Posted inଜାତୀୟ

ଶହୀଦଙ୍କ ଭଉଣୀ କହିଲେ, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସର ଏହା ବଡ ସଫଳତା ବୋଲି କୁହାଯାଉଛି। ବିକାଶଙ୍କ ମୃତ୍ୟୁ ପରେ ଶହୀଦ ପୋଲିସକର୍ମୀ ରାହୁଲଙ୍କ ଭଉଣୀ ନନ୍ଦିନୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’। ବିକାଶର ସାଥୀମାନଙ୍କୁ ପୋଲିସ ଏନକାଉଣ୍ଟର କରୁ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି। ଉତ୍ତର ପ୍ରଦେଶ ପୋଲିସ ବିକାଶକୁ ନେଇ ଉଜ୍ଜୈନ ଛାଡି କାନପୁର ଅଭିମୁଖେ ଯାଉଥିବାବେଳେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ବିକାଶ। ଫଳରେ ପୋଲିସ ଏନକାଉଣ୍ଟର କରିଥିଲା। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ କାନପୁରରେ ୮ ଜଣ ପୋଲିସ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସ୍ଥା ଜିତିଲେ ଖଟ୍ଟାର ସରକାର

ଚଣ୍ଡିଗଡ଼,୧୧।୩ : ହରିୟାଣା ବିଧାନସଭାରେ ମନୋହାର ଲାଲ୍‌ ଖଟ୍ଟାର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୨...

ଅଫିସରଙ୍କୁ ଚେତାବନୀ ଦେଇଛନ୍ତି ଗଡ଼କରୀ: ୮ ଦିନରେ କାମ ନ ହେଲେ ଲୋକଙ୍କୁ କହି ଆରମ୍ଭ ହେବ ମାଡ଼

ନୂଆଦିଲ୍ଲୀ,୧୮।୮: କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ପରିଚାଳିତ ଲଘୁ ଉଦ୍ୟୋଗ...

ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌ ଲାଗୁ କରିବେନି ମମତା

କୋଲକାତା,୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ...

ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା

କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ...

ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ

ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ...

ଦେଶରେ ବିଫଳ ହେଲା ଲକ୍‌ଡାଉନ: ରାହୁଲ

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।...

ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା: ଭାଜପା

ନୂଆଦିଲ୍ଲୀ,୧୭।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା...

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ...

Advertisement
Archives

Model This Week