ଶାଶୁଘର ଦୁଆରେ ବୋହୂଙ୍କ ଧାରଣା

ଡେରାବିଶ,୩ା୧୨(ସ୍ବ.ପ୍ର.): ଶାଶୁ ଘର ଦୁଆରେ ବୋହୂଙ୍କ ଧାରଣା ଏବେ ଡେରାବିଶ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଉଛି ା ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଡେରାବିଶ ଥାନା କୁରୁଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମର ସୁବାସ ଚନ୍ଦ୍ର ସାମଲଙ୍କ ଘର ଦୁଆର ମୁହଁରେ ସ୍ତ୍ରୀ ସୋନାଲି ବନ୍ଦୁ ନାୟକ ଧାରଣା ଦେଇଛନ୍ତି ା ସେ ବୋହୂର ମର୍ଯ୍ୟାଦା ଦାବି କରି ଧାରଣାରେ ବସିଥିବା ବେଳେ ଶାଶୁଘର ଲୋକମାନେ ଏହାକୁ ଅସ୍ବୀକାର କରିଛନ୍ତି ା ବୋହୂ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବାରୁ ସୋନାଲି ଡେରାବିଶ ଥାନାରେ ଏସମ୍ପର୍କରେ ଅଭିଯୋଗ ପାଇଁ ଅପରାହ୍ନରେ ଯାଇଛନ୍ତି ା
ସୋନାଲିଙ୍କ ଅଭିଯୋଗ ମୁତାବକ ସେ ଗତ ଜୁଲାଇ ୮ରେ ସୁବାସଙ୍କୁ ବିବାହ କରିଥିଲେ ା ତାଙ୍କର ଶରୀର ଅସୁସ୍ଥ ହେବାରୁ ଶାଶୁଘର ଲୋକ ଚିକିତ୍ସା ବ୍ୟବସ୍ଥା କରି ନ ଥିଲେ ା ଫଳରେ ଗ୍ରାମବାସୀ ଅଗଷ୍ଟ ୨୮ରେ ବସି ଏସମ୍ପର୍କରେ ଏକ ନିଷ୍ପତ୍ତି ନେଇଥିଲେ ା ସେହି ନିଷ୍ପତ୍ତି ଅନୁଯାୟୀ ଗୋଲରହାଟ ଗ୍ରାମର ଭିଣୋଇ ରଞ୍ଜନ କୁମାର ପ୍ରଧାନଙ୍କୁ ଚିକିତ୍ସା ଦାୟିତ୍ୱ ଦିଆଯାଇଥିଲା ା ଏଥିସହିତ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭିଣୋଇ ଘରେ ସୁବାସ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ଚିକିତ୍ସାର ୨ମାସ ପରେ ଶାଶୁଘରକୁ ଫେରିବାକୁ ରାଜିନାମାରେ ଉଲ୍ଲେଖ ହୋଇଥିଲା ା ତେବେ ସ୍ବାମୀ ସୁବାସ ୨୮ ତାରିଖରୁ ଭିଣୋଇ ଘରେ ଛାଡି ଆସିବା ପରେ ଆଉ ଯାଇ ନ ଥିଲେ ା ସୁସ୍ଥ ହେବା ପରେ ପୂର୍ବାହ୍ନରେ ଶାଶୁ ଘରକୁ ଆସିଥିବା ବେଳେ ପରିବାର ସଦସ୍ୟ ଘରେ ପୁରାଇ ଦେଇ ନ ଥିବା ସୋନାଲି କହିଛନ୍ତି ା ଅପରପକ୍ଷକ୍ଷେ ଟେଲିଫୋନ ଯୋଗେ ସୁବାସ କହିଛନ୍ତି, ସୋନାଲି ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ା ବିବାହ ପରଠାରୁ ଘରେ ଅଶାନ୍ତି ସୃଷ୍ଟି କରୁଥିଲା। ଚିକିତ୍ସା ପାଇଁ ତାଙ୍କ ଭିଣୋଇ ରଞ୍ଜନ ନେଇଛନ୍ତି ା ସୋନାଲି ସୁସ୍ଥ ହେବାର ପ୍ରମାଣ ପତ୍ର ଡାକ୍ତରଙ୍କ ଆଣିବା ପରେ ସ୍ତ୍ରୀ ଭାବେ ଗ୍ରହଣ କରିବାରେ ଅସୁବିଧା ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri