ପାକିସ୍ତାନ ପରେ ଏବେ ବାଂଲାଦେଶକୁ ଲୁଟୁଛି ଚାଇନା! ଡ୍ରାଗନ ଆଗରେ ଅସହାୟ ଯୁନୁସ ସରକାର

ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ ଆଶ୍ଚର୍ଯ୍ୟଜନକ, ବାଂଲାଦେଶର ଏକ ଚତୁର୍ଥାଂଶରୁ ଅଧିକ ଆୟାତ ଏବେ ଚୀନରୁ ହେଉଛି।

ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ ବାଂଲାଦେଶ ତା’ର ମୋଟ ଆମଦାନୀର ୨୫ ପ୍ରତିଶତରୁ ଅଧିକ ସାମଗ୍ରୀ ଚାଇନାରୁ ମଗାଇଛି, ଯେତେବେଳେ ଛଅ ବର୍ଷ ପୂର୍ବେ ଏହି ସଂଖ୍ୟା ମାତ୍ର ୨୦ ପ୍ରତିଶତ ପାଖାପାଖି ଥିଲା। ଏହାର ଅର୍ଥ ସ୍ପଷ୍ଟ ଯେ ବାଂଲାଦେଶ ଏବେ ବାଣିଜ୍ୟ ମାମଲାରେ ଚାଇନା ଉପରେ ପୂର୍ବାପେକ୍ଷା ଅଧିକ ନିର୍ଭରଶୀଳ ହେଉଛି।

ଏକପଟେ ଚାଇନାରୁ ଆୟାତ ବୃଦ୍ଧି ପାଇଛି, ଅନ୍ୟପଟେ ଚାଇନାକୁ ବାଂଲାଦେଶର ରପ୍ତାନି ହ୍ରାସ ପାଇଛି। ୨୦୧୮-୧୯ରେ ଚୀନକୁ ବାଂଲାଦେଶର ୨.୧ ପ୍ରତିଶତ ରପ୍ତାନି ହେଉଥିଲା, ଯାହା ୨୦୨୩-୨୪ରେ ହ୍ରାସ ପାଇ ମାତ୍ର ୧.୬ ପ୍ରତିଶତ ହୋଇଛି। ଅର୍ଥାତ୍ ଚାଇନାର ବଜାରରେ ବାଂଲାଦେଶୀ ଉତ୍ପାଦର ଚାହିଦା କମିଛି।

ଅନ୍ୟପଟେ, ଭାରତକୁ ବାଂଲାଦେଶରୁ ହେଉଥିବା ରପ୍ତାନି ବୃଦ୍ଧି ପାଇଛି। ୨୦୧୮-୧୯ରେ ଏହା ୩.୧ ପ୍ରତିଶତ ଥିଲା, ଯାହା ଏବେ ବୃଦ୍ଧି ପାଇ ୩.୫ ପ୍ରତିଶତ ହୋଇଛି। ଏହାର ଅର୍ଥ ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଏବେ ମଧ୍ୟ ଦୃଢ଼ ରହିଛି। ଯଦିଓ ସାମ୍ପ୍ରତିକ ବୟାନବାଜୀ ଏବଂ ନୂଆ ଆୟାତ ନିଷେଧାଜ୍ଞା ସମ୍ପର୍କରେ ମଧ୍ୟ କିଛି ତିକ୍ତତା ସୃଷ୍ଟି କରିଛି।

ବାଂଲାଦେଶର କପାସ ଆବଶ୍ୟକତାର ଏକ ବଡ଼ ଅଂଶ ଭାରତରୁ ପୂରଣ ହୁଏ। ୨୦୨୩-୨୪ରେ ଭାରତ ବାଂଲାଦେଶକୁ ମୋଟ ୯ ବିଲିୟନ ଡଲାରର ରପ୍ତାନି କରିଛି, ଯେଉଁଥିରୁ ୨୬ ପ୍ରତିଶତ କେବଳ କପାସ ଥିଲା, ଯେତେବେଳେ ୨୦୨୨-୨୩ରେ ଏହି ସଂଖ୍ୟା ୨୦.୨ ପ୍ରତିଶତ ଥିଲା। ଭାରତ ଏବେ ବାଂଲାଦେଶର ମୋଟ କପାସ ଆୟାତର ୩୦ ପ୍ରତିଶତ ଯୋଗାଣ କରୁଛି, ଯାହା ୨୦୧୮-୧୯ରେ ୨୩ ପ୍ରତିଶତ ଥିଲା।

ବାଂଲାଦେଶରୁ ଭାରତ କ’ଣ କିଣୁଛି?
ଭାରତ ବାଂଲାଦେଶରୁ ଯେଉଁ ସାମଗ୍ରୀ କିଣୁଛି, ତା’ ମଧ୍ୟରେ ଏବେ ମଧ୍ୟ ଟେକ୍ସଟାଇଲ, ରେଡିମେଡ ଗାର୍ମେଣ୍ଟସ ଏବଂ କପଡ଼ା ମୁଖ୍ୟ। ଏହି କ୍ଷେତ୍ରଗୁଡ଼ିକ ୨୦୨୩-୨୪ରେ ଭାରତର ବାଂଲାଦେଶରୁ ଆୟାତର ୫୬ ପ୍ରତିଶତ ଅଂଶ ରହିଛି, ଯାହା ପ୍ରାୟ ୨୦୧୮-୧୯ର ୫୭ ପ୍ରତିଶତ ସହ ସମାନ।

କିନ୍ତୁ, ନିକଟରେ ଭାରତ ସରକାର ବାଂଲାଦେଶରୁ ଆୟାତ ଉପରେ ନୂଆ ନିଷେଧାଜ୍ଞା ଲାଗୁ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉପରେ ପ୍ରଭାବ ପକାଇଛି। ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ରେଡିମେଡ ଗାର୍ମେଣ୍ଟସ ଜାତୀୟ ସାମଗ୍ରୀ ଏବେ କେବଳ ଦୁଇଟି ସାମୁଦ୍ରିକ ବନ୍ଦର ମାଧ୍ୟମରେ ଆସିପାରିବ। ଏହା ଦ୍ୱାରା ମୋଟ ବାଣିଜ୍ୟର ୪୦ ପ୍ରତିଶତ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?