା ହଟହଟା

ବେଙ୍ଗାଲୁରୁ,୮ା୯: ଲଗାଣ ବର୍ଷାରେ କର୍ନାଟକର ବେଙ୍ଗାଲୁରୁ ଉବୁଟୁବୁ ହେଉଥିବାବେଳେ ସ୍ଥାନୀୟ ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଦୋସା ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି।...

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ...

ଏଲ୍‌ଏସିରେ ପରିସ୍ଥିତି ଅତ୍ୟନ୍ତ ଜଟିଳ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି...

ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ...

Advertisement
Archives

Model This Week