Posted inଫୁରସତ

୩୫ ବର୍ଷ ପରେ ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ମିଳିଲେ ମାଆ

ପଟିଆଲା,୨୮ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା ଗ୍ରାମରେ ଥିବା ମାମୁଘରେ ହରଜିତ କୌରଙ୍କ ସହ ଜଗଜିତ୍‌ଙ୍କର ଭେଟ ହୋଇଥିଲା। ସେ ଏହି ମିଳନ ସମୟର ଭିଡିଓକୁ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଜଗଜିତ୍‌ ତାଙ୍କ ଭାବାବେଗକୁ ନିୟନ୍ତ୍ରଣରେ ରଖିପାରି ନ ଥିଲେ ଓ ଆଖିରୁ ଲୁହ ବହିଯାଇଥିଲା ବୋଲି କହିଛନ୍ତି। ଜଗଜିତ୍‌ଙ୍କୁ ୬ ମାସ ହୋଇଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ୨ ବର୍ଷ ବେଳେ ହରଜିତ୍‌ ଦ୍ୱିତୀୟ ବିବାହ କରିବାରୁ ପିଲାଟିକୁ ତାଙ୍କ ଜେଜେ ଓ ଜେଜେମାଆ ଅନ୍ୟତ୍ର ନେଇଯାଇଥିଲେ। ସେ ବଡ଼ ହେବା ପରେ ଉଭୟ ମାଆବାପା ଦୁର୍ଘଟଣାରେ ମରିଯାଇଥିବା ତାଙ୍କୁ କୁହାଯାଇଥିଲା। ନିକଟରେ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଜଗଜିତ୍‌ ତାଙ୍କ ଏନ୍‌ଜିଓ ସହ ପଟିଆଲାରେ ପହଞ୍ଚତ୍ଥିବାବେଳେ ବୋହାରପୁର ଗ୍ରାମରେ ମାଆଙ୍କ ସହ ଭେଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri