କଲେଜ ଗର୍ଲରୁ ଫ୍ରିଡମ ଫାଇଟର ହେଲେ ସାରା

ମୁମ୍ବାଇ: ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲି ଖାଁ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ଏବେ ସାରାଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଏବେ ତାଙ୍କ ଅପକମିଂ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । କନ୍ନନ ଅୟରଙ୍କ ଦ୍ୱାର ନିର୍ଦ୍ଦେଶିତ ଫିଲ୍ମରେ ସାରା ଜଣେ ବାହାଦୂର ସ୍ୱତନ୍ତ୍ରତା ସେନାନୀର ଭୂମିକାରେ ନଜର ଆସିବେ । ଏହା ସତ ଘଟଣା ଉପରେ ଆଧାରିତ ଏକ ଥ୍ରିଲର-ଡ୍ରାମା ମୁଭି ବୋଲି କୁହାଯାଉଛି । ‘ ଏ ୱତନ ମେରେ ୱତନ’ ଟିଜରରେ ସାରାଙ୍କୁ ସ୍ୱାଧିନତା ପୂର୍ବର ରିଟ୍ରୋ ଲୁକରେ ଦେଖିବାକୁ ମିଳିବ । ସେ ଶାଢିରେ ଏକ ରେଡିଓ ଭଳି ଡିଭାଇସକୁ ଏକାଠି କରିବାକୁ ବସିବା ପୂର୍ବରୁ ଏକ କୋଠରୀରେ ସବୁ ପରଦାକୁ ତଳକୁ ଟାଣୁଥିବା ଦେଖାଯାଇଛି । ଏହାକୁ ଲଗାଇବା ପରେ ସେ କହିଛନ୍ତି, ଇଂରେଜମାନେ ଭାବୁଛନ୍ତି ଭାରତ ଛୋଡୋ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଯାଇଛି, ହେଲେ ସ୍ୱାଧିନତାର ସ୍ୱର କେବେ ବନ୍ଦି ହୋଇ ନ ଥାଏ, ଏହା ହିନ୍ଦୁସ୍ତାନର ଆୱାଜ, ହିନ୍ଦୁସ୍ତାନ କେଉଁଠି, କେବେବି । ଏହି ସମୟରେ କବାଟରେ ଜୋରରେ ଆଘାତ ଲାଗିବାରୁ ତାଙ୍କ ଭାଷଣରେ ବାଧା ଉପୁଜୁଛି ଓ ସାରାଙ୍କ ଚେହେରାରେ ଭୟ ଦେଖାଯାଇଛି ।

ଫିଲ୍ମକୁ ନେଇ ସାରା କହିଛନ୍ତି, ମୁଁ ବହୁତ ଇତ୍ସାହିତ ଅଛି ଓ ଖୁବ୍ ସମ୍ମାନ ବୋଧ କରୁଛି କି ପ୍ରାଇମ ଭିଡିଓ ଓ ଧର୍ମାଟିକ ଏଣ୍ଟରଟେନମେଣ୍ଟ ମୋତେ ଏମିତି ଏକ ଫିଲ୍ମର ଅଂଶ ହେବାର ଅବସର ଦେଇଛି । ମୁଁ ଭାବୁଛି ଏହା କହିବାର ଯୋଗ୍ୟ, ଜଣେ ଅଭିନେତ୍ରୀ ଭାବେ, ଆଉ ଏହାଠାରୁ ବି ମହତ୍ୱପୂର୍ଣ୍ଣ ଜଣେ ଭାରତୀୟ ଭାବେ ମୋତେ ଗର୍ବ ଅନୁଭବ ହେଉଛି କି ମୁଁ ଏମିତି ଏକ କ୍ୟାରେକ୍ଟର ପ୍ଲେ କରିବାକୁ ସକ୍ଷମ ଯିଏ ବାହାଦୂରି, ଶକ୍ତି ଓ ସାହସକୁ ପ୍ରତିନିଧିତ୍ୱ କରୁଛି । ଏପଟେ ଫିଲ୍ମର ଟ୍ରେଲରକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି, କିଛି ଘଣ୍ଟା ମଧ୍ୟରେ ଦର୍ଶକେ ଟ୍ରେଲର ଦେଖି କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।
ସାରା କହିଛନ୍ତି କନ୍ନନ ଅୟର ସାରଙ୍କ ସହ କାମ କରିବା ଏକ ବିଶେଷାଧିକାର କାରଣ ସେ ନିଜେ ଏହି କାହାଣୀରେ ବହୁତ ଭାବୁକ ଓ ଭାବନାତ୍ମକ ରୂପରେ ଯୋଡି ହୋଇଛନ୍ତି । ନିଶ୍ଚତ ଭାବେ ଏମିତି ଏକ କ୍ରାରେକ୍ଟରରେ କାମ କରିବା ଏକ ଚ୍ୟାଲେଞ୍ଜ, ଆଉ ମୋ ପାଇଁ ଏହା ସବୁଠାରୁ ଭିନ୍ନ ଓ ପ୍ରଥମ । ବାସ୍ତବରେ ଏହା ଏମିତି ଏକ ପ୍ରୋଜେକ୍ଟ ଯାହା ଉପରେ ମୁଁ ଖ୍ରୁବ୍ ପରିଶ୍ରମ କରିବାକୁ ଯାଉଛି ।
ଭିଡିଓର ଡେସକ୍ରିପଶନ ଅନୁଯାୟୀ, ଏ ୱତନ ମେରେ ୱତନ, ବମ୍ବେରେ ଜଣେ କଲେଜ ଛାତ୍ରୀଙ୍କ ନିଡର ଯାତ୍ରାର ଅନୁସରଣ କରି ସେ ଜଣେ ସ୍ୱତନ୍ତ୍ରତା ସେନାନୀ ହୋଇଯାଉଛନ୍ତି । ଏହି ଫିଲ୍ମ ୧୯୪୨ର ଭାରତ ଛୋଡୋ ଆନ୍ଦୋଳନର ବ୍ୟାକଗ୍ରାଉଣ୍ଡ ଉପରେ ଆଧାରିତ ଓ ଏହା ଦେଶର ଯୁବକଙ୍କୁ ସାହସ, ଦେଶଭକ୍ତି ଓ ବଳିଦାନର କାହାଣୀ କହୁଛି ।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?