ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ

ଦାରିଙ୍ଗବାଡ଼ି,୮।୫: ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ ଶୁକ୍ରବାର କରାଯାଉଥିଲା। ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍‌ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ। ଏପରିକି ପୋଲିସ କାର୍ଯ୍ୟକ୍ରମ ଆୟୋଜଙ୍କଠାରୁ ୧୦ ହଜାର ଏବଂ ତହସିଲ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
ଜନଜାତିଙ୍କ ପାରମ୍ପରିକ (କଲା) ହେଉଛି ପୁଅ ବାହାଘରର କିଛି ଦିନ ବା ବର୍ଷ ବିତିବା ପରେ ଝିଅ ଘର ପକ୍ଷରୁ (କଲା) ବା ଭାର ନେଇ ଝିଅ ଶ୍ୱଶୁର ଘରକୁ ଆସିବା ନିୟମ ରହିଛି। ଏହି ସମୟରେ ଗାଁରେ ଭୋଜିଭାତର ଆସର ଜମିବା ସହ ଅଞ୍ଚଳବାସୀ ଏଥିରେ ଯୋଗ ଦେଇଥାନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଭାର ଝିଅ ଘରର ଲୋକ ଦେଇ ନ ଥା’ନ୍ତି, ସେ ପର୍ଯ୍ୟନ୍ତ ଝିଅଘର ଲୋକ ଝିଅର ଶାଶୁ ଘରକୁ ଯାତାୟାତ କରିପାରିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କିଲାବାଡ଼ି ଗ୍ରାମର ମହେଶ୍ୱର ପ୍ରଧାନ ଭୋଜିର ଆୟୋଜନ କରିଥିଲେ। ମହେଶ୍ୱର ଭୋଜିର ଆୟୋଜନ କରି କରୋନା କଟକଣା ଉଲ୍ଲଂଘନ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନିର୍ମାଣ ପାଇଁ ନ ଥିଲା ଅନୁମତି

କଟକ ଅଫିସ, ୯।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୋମବାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଏ ନେଇ ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ...

ଶିମିଳିପାଳରେ ବନାଗ୍ନି ରୋକିବା ଲାଗି ତତ୍ପରତା

ବାରିପଦା ଅଫିସ,୪।୧: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ...

ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ...

ତଦନ୍ତକୁ ଦିଗହରା କରିବାକୁ ବି.କେ.ଙ୍କୁ ହଟାଗଲା: ଭାଜପା

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟରେ ବଳାତ୍କାର ବଢ଼ିବାରେ ଲାଗିଛି। ଚଳିତବର୍ଷ ପ୍ରଥମ ୬ ମାସ ମଧ୍ୟରେ ମୋଟ ୧୧୪୯ ଜଣ ବଳାତ୍କାରର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୪ ଜଣ...

ଛତିଶଗଡ଼ ଫେରିଯିବାକୁ ଜିଲାପାଳଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ

ରାଜନଗର,୧୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହାତିନା ଗ୍ରାମରେ ଇଟା ନିର୍ମାଣ ପାଇଁ ସୁଦୂର ଛତିଶଗଡ଼ ଚୁରେନ୍ଦ୍ରା ଜିଲାରେ ରାଜକୁମାର ବିଶ୍ୱକର୍ମା, ଲୀଳାବାଇ ଚୌହାନ୍‌, ସଂଗଲାଲ୍‌...

ସାଇକେଲ ରାଲିରେ ସଚେତନତା ସୃଷ୍ଟି କଲେ ଏସ୍‌ପି

କେନ୍ଦ୍ରାପଡ଼ା ଅଫିସ, ୨୧ା୫: କେନ୍ଦ୍ରାପଡ଼ା ସାଇକେଲ କ୍ଲବର ସାପ୍ତାହିକ ସାଇକେଲ ପରିକ୍ରମା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଏସ୍‌ପି ମଡକର ସମ୍ବିତ ସମ୍ପଦ ସାମିଲ ହୋଇ...

ଛାତ୍ରୀ ଅପହରଣ, ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୦ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ...

Advertisement
Archives

Model This Week