Posted inଜାତୀୟ

ପୋଷ୍ୟ ସନ୍ତାନ ଗ୍ରହଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୨୧ା୨(ପି.ଟି.): ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାର ଅଧିକାରକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନକୁ ଆଣି ମୌଳିକ ଅଧିକାର ବୋଲି ଦାବି କରାଯାଇପାରିବ ନାହିଁ। କେଉଁ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିବେ ତାହା ଚୟନ କରିବା ଅଧିକାର ମଧ୍ୟ ଭାବୀ ମାତାପିତାଙ୍କର ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଦୁଇ କିମ୍ବା ତଦୂର୍ଦ୍ଧ୍ୱ ଶିଶୁଙ୍କ ମା’ବାପା କେବଳ ଦିବ୍ୟାଙ୍ଗ ଶିଶୁଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିପାରିବେ ବୋଲି ଜୁଭେନାଇଲ୍‌ ଜଷ୍ଟିସ୍‌ (କେୟାର ଆଣ୍ଡ୍‌ ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌)-ସିଏଆର୍‌ଏ ଆକ୍ଟ, ୨୦୧୫ରେ ନିୟମ ରହିଛି। ଗତବର୍ଷ ସିଏଆର୍‌ଏ ପକ୍ଷରୁ ଜାରି ପୋଷ୍ୟ ନିୟମାବଳୀ, ୨୦୨୨ରେ ଷ୍ଟିୟରିଂ କମିଟି ରିସୋର୍ସ ଅଟରିଟି ମଧ୍ୟ ଏହି ବିଷୟ ଉଲ୍ଲେଖ କରିଥିଲେ। ଏହି ନିୟମକୁ ସମ୍ଭାବ୍ୟ ପୋଷ୍ୟ ମାତାପିତା (ପିଏପି)ମାନେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ପ୍ରସାଦ ଏସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି କହିଛନ୍ତି, ଜିଲାପାଳ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଚୂଡ଼ାନ୍ତ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଶିଶୁକୁ ପୌଷ୍ୟ ରୂପେ ଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ। ଏହି ପ୍ରକ୍ରିୟା ପିଲାମାନଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ପିଏପିମାନଙ୍କ ଇଚ୍ଛା ବା ଆଗ୍ରହକୁ ଏଥିରେ ଅଗ୍ରାଧିକାର ଦିଆଯାଇପାରିବ ନାହିଁ। ସେମାନେ କାହାକୁ ପୌଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି, ସେନେଇ ଦାବି କରିପାରିବେ ନାର୍ହି ବୋଲି ନିକଟରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଜଷ୍ଟିସ୍‌ ପ୍ରସାଦ ଆହୁରି କହିଛନ୍ତି, ପୋଷ୍ୟ ଗ୍ରହଣ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଅନେକ ନିଃସନ୍ତାନ ଦମ୍ପତି ଏବଂ ଗୋଟିଏ ପିଲାର ମାତାପିତା ଜଣେ ସ୍ବାଭାବିକ ମାନସିକତାର ଶିଶୁକୁ ପୋଷ୍ୟ ରୂପେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି। ଏଥିଯୋଗୁ ଜଣେ ଭିନ୍ନକ୍ଷମ ଶିଶୁର ପୋଷ୍ୟ ଗ୍ରହଣ ସମ୍ଭାବନା କମିଯାଉଛି। ତେଣୁ ଏଭଳି ଶିଶୁଙ୍କୁ ଅଧିକରୁ ଅଧିକ ଆପଣାଯିବାକୁ ସୁନିଶ୍ଚିତ କରାଯିବା ଏହି ଆଇନର ଉଦ୍ଦେଶ୍ୟ ବୋଲି ବିଚାରପତି ପ୍ରସାଦ ସ୍ପଷ୍ଟ କରିଛନ୍ତି। ଏଥିସହ ସେ ପିଏପିମାନଙ୍କ ପିଟିଶନଗୁଡ଼ିକୁ ଖାରଜ କରିଦେଇଛନ୍ତି। ଆବେଦନକାରୀମାନେ ନ୍ୟସ୍ତସ୍ବାର୍ଥ ସମ୍ବଳିତ ଦାବି କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ ବୋଲି ବିଚାରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?