ଆବେଦନରୁ ଆଡ୍‌ମିଶନ

ପିଲାଏ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିବା ପରେ ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ଆଦି କଲେଜରେ ଆଡ୍‌ମିଶନ ପାଇଁ ଚାଲେ ଆବେଦନ ପ୍ରକ୍ରିୟା। ଏହି ଆବେଦନ ପାଇଁ ରଖିଥିବା ନମ୍ବର, ରହୁଥିବା ଅଞ୍ଚଳ, ଆବେଦନ କରୁଥିବା ସ୍କୁଲ ବା କଲେଜର ପୂର୍ବ କଟ୍‌ ଅଫ୍‌ ମାର୍କକୁ ବିଚାରକୁ ନେଇଥା’ନ୍ତି ପିଲାଏ ଓ ତାଙ୍କ ଅଭିଭାବକ। ତେବେ ସାଧାରଣତଃ ସାମ୍‌ସ ପୋର୍ଟାଲରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥା’ନ୍ତି। ରେଜିଷ୍ଟ୍ରେଶନ କରିବାପରେ ଲଗ୍‌ଇନ୍‌ କରି ଆବେଦନ କରାଯାଇଥାଏ। ଏହି ରେଜିଷ୍ଟ୍ରେଶନ ପାଇଁ ପିଲାମାନଙ୍କ ଆଧାରରେ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବରକୁ ବ୍ୟବହାର କରିବାକୁ ପଡ଼ିଥାଏ। ତେବେ ଅଧିକାଂଶ କ୍ଷେତ୍ରରେ ଏହି ମୋବାଇଲ ନମ୍ବର ମାତାପିତାଙ୍କର ହୋଇଥାଏ। ଦେଖାଯାଏ, ଏ ସମ୍ବନ୍ଧୀୟ ଧାରଣା ଯେତେବେଳେ ପିତାମାତାମାନେ ପାଆନ୍ତି, ସେତେବେଳେ ସେମାନେ ତାଙ୍କ ପିଲାଟିର ଆଧାର କାର୍ଡ ଓ ସେଥିରେ ଥିବା ମୋବାଇଲ ନମ୍ବରକୁ ଯାଞ୍ଚ କରନ୍ତି। ଅଧିକାଂଶସ୍ଥଳେ ଏହି ମୋବାଇଲ ନମ୍ବର କାମ କରୁନଥାଏ ବା ଲିଙ୍କେଜ୍‌ ହୋଇନଥାଏ କିମ୍ବା ଆଧାରକାର୍ଡରେ ଥିବା ତଥ୍ୟର ସଂଶୋଧନ ଆବଶ୍ୟକତା ଥାଏ। ଏଥିପାଇଁ ମାତାପିତାମାନେ ନିକଟସ୍ଥ ସହଜ ସେବାକେନ୍ଦ୍ର, ପୋଷ୍ଟ ଅଫିସ୍‌, ବ୍ୟାଙ୍କକୁ ଧଁା ଧଉଡ଼ କରନ୍ତି। କେବଳ ଆଧାର କାର୍ଡ କାହିଁକି, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ଆବେଦନ କରନ୍ତି। ଫଳରେ ଏହିସବୁ କେନ୍ଦ୍ରରେ ଭିଡ଼ ପରିଲକ୍ଷିତ ହୁଏ। କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଅଧୀନ ବିଷୟ ହୋଇଥିଲେ ସମାଧାନ ହୁଏ, ନଚେତ୍‌ ଉପରିସ୍ଥ ବିଭାଗକୁ ଯିବାକୁ ପଡ଼େ। ତେବେ ଆଡ୍‌ମିଶନ ପ୍ରକ୍ରିୟାର ଅବଧି ମଧ୍ୟରେ ଏହି କାର୍ଯ୍ୟ ଯେତେ ଡେରି ହୁଏ, ଶୀଘ୍ର ତାକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ବ୍ୟଗ୍ରତା ବଢ଼ିଯାଏ। ତାଛଡ଼ା ସେମାନେ ପ୍ରଥମଥର ଏହି ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ମଧ୍ୟକୁ ଆସୁଥିବାରୁ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି। କାରଣ ପୂର୍ବ ସଚେତନତା ଥିଲେ ପ୍ରାକ୍‌ ପ୍ରସ୍ତୁତି କରିଥାନ୍ତେ। ଯଦି ଆବେଦନକାରୀ ବା ତାଙ୍କ ମାତାପିତା ଅପହଞ୍ଚ ଅଞ୍ଚଳର ହୋଇଥା’ନ୍ତି, ତେବେ ତାଙ୍କୁ ଦୂର ରାସ୍ତା, ଅସଚେତନତା, ନେଟ୍‌ଓ୍ବର୍କ ଆଦି ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏହି ଘଟଣାକୁ ଉପଯୁକ୍ତ ଭାବରେ ଧ୍ୟାନ ଦେଇ କାର୍ଯ୍ୟ ନ କଲେ ପିଲାଟି ଆଡ୍‌ମିଶନ ପ୍ରକ୍ରିୟାକୁ ଆସିବାରେ ବିଳମ୍ବ ହୁଏ ବା ବାଦ୍‌ ପଡ଼ିଯାଏ। ଯଦିଓ ଆବେଦନ କରାଯାଏ, ତଥାପି ନିଜର ପସନ୍ଦକୁ ଅଗ୍ରାଧିକାର, କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ, ପରବର୍ତ୍ତୀ ପ୍ରକ୍ରିୟାରେ ଚୟସ ଲକିଂ, ସ୍ଲାଇଡିଂ ଅପ୍‌ ଆଦି ପ୍ରଭାବିତ ହୁଏ। କାରଣ ଆବେଦନକାରୀ ଆବେଦନ କଲାବେଳେ ଅନ୍ୟ ଉପରେ ନିର୍ଭର କରି ଆବେଦନକୁ ସଠିକ ଓ ଆବଶ୍ୟକତା ଅନୁସାରେ କରିପାରିନଥାଏ। ଫଳରେ ତା’ର ଯୋଗ୍ୟତା ଥିଲେ ମଧ୍ୟ ନିଜ ପସନ୍ଦ ମୁତାବକ ଅନୁଷ୍ଠାନ, ବିଷୟରେ ଆଡ୍‌ମିଶନ ପାଇଁ ସୁଯୋଗ ପାଏନାହିଁ।
ଅପରପକ୍ଷରେ ପ୍ରଥମ ସିଲେକ୍ସନରେ ତାକୁ ବାଧ୍ୟତାମୂଳକ ଭାବରେ ଆଡ୍‌ମିଶନ କରିବାକୁ ପଡୁଥିବାରୁ ଆଡ୍‌ମିଶନ ସଂକ୍ରାନ୍ତ ସାର୍ଟିଫିକେଟ୍‌, ଅର୍ଥରାଶି ଜମାଦେବାକୁ ପଡ଼େ। ମାନସିକ ବିଷାଦ ମଧ୍ୟରେ ଗତିକରେ। ପରବର୍ତ୍ତୀ ସମୟରେ ନିଜ ପସନ୍ଦ ମୁତାବକ ଅନ୍ୟ ଏକ ବିଭାଗ ଅନ୍ତର୍ଗତ ଶିକ୍ଷାନୁଷ୍ଠାନରୁ ସୁଯୋଗ ଆସିଲେ ପୂର୍ବ ଶିକ୍ଷାନୁଷ୍ଠାନରେ ଜମା ଦେଇଥିବା ଅର୍ଥ ହରାଇବାକୁ ପଡ଼େ। ଏକ୍ଷେତ୍ରରେ ଜଣେ ମାତୃପିତୃହୀନ ପିଲାର ଅଭିଭାବକ, ପିତା ବା ମାତା ଜଣେ ବଞ୍ଚତ୍ଥିବା ପିଲାଟିର ପିତାମାତା ବା ଅଭିଭାବକ, ଗରିବଶ୍ରେଣୀୟ, ଦିନମୁଜୁରିଆ ପିତାମାତାଙ୍କ ପାଇଁ କଷ୍ଟକର ପରିସ୍ଥିତି ଦେଇ ଗତି କରେ। ଏମାନଙ୍କ ମଧ୍ୟରୁ ଅନେକ ପାଠ ବିଷୟରେ ବୁଝନ୍ତି ନାହିଁ କି ଜଣନ୍ତି ନାହିଁ। ବେଳେବେଳେ ଦେଖାଯାଏ, ଏହି ପିଲାମାନେ ବା ମାତାପିତାଙ୍କର ମୋବାଇଲ ନଥାଏ ବା ଚଏସ ଲକ୍‌ିଂ, ସ୍ଲାଇଡିଂ ଆଦିିର ସୁବିଧାକୁ ଅଣଦେଖା କରିଦେଇଥା’ନ୍ତି କିମ୍ବା ଜାଣିପାରିନଥା’ନ୍ତି। ସେହି ସମୟ ଅତିକ୍ରାନ୍ତ ହେବା ପରେ ପିଲାଟି ଆବଶ୍ୟକ ପାଠ୍ୟକ୍ରମ ବା କଲେଜରେ ସାମିଲ ହୋଇପାରେ ନାହିଁ। ଏହି ପ୍ରକ୍ରିୟା ମାଟ୍ରିକ୍‌ ପାସ୍‌ ହୋଇଥିବା ଛାତ୍ରୀଛାତ୍ର ଓ ମାତାପିତାଙ୍କ ନିମନ୍ତେ ପ୍ରଥମ ହୋଇଥିବାରୁ ଏପରି ହେବା ସ୍ବାଭାବିକ କଥା। କିନ୍ତୁ ଏହି ଅସଚେତନତା ପାଇଁ ପିଲାଟିର ଇଚ୍ଛାମୁତାବକ ପାଠ୍ୟକ୍ରମ ନ ମିଳିବା କିମ୍ବା ଆଡ୍‌ମିଶନରୁ ସଂପୂଣ୍ଣର୍ର୍ ବାଦ୍‌ ପଡ଼ିବା ପରିତାପର ବିଷୟ।
ଥରେ ଜଣେ ମା’ ତାଙ୍କର ଝିଅଟିକୁ ଧରି ଜଣେ ଅଧିକାରୀଙ୍କ ନିକଟକୁ ଗଲେ। ଅଧିକାରୀ ଜଣକ ସହୃଦୟତାର ସହିତ ମା’ଙ୍କ କଥାକୁ ଶୁଣିଲେ ଓ ପିଲାଟିର ଆଡ୍‌ମିଶନ ହୋଇ ପାରିନଥିବା କଥା ଜାଣି ଦୁଃଖ ବ୍ୟକ୍ତ କଲେ। ତୁରନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବୁଝିବାରୁ ଜଣାପଡ଼ିଲା ବୈଷୟିକ ପ୍ରତିଷ୍ଠାନରେ ସ୍ପଟ ଆଡ୍‌ମିଶନ ପ୍ରକ୍ରିୟା ଚାଲିଛି। ସେ ପରାମର୍ଶ ଦେଇ ତୁରନ୍ତ ତାଙ୍କୁ ସେଠାକୁ ପଠାଇବାରୁ ତାଙ୍କର ଆଡ୍‌ମିଶନ ହୋଇଗଲା। ଅନ୍ୟ ଏକ ସମାନ ଘଟଣାରେ ଗୋଟିଏ ପିଲାର ପାଠ ପଢ଼ିବାକୁ କମ୍‌ ଆଗ୍ରହ ଥିବା, ପରୀକ୍ଷାରେ କମ୍‌ ମାର୍କ ରଖିବା ଓ ତା’ର ମାଆଙ୍କ ଆବେଦନ ବିଷୟରେ ଅଜ୍ଞତା କାରଣରୁ ସେ ପିଲାଟି ଆଡ୍‌ମିଶନ କରିବାକୁ ଚାହୁଁନଥିଲା। ଏଠାରେ ପରାମର୍ଶ ସେବା ଓ ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି। ଜଣେ ସମାଜସେବୀ ସେହି ପିଲାଟିର ଏକ ଧନ୍ଦାମୂଳକ ଶିକ୍ଷା ସଂସ୍ଥାରେ ଆଡ୍‌ମିଶନ କରାଇଦେଲେ। ଅନ୍ତତଃ ଛଅମାସ ତା’ର ଧନ୍ଦାମୂଳକ ଶିକ୍ଷା ଓ ସ୍ବ-ନିୟୋଜନରେ କଟିଯିବ। ଅନେକ ସ୍ଥଳରେ ପିଲାଏ ବା ଅଭିଭାବକ ଶିକ୍ଷା ନିମନ୍ତେ ହରିଜନ, ଆଦିବାସୀ ଛାତ୍ରୀମାନଙ୍କ ପାଇଁ ଥିବା ପଢ଼ିବା ସୁବିଧା, ସ୍କଲାରଶିପ୍‌, ସହାୟତା ବିଷୟରେ ଜାଣିନଥା‘ନ୍ତି। ଏ ସଂକ୍ରାନ୍ତରେ ସରକାରୀ ବେସରକାରୀ ଯୋଜନାମାନଙ୍କ ବିଷୟରେ ସେମାନେ ଅଜ୍ଞ ଥାଆନ୍ତି। ଫଳରେ ଏ ସଂପର୍କିତ ସାର୍ଟିଫିକେଟ କାଗଜପତ୍ର ଯୋଗାଡ଼ କରିନଥିବା କାରଣରୁ ପିଲାଟି ଶେଷରେ ସୁବିଧାରୁ ବଞ୍ଚତ୍ତ ହୁଏ। ଭାବନ୍ତୁ ତ ଗୋଟିଏ ମାତୃପିତୃହୀନ ଶିଶୁ, ଯାହାର ଦେଖାଶୁଣା କରିବାକୁ ଜେଜେମା’ ବା ଆଈଙ୍କ ଛଡ଼ା କେହି ନ ଥିବେ, ଯିଏ କୌଣସି ସଂସ୍ଥାରେ ରହି ପାଠ ପଢ଼ୁଥିବ, କୌଣସି କାରଣରୁ ଘରୁ ଚାଲି ଆସିଥିବା ପିଲା, ଯେଉଁ ପିଲାଟି ପାଇଁ ଘର ଅସୁରକ୍ଷିତ ବା ସେ ଘରକୁ ଫେରିବାର ସମ୍ଭାବନା କମ୍‌ ଥିବ, ସେ କେଉଁଠାରୁ ମୋବାଇଲ ଫୋନ ଆଣିବ ଯେ ରେଜିଷ୍ଟ୍ରେଶନ କରିବ, ଫୋନ ନମ୍ବର ସହିତ ଆଧାର ଲିଙ୍କେଜ୍‌ କରିବ, ଅନ୍‌ଲାଇନ ପଢ଼ିବ ଇତ୍ୟାଦି! ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଏ ସବୁକୁ ସୁଗମ ସରଳ କରିବାକୁ ହେଲେ ପରୀକ୍ଷା ପରେ ହେଉଥିବା ଛୁଟିଗୁଡ଼ିକରେ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦିରେ ଛାତ୍ରୀଛାତ୍ର, ମାତାପିତା, ଅଭିଭାବକମାନଙ୍କୁ ନେଇ କ୍ୟାରିୟର ସୁବିଧା, ଅନ୍‌ଲାଇନ ଆବେଦନର ସଂପୂର୍ଣ୍ଣ ପ୍ରକ୍ରିୟାଗୁଡ଼ିକ ବିଷୟରେ ଭଲ ଭାବରେ ସଚେତନ ଆଲୋଚନା କରାଇଲେ କିମ୍ବା ପାଠ ପଢ଼ିଥିବା ବିଦ୍ୟାଳୟରେ ଆବେଦନ କ୍ୟାମ୍ପ କରାଇ ମାଗଣା ପରାମର୍ଶ ଓ ଆବେଦନର ସୁବିଧା ପ୍ରଦାନ କଲେ ସେମାନେ ହଇରାଣ ହରକତ ହୁଅନ୍ତେ ନାହିଁ। ଛାତ୍ରୀଛାତ୍ର ଓ ଅଭିଭାବକମାନେ ସମ୍ପୃକ୍ତ ବିଦ୍ୟାଳୟ ପ୍ରତି ଅଧିକ ଅନୁରକ୍ତି ପ୍ରକାଶ କରନ୍ତେ।
ଏହାଛଡ଼ା ଆନ୍ତଃ ବିଭାଗୀୟ ସମନ୍ବୟରେ ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟଗୁଡ଼ିକର ଆବେଦନର ସମସ୍ତ ପ୍ରକ୍ରିୟାକୁ ସମନ୍ବିତ କରିବା ଜରୁରୀ। ଏକକ ସମୟସୀମା ଯଥା ଆବେଦନର, ଚଏସ୍‌ ଲକିଂ, ସ୍ଲାଇଡିଂ ଅପ୍‌, ସିଲେକ୍ସନର ଶେଷ ତାରିଖ ରଖିଲେ ଆବେଦନକାରୀ ସବୁ ସୁଯୋଗରୁ ନିଜ ଦକ୍ଷତା ମୁତାବକ ପସନ୍ଦରେ ଆଡ୍‌ମିଶନ କରିପାରନ୍ତେ।

ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri