Posted inଜାତୀୟ

ଶ୍ରଦ୍ଧାଙ୍କ ଅସ୍ଥିକୁ ମେଶିନରେ ଗୁଣ୍ଡ କରିଥିଲେ ଆଫ୍‌ତାବ

ନୂଆଦିଲ୍ଲୀ,୮।୨: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ସେଗୁଡ଼ିକୁ ଫିଙ୍ଗିବା ପୂର୍ବରୁ ଅସ୍ଥିଗୁଡ଼ିକୁ ଗୁଣ୍ଡ କରିଦେଇଥିଲେ। ଏଥିପାଇଁ ସେ ମାର୍ବଲ କଟିଂ ଓ ଗ୍ରାଇଣ୍ଡିଂ ମେଶିନ୍‌ ବ୍ୟବହାର କରିଥିଲେ ବୋଲି ଦିଲ୍ଲୀ ପୋଲିସ କୋର୍ଟରେ ଦାଖଲ କରିଥିବା ୬,୬୦୦ ପୃଷ୍ଠାର ଚାର୍ଜଶିଟ୍‌ରେ କୁହାଯାଇଛି। ଗତବର୍ଷ ମେ’ ୧୮ରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫତାବ ଜମାଟୋରୁ ଚିକେନ୍‌ ରୋଲ ମଗାଇ ଖାଇଥିଲେ। ଶ୍ରଦ୍ଧା ଓ ଆଫତାବ ମେ’ରେ ଦିଲ୍ଲୀ ଯାଇଥିଲେ। ତେବେ ଆଫତାବଙ୍କର ଏକାଧିକ ଗର୍ଲଫ୍ରେଣ୍ଡ ଏବଂ ଅତ୍ୟଧିକ ବ୍ୟୟକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବଚସା ହେଉଥିଲା ବୋଲି ଚାର୍ଜଶିଟ୍‌ରେ କୁହାଯାଇଛି। ମେ’ ୧୮ରେ ସେମାନେ ମୁମ୍ବାଇ ଯିବାକୁ ଯୋଜନା କରିଥିଲେ। ହଠାତ ଆଫତାବ ଟିକେଟ ବାତିଲ କରିଦେବାରୁ ସେମାନଙ୍କ ମଧ୍ୟ ଝଗଡ଼ା ହୋଇଥିଲା ଏବଂ ଉତ୍ତ୍ୟକ୍ତ ହୋଇ ଆଫତାବ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତିକରି ଫିଙ୍ଗିଦେବାକୁ ଅଭିଯୁକ୍ତ ଚିନ୍ତା କରିଥିଲେ। ଏପରି ହେଲେ ଶୀଘ୍ର ଧରାପଡ଼ିଯିବା ଆଶଙ୍କା କରି ସେ ଶରୀରକୁ ଖଣ୍ଡଖଣ୍ଡ କରିବା ପାଇଁ କରତ, ହାତୁଡ଼ି ଓ ୩ଟି ଛୁରି କିଣିଥିଲେ। ସେ ଆଙ୍ଗୁଠିଗୁଡ଼ିକୁ ଅଲଗା କରିବା ପାଇଁ ବ୍ଲୋଟର୍ଚ୍ଚ ବ୍ୟବହାର କରିଥିଲେ। ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରିବା ପରେ ଆଫତାବ ସେଗୁଡ଼ିକୁ ଫ୍ରିଜ୍‌ରେ ରଖିଥିଲେ। ଗର୍ଲଫ୍ରେଣ୍ଡମାନେ ଆସିବାକୁ ଥିଲେ ଆଫତାବ ଉକ୍ତ ଖଣ୍ଡଗୁଡ଼ିକୁ କିଚେନ୍‌କୁ ନେଇଯାଉଥିଲେ ବୋଲି ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri