୩୦ବର୍ଷ ପରେ ପୁଣି ଆଖୁ ଚାଷ

ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର ଅବହେଳା ମନୋଭାବ ଯୋଗୁ ପ୍ରାୟ ୫ମାସ ବିଳମ୍ବରେ ଏହି ଚାଷ ଆରମ୍ଭ ହୋଇଛି। ବିଳମ୍ବ କାରଣକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ୩୦ବର୍ଷ ପୂର୍ବେ କୃଷି ବିଭାଗର ଅସହଯୋଗ ଯୋଗୁ ଏହି ଚାଷ ବନ୍ଦ ହୋଇଯାଇଥିଲା। ଯଦି ଏଥର ଚାଷ ମାଡ଼ ଖାଇଯାଏ ତେବେ ଚାଷୀମାନଙ୍କର ମନ ସମ୍ପୂର୍ଣ୍ଣ ଭାଙ୍ଗିଯିବ। କାଂଶବାଂଶ ନଦୀକୂଳରେ ହରିସିଂହପୁର ଅଞ୍ଚଳ ଅବସ୍ଥିତ। ଅସନ୍ତୁଳିତ ଜଳବାୟୁ କାରଣକୁ ନେଇ ପ୍ରତ୍ୟେକ ବର୍ଷ ବନ୍ୟା ଆସୁଛି। ଫଳରେ ସ୍ଥାନୀୟ ଅଞ୍ଚଳର ଆଙ୍କୁଲା, କବିରପୁର, ହରିସିଂହପୁର ଆଦି ଅଞ୍ଚଳର ପ୍ରାୟ ଶହ ଶହ ଏକର ଚାଷ ଜମିରେ ଚାଷ ହୋଇ ନ ପାରି ପଡିଆ ପଡିଛି । ଏପରିକି ବର୍ଷା ହେଲେ ସିମୁଳିଆ ଓ ଖଇରା ବ୍ଲକ ସମେତ ସୋର ଓ ଭଦ୍ରକ ଜିଲାର କେତେକାଂଶର ଜଳ କାଂଶବାଂଶ ନଦୀ ଦ୍ୱାରା ନିଷ୍କାସିତ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳର ଚାଷଜମିରେ ପାଣି ବୁଡ଼ି ରହେ। ଜମିରେ ପଟୁମାଟି ମାଡ଼ି ଉର୍ବର ହେଉଥିଲେ ହେଁ ଚାଷ ନଷ୍ଟ ଯୋଗୁ କାଁ ଭାଁ ଧାନ ଚାଷ କରାଯାଇଥାଏ। ବର୍ଷ ବର୍ଷ ଧରି ଜମିକୁ ପଡିଆ ନ ପକାଇ ପୁଣି ଆଖୁ ଚାଷ ପାଇଁ ସ୍ଥାନୀୟ ଅଞ୍ଚଳର ୬ଜଣ ଚାଷୀ ଗତବର୍ଷରୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଉଭୟ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରିଥିଲେ। ପରେ କୃଷି ବିଭାଗ ଚାଷୀମାନଙ୍କୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗତ ୫ମାସ ପୂର୍ବରୁ ଚାଷୀମାନେ ୧୦ ଏକର ଜମି ହଳ କରିଥିଲେ। କୃଷି ବିଭାଗର କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହିତ ଆଖୁ ବିହନ(ଚାରା) ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ବିଭାଗୀୟ କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିବା ସହିତ ଚାରାଗୁଡ଼ିକୁ ଚାଷୀମାନଙ୍କୁ ଠିକ୍‌ କରିବା ପାଇଁ କହିଥିଲେ। ଏଥିପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ମାତ୍ର ୨୪ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସମୟ ଗଡ଼ିଯିବା ସହିତ ଚାରା ନିଅଣ୍ଟ ହେବା ଯୋଗୁ ଭଦ୍ରକ ଓ ଯାଜପୁର ଅଞ୍ଚଳ ବୁଲି ଚାଷୀମାନେ ମାତ୍ର ୨୧ କୁଇଣ୍ଟାଲ ୪୨କିଲୋ ବିହନ ଯୋଗାଡ କରିବାରେ ସକ୍ଷମ ହୋଇଥିଲେ।
ଆଖୁଚାଷ ପାଇଁ ଗୁଣ୍ଠ ପ୍ରତି ୧ କୁଇଣ୍ଟାଲରୁ ଦେଢ କୁଇଣ୍ଟାଲ ବିହନ ଆବଶ୍ୟକତା ଅନୁସାରେ ୧୦ ଏକର ଜମି ପାଇଁ ପ୍ରାୟ ୪ଶହ ୨୦ କୁଇଣ୍ଟାଲ ବିହନ ଆବଶ୍ୟକତା ଥିଲା। ଅପରପକ୍ଷେ ଆଖୁ ବିହନ ନିଅଣ୍ଟ ଯୋଗୁ କେବଳ ଅକ୍ଷୟ ନାୟକ ନାମକ ଜଣେ ଚାଷୀ ମାତ୍ର ଦୁଇଟି କିଆରୀରେ ସଂଗୃହୀତ ଚାରା ଲଗାଇଛନ୍ତି। ଏ ସମ୍ପର୍କରେ କୃଷି ଅଧିକାରୀ ସ୍ଥିତପ୍ରଜ୍ଞ ଖମାରୀଙ୍କୁ ପଚରାଯିବାରୁ ବ୍ଲକରେ ପ୍ରଥମ ଥର ଆଖୁଚାଷ କରାଯାଉଛି । ଏହା କୃଷି କମିଟିରେ ପାସ୍‌ ହେବା ପରେ ଚାଷୀମାନଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଅପରପକ୍ଷେ ଯାଜପୁର ଓ ଭଦ୍ରକ ଜିଲାର ଚାଷୀମାନଙ୍କର ଆଖୁଚାଷ ଯଥେଷ୍ଟ ପୂର୍ବରୁ କରାଯିବା ଯୋଗୁ ଆଖୁ ଗଛ ୨/୩ ହାତ ହୋଇଗଲାଣି। ଏବେ ଲଗାଯାଇଥିବା ଆଖୁରୁ କେମିତି ଗଛ ବାହାରିବ ତାହାକୁ ନେଇ ଚାଷୀ ଅକ୍ଷୟ ନାୟକଙ୍କ ସମେତ ଅନ୍ୟ ଚାଷୀମାନେ ଚିନ୍ତାରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri