Posted inଖେଳ

୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ

କରାଚୀ,୧୯।୧୧(ପି.ଟି.): ଦୀର୍ଘ ୧୬ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଉଭୟ ଦେଶର କ୍ରିକେଟ ବୋର୍ଡ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଅସନ୍ତା ଅକ୍ଟୋବରରେ ଏହି ସିରିଜ ଖେଳାଯିବ। ସିରିଜର ଏହି ଦୁଇଟି ମ୍ୟାଚ୍‌ କରାଚୀରେ ଅକ୍ଟୋବର ୧୪ ଓ ୧୫ ତାରିଖରେ ଖେଳାଯିବ। ୨୦୨୧ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଏହି ସିରିଜ ଖେଳାଯିବ।
ଭାରତରେ ଏହି ବିଶ୍ୱକପ୍‌ ଆୟୋଜନ ହେବା ପୂର୍ବରୁ ଉଭୟ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ସିରିଜ ଆୟୋଜନ ନେଇ ବୁଝାମଣାରେ ଉପନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀରେ ଇଂଲଣ୍ଡକୁ ପିସିବି ନିମନ୍ତ୍ରଣ କରିଥିଲା। ତେବେ କେତେକ ତାରକା ଖେଳାଳିଙ୍କ ଅନୁପସ୍ଥିତି ହେବାର ସମ୍ଭାବନା ଥିବାରୁ ଇଂଲଣ୍ଡ ଏହାକୁ ସ୍ବୀକାର କରିପାରି ନ ଥିଲା। ତେବେ ଇଂଲଣ୍ଡ ତା’ର ପାକିସ୍ତାନ ଗସ୍ତକୁ ପୁନଃନିର୍ଦ୍ଧାରିତ କରିଛି। ଇଂଲଣ୍ଡ ପାକିସ୍ତାନ ଗସ୍ତରେ ଆସୁଥିବାରୁ ଆମେ ବେଶ୍‌ ଆନନ୍ଦିତ ବୋଲି ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ ଖାନ କହିଛନ୍ତି। ଦୀର୍ଘ ୧୬ ବର୍ଷ ପରେ ପାକିସ୍ତାନକୁ ଇଂଲଣ୍ଡ ଗସ୍ତ କରିବ। ଫଳରେ ୨୦୨୨-୨୩ ସିଜନରେ ଉଭୟ ଟେଷ୍ଟ ଓ ସୀମିତ ଓଭର ସିରିଜ ପାଇଁ ପଥ ପରିଷ୍କାର ହେବ ବୋଲି ସେ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପରେ ଇଂଲଣ୍ଡ ପାକିସ୍ତାନରେ ପହଞ୍ଚିବ। ସେହିପରି ଫ୍ୟୁଚର ଟୁର ପ୍ରୋଗ୍ରାମ ଅନୁସାରେ ୨୦୨୧-୨୨ ସିଜନରେ ଅଷ୍ଟ୍ରେଲିଆ ମଧ୍ୟ ପାକିସ୍ତାନ ଗସ୍ତ କରିବ। ଏହାପରେ ୨୦୨୨-୨୩ରେ ଇଂଲଣ୍ଡ ଟେଷ୍ଟ ଓ ସୀମିତ ଓଭର ସିରିଜ ଖେଳିବାକୁ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବ ବୋଲି ଓ୍ବାସିମ କହିଛନ୍ତି।
ଅକ୍ଟୋବରରେ ଇଂଲଣ୍ଡ ଆସିଲେ ପାକିସ୍ତାନରେ ଥିବା ବିଶ୍ୱସ୍ତରୀୟ ସୁବିଧା ସୁଯୋଗକୁ ପରୀକ୍ଷା କରିବ ଓ ଏଥିରେ ସନ୍ତୁଷ୍ଟ ମଧ୍ୟ ହେବ। ଏହା ହେଲେ ଇଂଲଣ୍ଡ ୨୦୨୨-୨୩ରେ ପ୍ରତ୍ୟାବର୍ତ୍ତନ କରିବାରେ କୌଣସି ସମସ୍ୟା ରହିବ ନାହିଁ। ଅକ୍ଟୋବର ୧୨ରେ ଇଂଲଣ୍ଡ କରାଚୀରେ ଆସି ପହଞ୍ଚିବ। ଏହାପରେ ଅକ୍ଟୋବର ୧୬ରେ ଭଭୟ ଦଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଖେଳିବାକୁ ଭାରତ ପ୍ରସ୍ଥାନ କରିବେ। ଶେଷଥର ପାଇଁ ଇଂଲଣ୍ଡ ୨୦୦୫ରେ ପାକିସ୍ତାନ ଗସ୍ତ କରି ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲା। ଏହାପରେ ଆଗାମୀ ସିରିଜଗୁଡିକ ୨୦୧୨ ଓ ୨୦୧୫ରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯାଇଥିଲା। ଇଂଲଣ୍ଡର ପାକିସ୍ତାନ ଗସ୍ତ ନେଇ ଇସିବି ମୁଖ୍ୟ ଟମ ହାରିସନ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେଡରର, ନାଡାଲ ଚତୁର୍ଥ ରାଉଣ୍ଡରେ

ପ୍ୟାରିସ୍‌, ୧।୬-ପୂର୍ବତନ ଚାମ୍ପିୟନ ରୋଜର ଫେଡରର ଓ ରାଫାଲ ନାଡାଲ ଉଭୟେ ରେକର୍ଡ ୧୪ତମ ଥର ପାଇଁ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ...

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ...

ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍‌ ମାଲିକ ବାସନ୍ଦ

ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍‌ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ...

ବ୍ରାଜିଲ ଟେନିସ ଖେଳାଳି ଆଜୀବନ ବାସନ୍ଦ

ମେଲବୋର୍ନ,୨୫।୧(ଏଏଫ୍‌ପି)- ପୂର୍ବତନ ଟପ୍‌ ୧୦୦ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଜୋଆଓ ସୋଉଜାଙ୍କୁ ଆଜୀବନ ବାସନ୍ଦାଦେଶରେ ଦଣ୍ଡିତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ...

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ...

ଦାରୁବାଲା ଚତୁର୍ଥ

ସିଲଭରଷ୍ଟୋନ୍‌, ୩ା୮ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ସ୍ପ୍ରିଣ୍ଟ୍‌ ରେସ୍‌ରେ ଭାରତର ଜେହାନ ଦାରୁବାଲା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏଫଆଇଏ ଫର୍ମୁଲା-୨ ଚାମ୍ପିୟନଶିପ୍‌ରେ ଏହା ହେଉଛି...

ଏହି ଘଟଣା ପରେ ୧୪ ଦିନ ଭୟରେ ଘରୁ ବାହାରି ନ ଥିଲେ, ଏବେ ଭାରତୀୟ କ୍ରିକେଟ ଦଳ ପାଇଁ ସାଜିଛନ୍ତି ସଙ୍କଟମୋଚକ

ଭାରତୀୟ କ୍ରିକେଟ ଦଳରେ ଏବେ ସଙ୍କଟମୋଚକ ସାଜିଛନ୍ତି ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସେ ଦଳ ପାଇଁ କେବଳ ଓପନିଂ କରୁନାହାନ୍ତି,...

Advertisement
Archives

Model This Week