ପୁନଃନିର୍ମାଣ ପାଇଁ ପ୍ରଶାସନିକ ନିର୍ଦ୍ଦେଶ

କୁଆଁରମୁଣ୍ଡା,୧୦।୯(ଡି.ଏନ.ଏ.): ନବ ନିର୍ମିତ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରଠାରୁ କୁଆଁରମୁଣ୍ଡା ଯମୁନାନାକି ପର୍ଯ୍ୟନ୍ତ ପ୍ରାୟ ୧୮ କି.ମି ଢଳେଇ ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ଫାଟ ସୃଷ୍ଟି ହୋଇଛି। ରାଜପଥର ଏହି ଅଂଶ ନିର୍ମାଣ ଶେଷ ହେବାର ମାତ୍ର ୪ ମାସ ନ ପୁରୁଣୁ ଢଳେଇ ରାସ୍ତା ଫାଟି ଉଠିଯିବା ଘଟଣା ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ନେଇ ଗତ ଅଗଷ୍ଟ ୨୯ରେ କୁଆଁରମୁଣ୍ଡାରେ ଅନୁଷ୍ଠିତ ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ଯୁବନେତା ରାଜେଶ କେର୍କେଟା, ରାଜୁ ତିୱାରୀ, ରାଜେଶ ହାସଦା, ଦିଲ୍ଲୀପ ଏକ୍କା, ସଂଜୀବ ପ୍ରତାପ ସିଂଦେଓ, ବୁଲୁ ଚାନ୍ଦ, ବୀରେନ୍ଦ୍ର ଯାଦବ, କମଳାକାନ୍ତ ଦାସ, ଦୁଷ୍ମନ୍ତ ପଟ୍ଟନାୟକ ପ୍ରମୁଖ ଏକ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଡା.ପରାଗ ହର୍ଷଦ ଗଭାଲି ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପଭାବେ ଏହି ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ରାକାର, ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୀରମିତ୍ରପୁରରୁ ଯମୁନାନାକି ପର୍ଯ୍ୟନ୍ତ ନିର୍ମାଣାଧିନ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥକୁ ମିଳିତଭାବେ ଯାଞ୍ଚ କରିଛନ୍ତି। ଏହି ସମୟରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ରାଜେଶ କେର୍କେଟା, ବୀରମିତ୍ରପୁର ପୌରପାଳିକା ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ରାଜୁ ତିୱାରୀ, ସଂଜୀବପ୍ରତାପ ସିଂଦେଓ, କମଳାକାନ୍ତ ଦାସ, ଦିଲ୍ଲୀପ ଏକ୍କା, ବୁଲୁ ଚାନ୍ଦ ପ୍ରମୁଖଙ୍କ ସହ ବହୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ନିମ୍ନମାନର ରାଜପଥ ନିର୍ମାଣ ସ୍ଥାନଗୁଡିକ ବୁଲାଇ ଦେଖାଇଥିଲେ। ଦୀର୍ଘ ୧୮ କି.ମି ରାଜପଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପରେ ବାସ୍ତବରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅନୁଭବ କରିବା ପରେ ଉକ୍ତ ଢଳେଇକୁ ଖୋଳି ତାହାକୁ ପୁନର୍ବାର ନିର୍ମାଣ କରିବାକୁ ଏହି ଅବସରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ କୁଆଁରମୁଣ୍ଡା-ପଦମପୁର ରାସ୍ତା ମଧ୍ୟ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଅଣ୍ଡରପାସ ନିର୍ମାଣ ସହ କୁଆଁରମୁଣ୍ଡା ଡାଏରୀ ଫାର୍ମ ନିକଟସ୍ଥ ବାଇପାସ୍‌ ରୋଡରୁ ବୈଷ୍ଣୋଭି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ରାଜପଥରେ ଆଲୋକୀକରଣ ବ୍ୟବସ୍ଥା ଓ କୁଆଁରମୁଣ୍ଡା ବଜାର ରାସ୍ତାକୁ ନୂତନଭାବେ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ଡ୍ରେନ କରାଯିବ ବୋଲି ଉପଜିଲାପାଳ ଚନ୍ଦ୍ରାକାର ଉପସ୍ଥିତ ନାଗରିକ କମିଟି ସଦସ୍ୟଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ ଅଫିସ୍‌ ଆଗରେ ବିକ୍ଷୋଭ

ଝାରସୁଗୁଡ଼ା ଅଫିସ,୨୨ା୧୧: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ଗ୍ଲୋବାଲ କୋଲ୍‌ ଆଣ୍ଡ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ରେ କେତେକ ନିଯୁକ୍ତି...

ହୀରାକୁଦ ଡ୍ୟାମ୍‌ରେ ଚାକିରି ଦେବାକୁ କହି ଠକିନେଲେ ୩ଲକ୍ଷ ୫୦ ହଜାର 

ଦେବଗଡ଼,୧୦।୯(ଶେଖର ଝାଙ୍କର):  ହୀରାକୁଦ ଡ୍ୟାମରେ ମେକାନିକ ଚାକିରି ଦେବାକୁ କହି  ଠକିନେଲେ ୩ଲକ୍ଷ ୫୦ ହଜାର ଟଙ୍କା।  ଏଭଳି ଘଟଣା ଘଟିଛି ରିଆମାଳ ଥାନା ଅନ୍ତର୍ଗତ...

ଦର୍ଶକଙ୍କୁ ବିମୋହିତ କଲେ ଅର୍‌ମାନ

ବ୍ରହ୍ମପୁର ଅଫିସ/ଗୋପାଳପୁର, ୨୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ୍‌ର ଖ୍ୟାତନାମା...

୭୦% ସିଟ୍‌ ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ସଂରକ୍ଷଣ

କଟକ ଅଫିସ, ୧୬ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ(ଏମ୍‌ଏଲ୍‌ୟୁ)ରେ ଅଧ୍ୟୟନ ନିମନ୍ତେ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ପାଇଁ ୭୦% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଏହି ବିଶ୍ୱବିଦ୍ୟାଳୟ...

ମାତୃ, ଶିଶୁମଙ୍ଗଳ ହସ୍ପିଟାଲ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ, ୨୮।୧୦: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଥିବା ୨୨୪ ଡାକ୍ତରଙ୍କ ମଧ୍ୟରୁ ୧୩୪ ପଦବୀ ଫାଙ୍କା ଅଛି। ଏଥିସହ ଭିତ୍ତିଭୂମି ସୁଦୃଢ଼...

ନିଯୁକ୍ତି, ରାଜସ୍ବ ଗିଳିବ ସ୍ଲରି ପାଇପ୍‌

ଯାଜପୁର ଅଫିସ,୨।୧୧: ଶିଳ୍ପ କମ୍ପାନୀଗୁଡ଼ିକ ଏବେ ସ୍ଲରି ପାଇପ୍‌ ଲାଇନ ବିଛାଇ ଖଣିଜ ପଦାର୍ଥ ପରିବହନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିଯୋଗୁ କର୍ମନିଯୁକ୍ତି ହ୍ରାସ ପାଇବା...

ତାସ ଖେଳକୁ ନେଇ ଆକ୍ରମଣ, ୩ ଗିରଫ

ଦିଗପହଣ୍ଡି,୧୦ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ନୂଆ ପେଣ୍ଡୁରାବାଡି ଗାଁରେ ତାସ ଖେଳକୁ କେନ୍ଦ୍ରକରି ଗ୍ରାମର ସୁଶାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଏତଲାକ୍ରମେ ପୋଲିସ ନଂ....

ଜାତୀୟ ରାଜପଥ ସଂପ୍ରସାରଣ : ଅବାଧ ଗଛକଟା, ରାସ୍ତାରେ ଅଟକି ରହୁଛି ଯାନବାହନ

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏଥିପାଇଁ ବନ ବିଭାଗର କର୍ପୋରେଶନ ପକ୍ଷରୁ...

Advertisement
Archives

Model This Week