Posted inଫୁରସତ

୧୮ବର୍ଷ ପରେ ଏଆଇ ସାହାଯ୍ୟରେ କଥା କହିଲେ

ନୂଆଦିଲ୍ଲୀ: ବେଳକୁ ବେଳ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଅଫିସଠାରୁ ଆରମ୍ଭ କରି ମେଡିକାଲ କ୍ଷେତ୍ରରେ ମଧ୍ୟ ତା’ ସଫଳ ଯୋଗଦାନ ଦେଖିବାକୁ ମିଳୁଛି। ନିକଟରେ ଏଆଇ ଏମିତି କିଛି କାର୍ଯ୍ୟ କରିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। କିଛି ମାସ ପୂର୍ବରୁ ନେଦରଲାଣ୍ଡରେ ଜଣେ ୪୦ ବର୍ଷୀୟ ଏଆଇ ସାହାଯ୍ୟରେ ଚାଲିବାକୁ ସକ୍ଷମ ହୋଇଛନ୍ତି। ଏବେ ବୈଜ୍ଞାନିକଙ୍କ ଅନେକ ସଫଳତା ମିଳିବାକୁ ଲାଗିଛି। ନିକଟରେ ଜଣେ ମହିଳାଙ୍କ ସହିତ ମଧ୍ୟ ଏପରି ହୋଇଛି। ଯିଏ ଦୀର୍ଘ ୧୮ ବର୍ଷ ପରେ କଥା କହିବାକୁ ସକ୍ଷମ ହୋଇପାରିଛନ୍ତି। ୪୮ ବର୍ଷୀୟା ଆନ ଜନସନ୍‌ଙ୍କୁ ୩୦ ବର୍ଷ ବୟସରେ ବ୍ରେନ୍‌ ଷ୍ଟୋକ୍‌ ହୋଇଥିଲା। ଏଥିଯୋଗୁ ତାଙ୍କୁ ପକ୍ଷାଘାତି ହୋଇଯାଇଥିଲା। ସେ ସେତେବେଳେ କିଛି କଥା କହିପାରୁ ନ ଥିଲେ। କିନ୍ତୁ ଏବେ ଏଆଇ ତାଙ୍କ ଜୀବନ ବଦଳାଇ ଦେଇଛି। ତାଙ୍କ ମସ୍ତିଷ୍କରେ ପାଖାପାଖି ୨୫୦ଟି ଇଲେକ୍ଟ୍ରୋନିକ ତାର ଇଂପ୍ଲାଣ୍ଟ କରାଯାଇଛି। ଏହି ଇଲେକ୍ଟ୍ରୋନିକ ତାର ମସ୍ତିଷ୍କର ସ୍ପିଚ ପ୍ରୋସେସିଂ କ୍ଷେତ୍ରକୁ ଘେରି ରହିଛି। ମସ୍ତିଷ୍କ ପଠାଉଥିବା ସଙ୍କେତକୁ କମ୍ପ୍ୟୁଟର ସାହାଯ୍ୟରେ ଯୋଗା ଯାଇଥିଲା। ଯାହା ଫଳରେ ଜନସନଙ୍କୁ କିଛି ଚିତ୍ର ଦେଖାଯାଇଥିଲା ଏବଂ ତାହା କେଉଁ ସଙ୍କେତ, ସେ ବାବଦରେ ଜନସନ ନିଷ୍ପତ୍ତି ନେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଜନସନ ଏହି ସଙ୍କେତକୁ ଚିହ୍ନିବାକୁ ଏଆଇର ସାହାଯ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri