୩୩ ବର୍ଷ ପରେ ରାୟ ପ୍ରକାଶ: ଦୋଷୀଙ୍କ ଦଣ୍ଡବିଧାନକୁ ଦେଖିପାରିଲେନି ପୀଡ଼ିତ

ନୀଳଗିରି,୧୯ା୭(ପ୍ରଶାନ୍ତ ବିଶ୍ୱାଳ):ରାଜନୈତିକ ଆକ୍ରୋଶର ଶିକାର ହୋଇ ମରଣସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ୩୩ବର୍ଷ ପରେ ନ୍ୟାୟ ମିଳିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ମିଳିଛି। ମାତ୍ର ଏହି ଖୁସିର ମୁହୂର୍ତ୍ତକୁ ଦେଖିବାକୁ ପୀଡ଼ିତ ଜଣକ ଆଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମିତ୍ରପୁର ଚଣ୍ଡିପୁର ଗ୍ରାମରେ।
୧୯୯୨ ଅଗଷ୍ଟ ୧୭ତାରିଖରେ ମିତ୍ରପୁର ଚଣ୍ଡିପୁର ଗ୍ରାମର ମନ୍ମଥ ମହାନ୍ତି (ମୂଷା)ଙ୍କୁ ମିତ୍ରପୁର ବଜାରରେ ଅଯୋଧ୍ୟା ଗ୍ରାମର ଚନ୍ଦ୍ରଶେଖର ମିଶ୍ର ଏବଂ ତାଙ୍କର ୪ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲେ। ଏନେଇ ନୀଳଗିରି ଥାନାରେ ମାମଲା (ନଂ. ୭୯/୧୯୯୨) ରୁଜୁ ହୋଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଧାରା ୪୫୨/୩୦୭/୧୪୭/ ୧୪୮/୧୪୯ରେ ମାକଦ୍ଦମା ହୋଇ ପ୍ରଥମେ ବାଲେଶ୍ୱର କୋର୍ଟ ଏବଂ ପରେ ନୀଳଗିରି ଦୌରାଜଜଙ୍କ କୋର୍ଟରେ କେସ୍‌ ନଂ. ୨୩/୨୦୦୬,୧୩୩/୧୯୯୬ରେ ବିଚାର ହୋଇ ଶୁକ୍ରବାର ରାୟ ପ୍ରକାଶ ପାଇଛି। ସହକାରୀ ଦୌରାଜଜ ସୁନନ୍ଦା ପ୍ରଧାନ ମୁଦାଲା ଚନ୍ଦ୍ରଶେଖର ମିଶ୍ର ଓ ରଘୁ ମୁଖୀଙ୍କୁ ଦୋଷୀ ସାବ୍ୟସ୍ତ କରି ଧାରା ୩୨୫/୧୪୯ରେ ୧ବର୍ଷ ସଶ୍ରମ କାରାଦଣ୍ଡ ସହ ୪ହଜାର ଟଙ୍କା ଜରିମାନା ଏବଂ ଧାରା ୪୫୨/୧୪୯ରେ ୧ବର୍ଷ ସଶ୍ରମ କାରାଦଣ୍ଡ ଓ ୪ହଜାର ଟଙ୍କା ଅନାଦେୟ ୧ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ପ୍ରକାଶ ଥାଉ କି, ୨୦୧୫ ମସିହାରେ ପୀଡ଼ିତ ମନ୍ମଥ ମୃତ୍ୟୁବରଣ କରିସାରିଥିଲେ ହେଁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ପାଇଥିବାରୁ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି। ଉକ୍ତ ମକଦ୍ଦମାକୁ ଅତିରିକ୍ତ ପିପି ଅମରେନ୍ଦ୍ର ପଟ୍ଟନାୟକ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?