ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ସୁନ୍ଦରପଦାସ୍ଥିତ ପିପୁଲ ଫର୍‌ ସେବାଶ୍ରମକୁ ଯାଇ ଛାନଭିନ୍‌ କରିଛି। ସେବାଶ୍ରମରେ ଥିବା ଆଦିତ୍ୟଙ୍କ ଚାମ୍ବରରେ ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପରେ ସେ ବ୍ୟବହାର କରିଥିବା କିଛି ସାମଗ୍ରୀ ନେଇଥିବା ଜଣାପଡିଛି। ବିଶେଷକରି ଆଶ୍ରମର ଆର୍ଥିକ କାରବାର ଉପରେ କ୍ରାଇମବ୍ରାଞ୍ଚର ଫୋକସ୍‌ ରହିଛି। ତେଣୁ ସେବାଶ୍ରମ ଫଣ୍ଡ୍‌ରେ କେତେ ଟଙ୍କା ରହିଥିଲା, କେତେ ଟଙ୍କା କେଉଁଠୁ ଆସିଛି ଓ କେତେବେଳେ ଉଠାଯାଇଛି ତାହା ଜାଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଅର୍ଥ କାରବାର ନେଇ କାଗଜପତ୍ର ଯାଞ୍ଚ କରିଛନ୍ତି ତଦନ୍ତକାରୀ ଟିମ୍‌। ଏହାସହ ଆଦିତ୍ୟଙ୍କ ସହଯୋଗୀ ବିକାଶର ଭଉଣୀଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଜବତ ଡାଏରୀରେ ଲେଖା ହୋଇଥିବା ସୁଇସାଇଡ୍‌ ନୋଟ୍‌ ଆଦିତ୍ୟ ନିଜେ ଲେଖିଥିବା ନେଇ ଷ୍ଟେଟ୍‌ ହ୍ୟାଣ୍ଡ୍‌ ରାଇଟିଂ ବ୍ୟୁରୋ ରିପୋର୍ଟ ଦେଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ବିଶ୍ୱାସ କରୁନାହାନ୍ତି। ଏନେଇ ଆଦିତ୍ୟଙ୍କ ବାପା କହିଛନ୍ତି, ତାଙ୍କୁ ଜବରଦସ୍ତି କେହି ଏହି ଡାଏରୀ ଲେଖିବାକୁ କହିଛନ୍ତି। ଚାପରେ ପଡ଼ି ଆଦିତ୍ୟ ତାହାକୁ ଲେଖିବା ପରେ ତାଙ୍କୁ ହତ୍ୟା କରାଯାଇ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦିଆଯାଇଛି। ଆଦିତ୍ୟ କେବେ ଆତ୍ମହତ୍ୟା କରିପାରିବେ ନାହିଁ। ଅନେକ ଭିଡିଓରେ ସେ ଆତ୍ମହତ୍ୟା ନ କରିବା ପାଇଁ ପ୍ରେରଣା ଦେଇଛନ୍ତି। ଯିଏ ଏହି ଭିଡିଓ ଦେଖିବ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ ପଳାଇ ଆସିବ। କିନ୍ତୁ ସମସ୍ତେ ଏଠାରେ ଭିନ୍ନ ଭିନ୍ନ କଥା କହୁଛନ୍ତି। ତେଣୁ ସହଯୋଗୀ ବିକାଶ, ପପୁ, ପ୍ରୀତମ୍‌ ଓ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ଲାଏଡିଟେକ୍ଟର ଟେଷ୍ଟ କରାଯିବା ଆବଶ୍ୟକ। ପୂର୍ବରୁ ଜିଆର୍‌ପି ଉପରେ ମୋର ଭରସା ନ ଥିଲା। ତେଣୁ କ୍ରାଇମ୍‌ବ୍ରାଞ୍ଚ ମାମଲା ହାତକୁ ନେଇ ୩ ଦିନରେ ଏକାଧିକ ବ୍ୟକ୍ତିଙ୍କୁ ଖୋଳତାଡ଼ କରୁଥିବାରୁ ଖୁବ୍‌ଶୀଘ୍ର ମାମଲାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ଆଦିତ୍ୟଙ୍କ ବସ୍ତ୍ର ଗାଏବ୍‌, ଲୁଚିଛି ରହସ୍ୟ
ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଆଉ ଗୋଟିଏ ରହସ୍ୟ ଏବେ ସାମ୍ନାକୁ ଆସିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଆଦିତ୍ୟ ପିନ୍ଧିଥିବା ଧୋତି ଓ ନାଲି ରଙ୍ଗର ଟି ଶାର୍ଟ ତାଙ୍କ ଘରୁ କୁଆଡେ ଗାଏବ ହୋଇଯାଇଛି। ଘଟଣାଦିନ ତାହାକୁ ପିନ୍ଧି ଆଦିତ୍ୟ ଓ ବିଦ୍ୟାଶ୍ରୀ ସେଦିନ ମନ୍ଦିର ଯାଇଥିଲେ। ଆଦିତ୍ୟଙ୍କ ମୃତ୍ୟୁ ପରଠୁ ଏହି ବସ୍ତ୍ର ଆଉ ମିଳୁନି। ତେଣୁ ତଦନ୍ତ କରି ଏହି ବସ୍ତ୍ରକୁ ବାହାର କରିବାକୁ କ୍ରାଇମବ୍ରାଞ୍ଚକୁ ନିବେଦନ କରିଛନ୍ତି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଏହି ବସ୍ତ୍ରରେ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଲୁଚି ରହିଥିବା କୁହାଯାଉଛି। କ୍ରାଇମ୍‌ବ୍ରାଞ୍ଚ ଜେରାବେଳେ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ସହଯୋଗୀ ପପୁ ଓ ବିକାଶ ଉପରେ ଅନେକ ଦୋଷ ଲଦିଛନ୍ତି। ସେବାଶ୍ରମର ଆର୍ଥିକ ସ୍ଥିତି ଖରାପ ହେବା ପଛରେ ଏହି ଦୁଇ ସହଯୋଗୀ ଦାୟୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?