କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ ବି ରାସ୍ତା ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୩ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅଳଭା-ଗଣ୍ଡାକିଆ ସାଢେ ୧୦ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ପାଇଁ ରୋଜଗାରର ପଥ ସାଜିଛି। ଏହି ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ଗୋବରୀ ସମ୍ପ୍ରସାରିତ କେନାଲ ବନ୍ଧର ବାମପାଶର୍‌ବରେ ନିର୍ମିତ ହୋଇଛି । ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ରାସ୍ତାଟି ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ଜୀବନରେଖା ହୋଇଥିବାରୁ ଏହାର ଗୁରୁତ୍ୱ ରହିଛି । ଉକ୍ତ ରାସ୍ତା କେନ୍ଦ୍ରାପଡ଼ା ଜିଲା ସଦର ମହକୁମାକୁ ସଂଯୋଗ କରୁଛି। ବିଶ୍ୱପ୍ରସିଦ୍ଧ ଭିତରକନିକାକୁ ଉକ୍ତ ରାସ୍ତା ଅନ୍ୟତମ ସଂଯୋଗ ପଥ ହୋଇଥିବାରୁ ପର୍ଯ୍ୟଟକମାନେ ଯାତାୟାତ କରିଥାଆନ୍ତି ା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବାର ୯ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି । ଏନେଇ ବିଭାଗ ପକ୍ଷରୁ ବାରମ୍ବାର ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ ହୋଇଛନ୍ତି । କିନ୍ତୁ ରାସ୍ତା ନିର୍ମାଣ କିମ୍ବା ମରାମତି ହେବା ପରେ ମଧ୍ୟ ରାସ୍ତାରୁ ପିଚୁ ଉଠିଯିବା ସହିତ ଗାତ ସୃଷ୍ଟି ହୋଇ ଯାତାୟାତରେ ଅନ୍ତରାୟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ୨୦୧୪ରେ ଉକ୍ତ ରାସ୍ତା ନିର୍ମାଣ କାମ ପୂର୍ତ୍ତ ବିଭାଗ ଆରମ୍ଭ କରିଥିଲା ା ୨ ବର୍ଷ ପରେ ରାସ୍ତା କାମ ଶେଷ ହୋଇଥିଲା । କାମ ସରିବାର ମାତ୍ର ୨ ବର୍ଷ ପରେ ଅଳଭାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ସାଢେ ୧୦ କିମି ରାସ୍ତାକୁ ପିଚୁ କରିବା ପାଇଁ ୩ କୋଟି ୯୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସହ ୨୦୧୮ରେ ଟେଣ୍ଡର କରାଯାଇଥିଲା। କିନ୍ତୁ ପିଚୁ କାମ ଶେଷ ପର୍ଯ୍ୟନ୍ତ କରାଯାଇ ନ ଥିଲା ା ମାତ୍ର ୬ କିଲୋମିଟର ଅର୍ଥାତ୍‌ ସିମୁଳିଆ ପର୍ଯ୍ୟନ୍ତ ପିଚୁ କାମ କରାଯାଇଥିଲା । ସେହି କାମ ୨୦୧୯ ଜୁନରେ ଶେଷ ହୋଇଥିଲା। ଅନ୍ୟପକ୍ଷେ ସିମୁଳିଆଠାରୁ ମାଳିବସା ପର୍ଯ୍ୟନ୍ତ ପ୍ରାୟ ୧ କିମି ରାସ୍ତାକୁ ପିଚୁ କରିବା ପାଇଁ ପୁନର୍ବାର ୨୦୧୯ରେ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ା ଏଥିପାଇଁ ଆଉ ଏକ ଟେଣ୍ଡର କରାଯାଇ ପିଚୁ କାମ ହୋଇଥିଲା। ତେବେ ମାଳିବସାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ବାକି ପଡିଥିବା ସାଢେ ୩ କିମି ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଣି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଥିଲା ା ହେଲେ ନିମ୍ନମାନର କାମକରି ବ୍ୟୟ ଅଟକଳର ସିଂହଭାଗ ଆତ୍ମସାତ୍‌ କରାଯାଇଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏବେ ପୁଣି ଏହି ରାସ୍ତାର ଅଳଭାଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୩ କୋଟି ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ କରାଯାଇଛି ା ଏଥିପାଇଁ ଏକ ନୂଆ ଟେଣ୍ଡର କରାଯାଇ ଗତ ମେ’ ମାସରୁ କାମ ଆରମ୍ଭ ହୋଇଥିଲା ା ମାତ୍ର ଗଣ୍ଡାକିଆ ପାଖରୁ ଗଙ୍ଗାରାମପୁର ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ମାଟି ପକାଇ ଠିକାଦାର କାମ ବନ୍ଦ କରିଦେଇଛନ୍ତି। ଏବେ ସେହି ରାସ୍ତା ଖାଲରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ଏଥିପାଇଁ ଅଞ୍ଚଳବାସୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏହା ପୂର୍ବରୁ ଏହି ରାସ୍ତାରେ ତାଳିପକା କାମ ବହୁବାର କରାଗଲାଣି। ୪ ବ୍ଲକ ଅଞ୍ଚଳ ଲୋକଙ୍କ ହିତ ଦୃଷ୍ଟିରୁ ଉକ୍ତ ରାସ୍ତାର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ତରାଇ,ସାମାଜିକ କର୍ମୀ ଗର୍ନ୍ଧବ ସାହୁ, ଗଗନ ବାରିକ, ସୁକୁଟା ବେହେରା, ପଦ୍ମଲୋଚନ ସ୍ବାଇଁ , ନରେନ୍ଦ୍ର ବେହେରା ,ବିଜୟ ଦାସ ,ସୁରେନ୍ଦ୍ର ପରିଡ଼ା, ନକୁଳ ଚରଣ ସୂତାର, ସଞ୍ଜୀବ ତରାଇ, ପ୍ରମୋଦ ଗାହାଣ,ବଙ୍ଗାଳୀ ତରାଇ ,ସୟ ନାୟକ, ଅନିଲ ଦାସ,ଚିତ୍ତରଞ୍ଜନ ସ୍ବାଇଁ, ଦର୍ଶନ ସାହୁ ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?