Advertisement
Posted inଜାତୀୟ

୪ ବର୍ଷ ପରେ ହତ୍ୟା ମାମଲାର ପର୍ଦ୍ଦାଫାଶ୍‌: ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପୋତିଦେଇଥିଲେ

ଗାଜିଆବାଦ,୧୪।୧୧: ଗାଜିଆବାଦ ପୋଲିସ ୪ ବର୍ଷ ପରେ ଏକ ହତ୍ୟାକାଣ୍ଡର ମାମଲାର ପର୍ଦ୍ଦାଫାଶ୍‌ କରିଛି। ଏଥିସହ ଏକ ମୃତଦେହ ଠାବ କରିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ ୪୬ବର୍ଷୀୟ ଚନ୍ଦ୍ରବୀର ନାମକ ବ୍ୟକ୍ତିଙ୍କୁ ସ୍ତ୍ରୀ ସବିତା ଓ ତାଙ୍କ ପ୍ରେମିକ ଅରୁଣ ହତ୍ୟା କରିଥିଲେ। ପ୍ରେମିକଙ୍କ ଘରେ ୭ ଫୁଟ୍‌ ଗଭୀର ଗାତ ଖୋଳି ସେମାନେ ମୃତଦେହକୁ ପୋତିଦେଇଥିଲେ। ଉକ୍ତ ସ୍ଥାନକୁ କଂକ୍ରିଟ ଢଳେଇ କରି ସେହି ଘରେ ଅରୁଣ ରହୁଥିଲେ। ଚନ୍ଦ୍ର ବୀରଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରି ତାଙ୍କ ଭାଇଙ୍କ ମୁଣ୍ଡରେ ଦୋଷ ଲଦିବାକୁ ସବିତା ଉଦ୍ୟମ କରିଥିଲେ। ନିକଟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ କେତେକ ସୂଚନା ମିଳିବା ପରେ ମାମଲାର ପୁନର୍ବାର ତଦନ୍ତ ଆରମ୍ଭ କରିଥିଲା। ଅରୁଣଙ୍କ ଘରୁ ମାଟି ଖୋଳି ଚନ୍ଦ୍ରବୀରଙ୍କ କଙ୍କାଳକୁ ପୋଲିସ ବାହାର କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଓ କୁରାଢ଼ି ମଧ୍ୟ ଜବତ ହୋଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଚନ୍ଦ୍ରବୀରଙ୍କୁ ହତ୍ୟା କରିବାର କିଛିଦିନ ପୂର୍ବରୁ ଗାତ ଖୋଳାଯାଇଥିଲା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଞ୍ଜନ ଗୋଗୋଇ ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ, ୧୭।୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ...

କନୌଜ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦି, ରାହୁଲ

କନୌଜ,୧୧।୧: ଉତ୍ତରପ୍ରଦେଶ କନୌଜ ଜିଲାରେ ଶୁକ୍ରବାର ରାତିରେ ଏକ ଘରୋଇ ଡବଲ ଡେକର ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଦୁର୍ଘଟଣାରୁ ୨ଟି ଗାଡିରେ ନିଆଁ ଲାଗିଯାଇଥିଲା।...

୨୧ ଯବାନ ନିଖୋଜ: ଜଙ୍ଗଲରେ ଲୁଚି ରହିଛନ୍ତି ୩୦୦ ମାଓବାଦୀ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୮ ଯବାନ ଶହୀଦ୍‌ ହୋଇଥିବାବେଳେ ୧୫ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ...

ଇଜିପ୍ଟରେ ଆଜିଠାରୁ ସିପିଓ-୨୭, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନେବେ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ

ନୂଆଦିଲ୍ଲୀ,୬ ।୧୧: ଅନ୍ତର୍ଜାତୀୟ ପରିବେଶ ସମ୍ମିଳନୀ(ସିପିଓ-୨୭)ର ୨୭ତମ ସଂସ୍କରଣ ରବିବାରଠାରୁ ଇଜିପ୍ଟର ମିଶ୍ରରେ ଆରମ୍ଭ ହେବାକୁ ଯାଉଛି । ମିଶ୍ରର ଶର୍ମ-ଅଲ-ଶେଖରେ ୬-୮ ନଭେମ୍ବର ପର୍ଯ୍ୟନ୍ତ...

ଭାଜପା-ଜେଡିୟୁ ମଧ୍ୟରେ ଫାଟ!

ପାଟନା,୫।୮: ବିହାରରେ ଥିବା ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଗାମୀ ଦିନରେ ବଡ ଝଟକା ଦେଇପାରେ। ଜେଡିୟୁ...

ଦୋଷ ନ କରି ୬ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…

ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ...

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି।...

କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମଣ ହେବ କି ନାହିଁ ତାହା ଡାକ୍ତରଙ୍କୁ ବି ଅଜଣା !

ନୂଆଦିଲ୍ଲୀ, ୧୮।୩: କରୋନା ସଂକ୍ରମଣକୁ ନେଇ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ କିଛି ଗୁଜବ ମଧ୍ୟ ଉଠୁଛି। ତେବେ...

Advertisement
Archives

Model This Week