କଲେଜ ଗର୍ଲରୁ ଫ୍ରିଡମ ଫାଇଟର ହେଲେ ସାରା

ମୁମ୍ବାଇ: ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲି ଖାଁ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ଏବେ ସାରାଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଏବେ ତାଙ୍କ ଅପକମିଂ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । କନ୍ନନ ଅୟରଙ୍କ ଦ୍ୱାର ନିର୍ଦ୍ଦେଶିତ ଫିଲ୍ମରେ ସାରା ଜଣେ ବାହାଦୂର ସ୍ୱତନ୍ତ୍ରତା ସେନାନୀର ଭୂମିକାରେ ନଜର ଆସିବେ । ଏହା ସତ ଘଟଣା ଉପରେ ଆଧାରିତ ଏକ ଥ୍ରିଲର-ଡ୍ରାମା ମୁଭି ବୋଲି କୁହାଯାଉଛି । ‘ ଏ ୱତନ ମେରେ ୱତନ’ ଟିଜରରେ ସାରାଙ୍କୁ ସ୍ୱାଧିନତା ପୂର୍ବର ରିଟ୍ରୋ ଲୁକରେ ଦେଖିବାକୁ ମିଳିବ । ସେ ଶାଢିରେ ଏକ ରେଡିଓ ଭଳି ଡିଭାଇସକୁ ଏକାଠି କରିବାକୁ ବସିବା ପୂର୍ବରୁ ଏକ କୋଠରୀରେ ସବୁ ପରଦାକୁ ତଳକୁ ଟାଣୁଥିବା ଦେଖାଯାଇଛି । ଏହାକୁ ଲଗାଇବା ପରେ ସେ କହିଛନ୍ତି, ଇଂରେଜମାନେ ଭାବୁଛନ୍ତି ଭାରତ ଛୋଡୋ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଯାଇଛି, ହେଲେ ସ୍ୱାଧିନତାର ସ୍ୱର କେବେ ବନ୍ଦି ହୋଇ ନ ଥାଏ, ଏହା ହିନ୍ଦୁସ୍ତାନର ଆୱାଜ, ହିନ୍ଦୁସ୍ତାନ କେଉଁଠି, କେବେବି । ଏହି ସମୟରେ କବାଟରେ ଜୋରରେ ଆଘାତ ଲାଗିବାରୁ ତାଙ୍କ ଭାଷଣରେ ବାଧା ଉପୁଜୁଛି ଓ ସାରାଙ୍କ ଚେହେରାରେ ଭୟ ଦେଖାଯାଇଛି ।

ଫିଲ୍ମକୁ ନେଇ ସାରା କହିଛନ୍ତି, ମୁଁ ବହୁତ ଇତ୍ସାହିତ ଅଛି ଓ ଖୁବ୍ ସମ୍ମାନ ବୋଧ କରୁଛି କି ପ୍ରାଇମ ଭିଡିଓ ଓ ଧର୍ମାଟିକ ଏଣ୍ଟରଟେନମେଣ୍ଟ ମୋତେ ଏମିତି ଏକ ଫିଲ୍ମର ଅଂଶ ହେବାର ଅବସର ଦେଇଛି । ମୁଁ ଭାବୁଛି ଏହା କହିବାର ଯୋଗ୍ୟ, ଜଣେ ଅଭିନେତ୍ରୀ ଭାବେ, ଆଉ ଏହାଠାରୁ ବି ମହତ୍ୱପୂର୍ଣ୍ଣ ଜଣେ ଭାରତୀୟ ଭାବେ ମୋତେ ଗର୍ବ ଅନୁଭବ ହେଉଛି କି ମୁଁ ଏମିତି ଏକ କ୍ୟାରେକ୍ଟର ପ୍ଲେ କରିବାକୁ ସକ୍ଷମ ଯିଏ ବାହାଦୂରି, ଶକ୍ତି ଓ ସାହସକୁ ପ୍ରତିନିଧିତ୍ୱ କରୁଛି । ଏପଟେ ଫିଲ୍ମର ଟ୍ରେଲରକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି, କିଛି ଘଣ୍ଟା ମଧ୍ୟରେ ଦର୍ଶକେ ଟ୍ରେଲର ଦେଖି କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।
ସାରା କହିଛନ୍ତି କନ୍ନନ ଅୟର ସାରଙ୍କ ସହ କାମ କରିବା ଏକ ବିଶେଷାଧିକାର କାରଣ ସେ ନିଜେ ଏହି କାହାଣୀରେ ବହୁତ ଭାବୁକ ଓ ଭାବନାତ୍ମକ ରୂପରେ ଯୋଡି ହୋଇଛନ୍ତି । ନିଶ୍ଚତ ଭାବେ ଏମିତି ଏକ କ୍ରାରେକ୍ଟରରେ କାମ କରିବା ଏକ ଚ୍ୟାଲେଞ୍ଜ, ଆଉ ମୋ ପାଇଁ ଏହା ସବୁଠାରୁ ଭିନ୍ନ ଓ ପ୍ରଥମ । ବାସ୍ତବରେ ଏହା ଏମିତି ଏକ ପ୍ରୋଜେକ୍ଟ ଯାହା ଉପରେ ମୁଁ ଖ୍ରୁବ୍ ପରିଶ୍ରମ କରିବାକୁ ଯାଉଛି ।
ଭିଡିଓର ଡେସକ୍ରିପଶନ ଅନୁଯାୟୀ, ଏ ୱତନ ମେରେ ୱତନ, ବମ୍ବେରେ ଜଣେ କଲେଜ ଛାତ୍ରୀଙ୍କ ନିଡର ଯାତ୍ରାର ଅନୁସରଣ କରି ସେ ଜଣେ ସ୍ୱତନ୍ତ୍ରତା ସେନାନୀ ହୋଇଯାଉଛନ୍ତି । ଏହି ଫିଲ୍ମ ୧୯୪୨ର ଭାରତ ଛୋଡୋ ଆନ୍ଦୋଳନର ବ୍ୟାକଗ୍ରାଉଣ୍ଡ ଉପରେ ଆଧାରିତ ଓ ଏହା ଦେଶର ଯୁବକଙ୍କୁ ସାହସ, ଦେଶଭକ୍ତି ଓ ବଳିଦାନର କାହାଣୀ କହୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri