୨୭ ଦିନ ପରେ ବି କାରଣ ଅସ୍ପଷ୍ଟ

ପାରାଦୀପ,୩ା୧୨(ସ୍ବ.ପ୍ର.): ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରୁ ଗତ ୫ ରେ ପିଲାଙ୍କ ପାଇଁ ସରକାର ଯୋଗାଇଥିବା ଉପାଦେୟ ବହି (ଉଜ୍ଜ୍ବଳ ଉତ୍‌ଥାନ) ରଦ୍ଦି କାଗଜରେ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ବିକ୍ରି କରିଥିତ୍ବା ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ଶିକ୍ଷା ବିଭାଗର ପ୍ରମୁଖ ଅଧିକାରୀମାନେ କହିଥିଲେ। ଇତିମଧ୍ୟରେ ୨୭ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ପବିତ୍ର କର କୁହନ୍ତି, ଏହି ଘଟଣାର ତଦନ୍ତ ନିମନ୍ତେ ୨ ଥର ଲୋକ ପଠାଯାଇ ତଦନ୍ତ କରାଯିବା ସହ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ଦିଆଯାଇଛି। ଏ ବିଷୟରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା କୁହନ୍ତି, ଯେଉଁ ରିପୋର୍ଟ ଆସିଛି ତାହା ଅସ୍ପଷ୍ଟ ରହିଛି। ତଥାପି ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, କରୋନା କଟକଣା ସମୟରେ ପିଲାଙ୍କ ପାଠପଢା ଦୁଇବର୍ଷ ଧରି ବାଧାପ୍ରାପ୍ତ ହୋଇଥିଲା। ଏନେଇ ୨୦୨୧ରେ ସରକାରୀ ସ୍କୁଲର ପିଲାଙ୍କ ପାଇଁ ଉପାଦେୟ ବହି ଉଜ୍ଜ୍ୱଳ ଉତ୍‌ଥାନ ଯୋଗାଇ ଦିଆଯାଇଥିଲା। ଏହାଦ୍ବାରା ପିଲାଙ୍କ ପାଠ ସହଜ ହେବା ସହ ପରୀକ୍ଷାରେ ଭଲ ମାର୍କ ରଖିହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ସଞ୍ଜୟ ଗାନ୍ଧୀ ସ୍କୁଲରେ ଏହି ବହି ପିଲାଙ୍କୁ ଦେବା ବଦଳରେ ରଦ୍ଦି କାଗଜ ବେପାରୀଙ୍କୁ ଓଜନ ହିସାବରେ ବିକ୍ରି କରି ଦିଆଯାଇଥିଲା। ଗତ ନଭେମ୍ବର ୫ରେ ରଦ୍ଦି ବେପାରୀ ରଘୁଆ ସାହୁ କହିଥିଲେ, ସେ ସଞ୍ଜୟ ଗାନ୍ଧୀ ସ୍କୁଲରୁ ଏହି ୭୨ କେଜି ବହି ଆଣିଛନ୍ତି। ଏହାକୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ବିକ୍ରି କରି ଦେଇଛନ୍ତି। ସେଥିପାଇଁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ତାଙ୍କଠାରୁ ୪୦୦ ଟଙ୍କା ନେଇଛନ୍ତି। ଏହି ଘଟଣା ସମ୍ପର୍କରେ ସେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପରିଡାଙ୍କୁ ପଚାରିବାରେ ବହି ସିଆର୍‌ସିସି ବିକ୍ରି କରିଛନ୍ତି ବୋଲି କହିଥିଲେ। ସିଆର୍‌ସିସିି ସୁକାନ୍ତ ସ୍ବାଇଁ ଏ ପ୍ରସଙ୍ଗରେ କହିଛନ୍ତି, ସ୍କୁଲ ବାରଣ୍ଡାରେ ବହିଗୁଡ଼ିକ ଗଦା ହୋଇଥିଲା। ତାକୁ ଷ୍ଟାଫମାନେ ବିକ୍ରି କରିଦେଇଛନ୍ତି। ଏହାକୁ ନେଇ ଉଭୟ ସିଆର୍‌ସିସି ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଣେ ଅଧିକାରୀ ଆସି ଏକ ହୋଟେଲରେ ରହି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡାକି ଏସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ପୁଣିଥରେ ସ୍କୁଲ ଆସି ସମସ୍ତ ୧୩ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମେତ ରୋଷେଇ କରୁଥିବା ୪ ଜଣ ମହିଳାଙ୍କୁ ଡାକି ତଦନ୍ତ କରିଥିଲେ । ଏସବୁ ସତ୍ତ୍ୱେ ସ୍କୁଲରେ ସିସିଟିଭି ମଧ୍ୟ ରହିଛି। ମାତ୍ର ଘଟଣାର ଠିକ୍‌ ଭାବେ ତଦନ୍ତ ନ ହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?