ଆଦିତ୍ୟ ମୃତ୍ୟୁ ମାମଲା: ଜିଆର୍‌ପି ହାତରେ ବଡ଼ ସୁରାକ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଲିଙ୍ଗରାଜ ଷ୍ଟେଶନ ନିକଟ ରେଳଲାଇନ୍‌ରୁ ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ଆତ୍ମହତ୍ୟା ନା ହତ୍ୟା, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି। ଜବତ ଡାଏରିରେ ରହିଥିବା ଲେଖା ଆଦିତ୍ୟଙ୍କର ନା ଆଉକାହାର ତାହାକୁ ନେଇ ଜିଆର୍‌ପି ଥାନା ପୋଲିସ ଖୋଳତାଡ଼ ଚଳାଇଛି। ଏପଟେ ଡାଏରିରେ ୪ ଫର୍ଦ୍ଦର ସୁଇସାଇଡ୍‌ ନୋଟକୁ ମିଛ ବୋଲି ଆଦିତ୍ୟଙ୍କ ପିପୁଲ ଫର୍‌ ସେବାର ସଦସ୍ୟମାନେ କହିଛନ୍ତି। ଏପରିସ୍ଥିତିରେ ପୋଲିସ ଉକ୍ତ ଡାଏରିକୁ ସୋମବାର ରସୁଲଗଡ଼ସ୍ଥିତ ଷ୍ଟେଟ୍‌ ହ୍ୟାଣ୍ଡ୍‌ ରାଇଟିଂ ବ୍ୟୁରୋକୁ ପଠାଇଛି। ୩ରୁ ୪ ଦିନ ଭିତରେ ରିପୋର୍ଟ ମିଳିଯିବା ପରେ ସେହି ହାତଲେଖା ଆଦିତ୍ୟଙ୍କର କି ନୁହେଁ ତାହାସ୍ପଷ୍ଟ ହେବ ବୋଲି ପୋଲିସ ଆଶା ରଖିଛି। ଅନ୍ୟପକ୍ଷରେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କୁ ପୋଲିସ ଦୀର୍ଘସମୟ ଧରି ଜେରା କରିଛି। ପପୁ ନେଇଥିବା ୧ଲକ୍ଷ ଟଙ୍କା ଓ ଅନ୍ୟ କେତେକ ପ୍ରସଙ୍ଗରେ ତଥ୍ୟ ହାସଲ କରିଛି। ସେହିଭଳି ଆଦିତ୍ୟଙ୍କୁ ମୃତ୍ୟୁର ପୂର୍ବଦିନ ଲିଙ୍ଗରାଜ ଷ୍ଟେଶନରେ ଦେଖିଥିବା ୨ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରିଛି। ଗତ ୭ ତାରିଖ ସନ୍ଧ୍ୟାରେ ଆଦିତ୍ୟ ଲିଙ୍ଗରାଜ ଷ୍ଟେଶନରେ ବସିଥିଲେ ବୋଲି ସ୍ଥାନୀୟ ବସ୍ତିର ଏହି ଦୁଇ ଯୁବକ କହିଛନ୍ତି। ଆଦିତ୍ୟଙ୍କୁ କେଉଁ ପ୍ଲାର୍ଟଫର୍ମରେ ବସିଥିଲେ ଓ ତାଙ୍କ ସ୍ବଭାବ ସେଦିନ କିଭଳି ଥଲା, ସେସମ୍ପର୍କରେ ଜାଣିବାକୁ ଚାହିଁଥିଲା ପୋଲିସ। ହେଲେ ଆଦିତ୍ୟ ଆତ୍ମହତ୍ୟା କରିବା ସମୟରେ କେହି ଦେଖି ନ ଥିବା ସେମାନେ କହିଛନ୍ତି। ଇତିମଧ୍ୟରେ ଜିଆର୍‌ପି ହାତରେ ବଡ଼ ପ୍ରମାଣ ଲାଗିଥିବା ଓ ଖୁବ୍‌ଶୀଘ୍ର ଏହା ଖୁଲାସା ହେବ ବୋଲି ସୂଚନା ମିଳିଛି। ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସ ମୁହଁ ଖୋଲୁନାହିଁ।
ସେପଟରେ ଘଟଣା ଘଟିଥିବା ୭ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୦ ଭିତରେ ଷ୍ଟେଶନ ଦେଇ ଯାଇଥିବା ଟ୍ରେନଗୁଡ଼ିକର ତାଲିକା ପୋଲିସକୁ ମିଳିଛି। ଏହି ସମୟରେ ୭ଟି ଟ୍ରେନ୍‌ ଯାଇଥିବା ଜଣାପଡ଼ଇବା ପରେ ୪ଜଣ ପାଇଲଟଙ୍କୁ ପୋଲିସ ପଚରାଉଚରା କରିଛି। ତେବେ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ୍‌ରେ ସେଭଳି କେହି ଛିଡ଼ା ହୋଇ ନ ଥିଲେ କି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରି ନ ଥିବା ସେମାନେ କହିଛନ୍ତି। ବାକି ୩ ପାଇଲଟ୍‌ଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି।
ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ତଦନ୍ତ ସହ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବାବେଳେ ସୋମବାର ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଏକ ବନ୍ଧୁକଧରା ଫଟୋ ଭାଇରାଲ ହୋଇଛି। ସେ ଜଣେ ପୁରୁଷଙ୍କ ନିକଟରେ ଛିଡାହୋଇ ବନ୍ଧୁକ ଧରି ଫଟୋ ପୋଜ୍‌ ଦେଇଛନ୍ତି। ହେଲେ ଏହି ବନ୍ଧୁକ ଅସଲି ନା ନକଲି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁ ବୋଲି ସୋସିଆଲ ମିଡିଆରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ବିଏ ନାମଲେଖା ପାଇଁ ଅନୁମତି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଥିବା ଏମ୍‌ବିଏ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଛାତ୍ରୀଛାତ୍ରମାନେ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ...

କୋଭିଡ୍‌ ନିୟମ ଭାଙ୍ଗିଲେ ୫୦୦ ଜରିମାନା

ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସିକୁ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ନିୟମ ଭାଙ୍ଗିଲେ ୫୦୦...

ଦିନେ ବଢ଼ିଲେ ଦିନେ କମୁଛି: ରାଜ୍ୟରେ ଗତ ୨୪ଘଣ୍ଟାରେ ୧,୧୩୨ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ସ୍ଥିର ରହୁଛି। ଦୈନିକ ସଂକ୍ରମଣ କେବେ ବଢ଼ୁଛି ତ ପୁଣି କେବେ କମୁଛି। ଇତିମଧ୍ୟରେ...

ଅସମ୍ଭାଳ ଭିଡ଼, ଲୋକେ ହଇରାଣ

ଭୁବନେଶ୍ୱର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରି ମଙ୍ଗଳବାର ଓଡ଼ିଶା ଫେରିବା ପରେ ତାଙ୍କୁ...

ଘରଚଟିଆଙ୍କୁ ବାସ ମିଳୁନି

ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି...

ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦...

୨୫ରୁ ବଢ଼ିବ ଶୀତ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ତାମିଲନାଡୁ ଓ ଏହାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପସରି ଯାଇଛି। ଆସନ୍ତା ୨୫ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ...

Advertisement
Archives

Model This Week