ଆଦିତ୍ୟ ମୃତ୍ୟୁ ଘଟଣା: ବିଦ୍ୟାଶ୍ରୀ ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର, ୧୦।୮(ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଗୋଟିଏ ମାସ ବିତିଗଲାଣି। ଜିଆର୍‌ପି ପୋଲିସ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହେବା ପରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଛି। ହେଲେ ଆରମ୍ଭରୁ ତତ୍ପରତା ଦେଖାଇଥିବା କ୍ରାଇମବ୍ରାଞ୍ଚ ଏବେ ଅନ୍ଧାରରେ ବାଡ଼ି ବୁଲାଉଛି। ଏଯାଏ ମୃତ୍ୟୁର କିଛି ବି ସୁରାକ ମିଳିପାରି ନ ଥିବାବେଳେ ଏବେ ଆଉଏକ ଅଭିଯୋଗ ଥାନାରେ ପହଞ୍ଚତ୍ଛି। ସୋସିଆଲ ମିଡିଆରେ କରାଯାଉଥିବା ଅପପ୍ରଚାର ଓ ତାଙ୍କ ପରିବାରକୁ ଦିଆଯାଉଥିବା ମାନସିକ ନିର୍ଯାତନାକୁ ନେଇ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏପରି ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଘଟଣାକୁ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଶୁଭାଶିଷଙ୍କ ନାମରେ ଏକ ମାମଲା (ନଂ.୧୩୬/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବିଦ୍ୟାଶ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସ୍ବାମୀ ଆଦିତ୍ୟଙ୍କ ମୃତ୍ୟୁ ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏହି ମାମଲାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି। କିନ୍ତୁ କୌଣସି ପ୍ରମାଣ ଓ ତଥ୍ୟ ନ ଥାଇ ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ବହୁ ମିଥ୍ୟା ତଥା କପୋଳକଳ୍ପିତ ଆକ୍ଷେପମୂଳକ ମନ୍ତବ୍ୟ ପୋଷ୍ଟ କରୁଛନ୍ତି। ନିଜେ ଲୋକଲୋଚନକୁ ଆସିବା ପାଇଁ ତଦନ୍ତ ପ୍ରକ୍ରିୟା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ପୋଲିସକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଲୋକଙ୍କ ହାତ ଥିବା ଟିପ୍ପଣୀ କରୁଛନ୍ତି। ଏଥିଯୋଗୁ ସେ ଓ ତାଙ୍କ ପରିବାର ଘୋର ମାନସିକ ଆଘାତ ପାଉଛନ୍ତି। ଏପରି କି ଉକ୍ତ ବ୍ୟକ୍ତି ଜଣକ ବିଦ୍ୟାଶ୍ରୀଙ୍କ ଚରିତ୍ରକୁ ନେଇ ନାନା ଅଶ୍ଳୀଳ ଇଙ୍ଗିତ କରି ବଦନାମ କରୁଛନ୍ତି। ଫେସବୁକ୍‌ରୁ ତାଙ୍କ ଫଟୋ ନେଇ ଭାଇ ଓ ସାଙ୍ଗଙ୍କ ସହ ଯୋଡ଼ି ପ୍ରତି ମୁହୂର୍ତ୍ତରେ ଇଜ୍ଜତ ଲୁଟୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିପାଇଁ ସେ ମାନସିକ ଭାରସାମ୍ୟ ହରାଉଛନ୍ତି। ଆତ୍ମହତ୍ୟା ଧମକ ଦେବା ସହ ଏଥିପାଇଁ ଶୁଭାଶିଷ ନାମକ ଯୁବକ ଦାୟୀ ରହିବେ। ପୋଲିସ ଯଦି କିଛି ପଦେକ୍ଷପ ନ ନେବେ କେତେବେଳେ କିଛିବି କରିଦେବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ଡାଏରୀକୁ ଯାଞ୍ଚ କରିବା ସହ ସମସ୍ତ ସାଙ୍ଗଙ୍କୁ ପୁନଃ ପଚରାଉଚରା କରୁଛି। ସବୁଠୁ ବଡ଼ କଥା ହେଲା, ଆଦିତ୍ୟଙ୍କ ମୃତ୍ୟୁ ସମୟରେ ଯାଇଥିବା ଟ୍ରେନର ଲୋକୋ ପାଇଲଟଙ୍କ କଥାରେ ତାଳମେଳ ରହୁ ନ ଥିବାରୁ କ୍ରାଇମ୍‌ବ୍ରାଞ୍ଚ ପୁଣି ସେମାନଙ୍କୁ ପଚରାଉଚରା ପାଇଁ ନୋଟିସ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?